"ସଦ୍ଦାମ ହୁସେନ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ added reference
ଟିକେ added reference
୧୧ କ ଧାଡ଼ି:
 
=== ରାଜନୈତିକ କ୍ଷମତା କନ୍ଦଳ ===
୧୯୫୮ ମସିହାରେ ଇରାକରେ ବ୍ରିଟିଶ ସମର୍ଥିତ ସରକାର ବିରୁଦ୍ଧରେ ଏକ ବିଦ୍ରୋହ ଆରମ୍ଭ ହୋଇଥିଲା ଏବଂ ବ୍ରିଗେଡିୟର୍ ଅବଦୁଲ କରିମ କାସୀମ ରାଜତନ୍ତ୍ର ହଟାଇ କ୍ଷମତା ଅକ୍ତିଆର କରିଥିଲେ । ସେତେବେଳକୁ ସଦ୍ଦାମ ବାଗଦାଦରେ ଅଧ୍ୟୟନ କରୁଥିଲେ । ସେତେବେଳେ ଯେତେବେଳେ ସେ ତାଙ୍କ ଦଳ(ଗ୍ୟାଙ୍ଗ) ସାହାଯ୍ୟରେ ୧୯୫୯ରେ କାସୀମଙ୍କୁ ହତ୍ୟା କରିବାକୁ ଏକ ଉଦ୍ୟମ କରି ସେଥିରେ ସେ ଅସଫଳ ହୋଇଥିଲେ । ଫଳରେ ସେ ଦେଶ ଛାଡି ମିଶର ଚଲିଗଲେ । ଚାରି ବର୍ଷ ପରେ, ଅର୍ଥାତ ୧୯୬୩ ମସିହାରେ, ବାଥ ପାର୍ଟିରେ କାସୀମଙ୍କ ବିରୁଦ୍ଧରେ ବିଦ୍ରୋହ ଆରମ୍ଭ ହୋଇଥିଲା । ବାଥ ପାର୍ଟିର କର୍ଣ୍ଣେଲ ଅବଦାଲ ସଲାମ ମହମ୍ମଦ ଆରିଫ କ୍ଷମତା ଅକ୍ତିଆର କରି ଶାସନାସୀନ ହେବା ଫଳରେ ସଦ୍ଦାମ ଘରକୁ ଫେରିଥିଲେ । ଏହି ସମୟରେ ସଦ୍ଦାମ ସାଜିଦାଙ୍କୁ ବିବାହ କରିଥିଲେ ଏବଂ ତାଙ୍କୁ ଦୁଇ ପୁଅ ଏବଂ ତିନି ଝିଅ ଲାଭ କରିଥିଲେ ।<ref name="thoughtco">{{cite web |last1=Ph. D. |first1=Religion and Society |last2=M. A. |first2=Humanities |last3=B. A. |first3=Liberal Arts |title=An Overview of Horrific War Crimes of Iraqi President Saddam Hussein |url=https://www.thoughtco.com/the-war-crimes-of-saddam-hussein-721494 |website=ThoughtCo |accessdate=4 November 2020 |language=en}}</ref>
 
ସଦ୍ଦାମ ଅଧିକ ସମୟ ବିଶ୍ରାମ ନେଇପାରିଲେ ନାହିଁ । ପୁଣିଥରେ ବାଥ ପାର୍ଟିରେ ବିଦ୍ରୋହ ହୋଇଥିଲା ଏବଂ ସଦ୍ଦାମ ନୂତନ ଶାସନ ଦ୍ୱାରା ବନ୍ଦୀ ହୋଇଥିଲେ । ୧୯୬୮ ମସିହାରେ ବାଥ ପାର୍ଟିର ମେଜର ଜେନେରାଲ ଅହମ୍ମଦ ହାସନ ଅଲ-ୱାକରଙ୍କୁ ପରାସ୍ତ କରି କ୍ଷମତା ଦଖଲ କରିବା ପର୍ଯ୍ୟନ୍ତ ତାଙ୍କୁ ବନ୍ଦୀ ଜୀବନ କଟାଇବାକୁ ପଡିଥିଲା । ଅଲ ୱାକର ବାସ୍ତବରେ ତାଙ୍କ ସମ୍ପର୍କୀୟ ଥିଲେ । ସେ ଅଲ ବକରଙ୍କ ବିପ୍ଳବୀ କମାଣ୍ଡ କାଉନସିଲର ଏକ ପ୍ରମୁଖ ସଦସ୍ୟ ହୋଇଥିଲେ । ସତକଥା ହେଲା, ଅଲ ୱକରଙ୍କ ସରକାରରେ ତାଙ୍କର ହିଁ ପତିଆରା ଚଳୁଥିଲା ଓ ସେ ହିଁ ପ୍ରକୃତ କ୍ଷମତା ଉପଭଗ କରୁଥିଲେ । ପ୍ରାରମ୍ଭରେ, ସେ ବହୁତ ଉଦାର ଥିଲେ କିନ୍ତୁ ଧୀରେ ଧୀରେ ତାଙ୍କର ପ୍ରକୃତ ରୂପକୁ ଫେରି ଆସିଲେ । ବକର ଅସୁସ୍ଥ ଥିଲେ ଏବଂ ଫଳରେ ସେ ହିଁ କ୍ଷମତାର ବ୍ୟବହାର କରୁଥିଲେ । ତାଙ୍କର କାର୍ଯ୍ୟପ୍ରଣାଳି ଦ୍ଵାରା ସେ ସୁନ୍ନି ଦୁନିଆରେ ନିଜର ଏକ ଉତ୍ତମ ଛବି ସୃଷ୍ଟି କରିପାରିଥିଲେ ଏବଂ ପରଦା ପଛରେ ନିଜର ଗୋଷ୍ଠୀ ସୃଷ୍ଟି କରିବାରେ ଲାଗିଲେ । ୧୬ ଜୁଲାଇ ୧୯୭୯ରେ, ସେ ଅଲ ବକରକୁ କ୍ଷମତାରୁ ହଟାଇ ଇରାକର ସିଂହାସନରେ ବସିଥିଲେ । ଯଦି ସେ ଚାହିଁଥାନ୍ତେ ସେ କ୍ଷମତାର ଏହି ପରିବର୍ତ୍ତନକୁ ଏକ ପ୍ରାକୃତିକ ହିଂସା ମୁକ୍ତ କ୍ଷମତା ପରିବର୍ତ୍ତନର ରୂପ ଦେଇଥାନ୍ତେ କିନ୍ତୁ ବିଦ୍ରୋହୀମାନଙ୍କୁ ତାଙ୍କୁ ବାର୍ତ୍ତା ଦେବାକୁ ପଡିବ ଯେ ବର୍ତ୍ତମାନ ସଦ୍ଦାମ କ୍ଷମତାକୁ ଆସିଛନ୍ତି, ତେଣୁ ବିଦ୍ରୋହୀମାନେ ସତର୍କ ହେବା ଉଚିତ୍ । ଏହିକ୍ରମରେ ସେ ଗୋଟିଏ ପରେ ଗୋଟିଏ ୬୬ ଦେଶଦ୍ରୋହୀଙ୍କୁ ହତ୍ୟା କରିଥିଲେ । ତାଙ୍କ ଶାସନର ପ୍ରାରମ୍ଭ ବର୍ଷରେ, ସଦ୍ଦାମ ହୁସେନ୍ ଆମେରିକାର ପ୍ରିୟ ଥିଲେ । ସେ ଇରାନ ସହିତ ଯୁଦ୍ଧ ବୁଝାମଣା କରିଥିଲେ ଏବଂ ଆମେରିକାର ସାହାଯ୍ୟ ନେଇଥିଲେ । ଆମେରିକାର ତତକାଳୀନ ରାଷ୍ଟ୍ରପତି ରୋନାଲ୍ଡ ରେଗାନ୍ ତାଙ୍କୁ ସାହାଯ୍ୟ କରିଥିଲେ ।