"ଘୁମୁରା ନାଚ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଟିକେ
 
'''ଘୁମୁରା ନାଚ''' ଏକ [[ଭାରତ|ଭାରତୀୟ]] [[ଲୋକନୃତ୍ୟ]] । ଏହା [[ଓଡ଼ିଶା]]ର [[କଳାହାଣ୍ଡି ଜିଲ୍ଲା|କଳାହାଣ୍ଡି]] ଅଞ୍ଚଳରୁ ଏକ ଯୁଦ୍ଧ ସମୟର ନୃତ୍ୟ ଭାବେ ଆରମ୍ଭ ହୋଇ ପରେ ଏକ ଲୋକନୃତ୍ୟରେ ପରିଣତ ହୋଇଥିଲା । ଘୁମୁରା ନାଚ ସମୟରେ ଏକ [[ଘୁମୁରା ବାଦ୍ୟ]] ବଜାଯାଇଥାଏ । ଏହି ବାଦନ ଶୈଳୀ ପାରମ୍ପରିକ ଭାବେ ଯୁଦ୍ଧ ସମୟରେ ବ୍ୟବହୃତ ହେଉଥିଲା । ଏହା ସେନାଙ୍କୁ ଉତ୍ତେଜିତ କରିବା ସହ ଶତୃ ଆଗରେ ବୀରତ୍ୱ ପ୍ରଦର୍ଶନ ପାଇଁ ବଜା ଯାଉଥିଲା । ଯୁଦ୍ଧ ବିରତି ସମୟରେ ସେନାଛାଉଣୀରେ ମନୋରଞ୍ଜନ ଲାଗି ରସଧର୍ମୀ ଘୁମୁରା ନୃତ୍ୟ ଓ ବାଦ୍ୟ ପରିବେଷଣ ମଧ୍ୟ କରାଯାଉଥିଲା । ଘୁମୁରା ବାଦ୍ୟ ମାଟି ନିର୍ମିତ ଲମ୍ବା ବେକ ଥିବା [[ମାଠିଆ]] ଆକୃତିର ଓ ଏହା ମୁହଁରେ ଗୋଧି ଚମଡ଼ା ଛାଉଣି ହୋଇଥାଏ । ଏହାକୁ ଦୁଇ ହାତର ଆଙ୍ଗୁଠିରେ ବଜାଇଲେ ଗମ୍ଭୀର ଶବ୍ଦ ଉତ୍ପନ୍ନ ହୋଇଥାଏ । ଏହାକୁ ଦଳଗତ ଭାବେ ଘୁମୁରା ନୃତ୍ୟରେ ପରିବେଷଣ କରାଯାଇଥାଏ । [[ନୂଆଖାଇ]] ଦିନ ଘୁମୁରା ବାଦ୍ୟଯନ୍ତ୍ରକୁ ପୂଜାର୍ଚ୍ଚନା କରାଯାଏ । ନୂଆଖାଇ ସରିବା ପରେ ନର୍ତ୍ତକ ଘୁମୁରା ବଜାଇ ଗ୍ରାମ ପରିକ୍ରମା କରିଥାନ୍ତି ।<ref>ସମାଜ, ପୃଷ୍ଠା ୪ ନଭେମ୍ବର ୧୧,୨୦୧୨</ref>
 
== ଇତିହାସ ==
କଳାହାଣ୍ଡିର [[ଗୁଡ଼ହାଣ୍ଡି]] ଓ [[ଯୋଗୀମଠ]]ରୁ ମିଳୁଥିବା ପ୍ରତ୍ନତାତ୍ତ୍ୱିକ ପ୍ରମାଣରୁ ଦେଖାଯାଏ ଯେ ଗୁମ୍ଫାଚିତ୍ର ମଧ୍ୟରେ ଡମ୍ବରୁ ଓ ଘୁମୁରା ବାଦ୍ୟ ପରିବେଷଣର ଚିତ୍ର ରହିଛି ।<ref>ପରିଜା, ଜି.ପି., ୧୯୮୭, p. ୧୧</ref> ପୋଡ଼ାମାଟିରେ ତିଆରି ଏକ ଘୁମୁରା ନେହନାରୁ ମିଳିଥିଲା । ଏହା ଅଧୁନା [[ଖଡ଼ିଆଳ ଶାଖା ସଂଗ୍ରହାଳୟ]]ରେ ରହିଛି ।<ref>ସିଂହ ଦେଓ, ଜେ.ପି., "Ghumura Dance"</ref><ref name="Prasad1996">{{cite book|author=R. R. Prasad|title=Encyclopaedic Profile of Indian Tribes|url=https://books.google.com/books?id=TmDRNTYw49EC&pg=PA82|year=1996|publisher=Discovery Publishing House|isbn=978-81-7141-298-3|pages=82–}}</ref> ଯୁଦ୍ଧବାଦ୍ୟ ଭାବେ ଆରମ୍ଭ ହୋଇ ପରେ ଏହା କଳାହାଣ୍ଡିର ଲୋକସଂସ୍କୃତିରେ [[ଦଶହରା]] ଆଦି ପର୍ବପର୍ବାଣୀରେ ପରେ ଗଣବାଦ୍ୟ ଭାବେ ବ୍ୟବହାର ହେବାରେ ଲାଗିଲା ।<ref>ମିଶ୍ର, ଏମ., ୧୯୯୬, p. ୩୧୮</ref>
 
== କିମ୍ବଦନ୍ତୀ ==
[[ସାରଳା ମହାଭାରତ]]ରେ ଉଲ୍ଲେଖ ହୋଇଛି ଯେ ଦେବଦେବୀଙ୍କଦ୍ୱାରା ଯୁଦ୍ଧ ସମୟରେ ଘୁମୁରା ବାଦ୍ୟ ବ୍ୟବହାର ହେଉଥିଲା । ସାରଳା ମହାଭାରତ ଅନୁସାରେ [[ସତ୍ୟ ଯୁଗ]]ରେ ଜେନାବଳୀ-ପାଟଣା [[ମହିଷାସୁର]]ଙ୍କ ନାତି ଗୋଗିଙ୍ଗ ଦୈତ୍ୟଙ୍କ ରାଜଧାନୀ ଥିଲା । ଲୋକ ବିଶ୍ୱାସ ଅନୁସାରେ ସେତେବେଳର ଜେନାବଳୀ-ପାଟଣା ବର୍ତ୍ତମାନର [[ଜୁନାଗଡ଼]] । ସାରଳା ମହାଭାରତର ମଧ୍ୟ ପର୍ବରେ ଗୋଗିଙ୍ଗ ଦୈତ୍ୟର ହତ୍ୟା ସମୟରେ ଘୁମୁରା ବାଦ୍ୟ ବଜାଯିବା କଥା ଉଲ୍ଲେଖ ହୋଇଛି ।<ref>Ghosh, A.K., 1928, p.90, 343</ref> [[ସାରଳା ଦାସ]] ଏହି ବାଦ୍ୟକୁ ଏକ ମହିଷାସୁରଙ୍କ ରଣବାଦ୍ୟ ବୋଲି ମଧ୍ୟ ଉଲ୍ଲେଖ କରିଛନ୍ତି ।<ref>ଦାସ, ସାରଳା. ଚଣ୍ଡୀ ପୁରାଣ, pp. ୪୫ ଓ ୯୬</ref><ref name="Prasad1996">{{cite book|author=R. R. Prasad|title=Encyclopaedic Profile of Indian Tribes|url=https://books.google.com/books?id=TmDRNTYw49EC&pg=PA82|year=1996|publisher=Discovery Publishing House|isbn=978-81-7141-298-3|pages=82–}}</ref>
 
== ଆଧାର ==
୧୭,୬୧୦

ଗୋଟି ସମ୍ପାଦନା