Topic on ଉଇକିପିଡ଼ିଆ:ଆଲୋଚନା ସଭା

ଆସନ୍ତା କାଲି (ଜୁଲାଇ ୧୦ ତାରିଖ) କେଲଟିକ ନଟ କନଫରେନ୍ସ

2
Ssgapu22ଙ୍କ ଲିଖିତ ସାରାଂଶ

ଏହି ଆଲୋଚନା ଯେଉଁ ବିଷୟରେ ଆରମ୍ଭ ହୋଇଥିଲା, ତାହା ମାସେ ତଳୁ ଶେଷ ହେଇଗଲାଣି । ତେଣୁ ସମାଧାନ କରାଗଲା ବୋଲି ସୂଚିତ କରାଗଲା ।

Psubhashish (ଆଲୋଚନାଅବଦାନ)

ଆପଣମାନଙ୍କ ଭିତରୁ ଅନେକ ହୁଏତ ଜାଣିଥିବେ ଯେ ଏ ସପ୍ତାହ ସମ୍ପୂର୍ଣ୍ଣ ଭାବେ ଅନଲାଇନରେ କେଲଟିକ ନଟ କନଫରେନ୍ସ ହେଉଛି । ଏଥିରେ ମୋତେ ଫିନଲ୍ଯାଣ୍ଡର ଉତ୍ତର ସାମି ଭାଷାର ଉଇକିପିଡ଼ିଆରେ ସକ୍ରିୟ କିମ୍ବର୍ଲି ଯୋଗଦେବା ପାଇଁ ଆମନ୍ତ୍ରଣ କରିଥିଲେ ଓ କାଲି ଏକ ଘଣ୍ଟିକିଆ ଅଧିବେଶନରେ ମୁଁ ଯୋଗଦେବି । ଏ ବାବଦରେ ଅଧିକ ଏହି ଲିଙ୍କରୁ ପଢ଼ିପାରିବେ: "Panel discussion: COVID-19 and the Wikimedia community" ଏଥିରେ କିମ୍ବର୍ଲି ଓ ମୋ ଛଡ଼ା ବାସ୍କଭାଷୀ ଉଇକିଆଳି ଇନ୍ୟାକି ଓ ମାଲାୟାଲାମ ଉଇକିଆଳି ନେତା ମଧ୍ୟ ଯୋଗଦେବେ । ଅଧିବେଶନଟି ୟୁଟ୍ୟୁବରେ ମଧ୍ୟ ସନ୍ଧ୍ୟା ୦୭:୫୦ରେ (ଭାରତୀୟ ସମୟ) ପ୍ରସାରିତ ହେବ । ଏଥିରେ ଆମ ସମୁଦାୟର କୋଭିଡ-୧୯ ପାଇଁ ହୋଇଥିବା ସମ୍ପାଦନା (ଯଥା: ସୁବାସ ସାରଙ୍କର ସ୍ୱାସ୍ଥ୍ୟ ସମ୍ବନ୍ଧିତ ଅତି ଦରକାରୀ ପ୍ରସଙ୍ଗସବୁର ସମ୍ପାଦନା ଏବଂ ହରିହର ବାବୁଙ୍କ ଓଡ଼ିଶାରେ କୋଭିଡ-୧୯ ସମ୍ବନ୍ଧିତ ଅବଦାନ) ଉଲ୍ଲେଖ କରିବି । ଯଦି ଆପଣମାନଙ୍କ ଭିତରୁ କେହି କୌଣସି ନିର୍ଦ୍ଦିଷ୍ଟ ବିଷୟ ମୁଁ ଉଲ୍ଲେଖ କରେ ବୋଲି ଚାହୁଁଥିବେ ଦୟାକରି ତଳେ ଜଣାଇଲେ ମୁଁ ମୋ ଆଡୁ ଚେଷ୍ଟାକରିବି ।

Psubhashish (ଆଲୋଚନାଅବଦାନ)

ଯଦି କେହି ଦେଖିବାକୁ ଚାହୁଁଥିବେ ଆଲୋଚନାଟି ଏଇଠି ରେକର୍ଡ଼ ହୋଇରହିଛି ।