"ଦହିଆଳ ପକ୍ଷୀ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେNo edit summary
୨୭ କ ଧାଡ଼ି:
[[ଫାଇଲ:SaularyRay.jpg|ବାଆଁ|thumb|ଜନ୍ ରଏଙ୍କ ୧୭୧୩ ମସିହାର ପୁସ୍ତକ ''Synopsis methodicam avium & piscium''ରେ ଦହିଆଳ ପକ୍ଷୀର ବର୍ଣ୍ଣନା ପ୍ରଦାନ କରୁଥିବା ଚିତ୍ର]]
ଏହାର ପେଟ ଦହି ପରି ଧଳା ଥିବାରୁ ଏପରି ନାମକରଣ କରାଯାଇଛି । ଦଇଆଳ, ଦଇୟାଳ, ଦୟାଳ ଓ ଦୟାଳୁ ପକ୍ଷୀ ପ୍ରଭୃତି ଏହାର ଅନ୍ୟାନ୍ୟ କଥିତ ନାମ ।<ref>{{cite book|title=ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ}}</ref>
ଏହି ପକ୍ଷୀର ଅନ୍ୟ ଭାରତୀୟ ଭାଷାରେ ସ୍ଥାନୀୟ ନାମ ହେଲା ''ଧ୍ୟାଲ୍'' ବା ''ଧୟାଲ୍'' ଏବଂ ଏହି ନାମ ବିଦେଶୀ ପକ୍ଷୀବିଜ୍ଞାନୀମାନଙ୍କ ମନରେ ଅନେକ ଦ୍ଵନ୍ଦ୍ଵ ସୃଷ୍ଟି କରିଥିଲା । ଧ୍ୟାଲ୍‍କୁ ଇଂରାଜୀରେ ଢ୍ୟାଲ୍ ବା ଡାୟାଲ୍ ବୋଲି ମନେ କରି ୧୭୩୭ ମସିହାରେ ପ୍ରଥମେ ଏଲିଜାର୍ ଆଲ୍‍ବିନ୍ ଏହାକୁ ''ଡାୟାଲ୍ ବର୍ଡ୍'' ବୋଲି କହିଥିଲେ (ପୁସ୍ତକ - Suppl. N. H. Birds, i. p.&nbsp;17, pls. xvii. xviii.)। ଆଉ ଜଣେ ବିଜ୍ଞାନୀ ଲେଫେଲଁ ଏହି ପକ୍ଷୀ ସୌର ଫଳକ (ଇଂରାଜୀରେ ସନ୍ ଡାୟାଲ୍ - sun dial) ସହ ସମ୍ପର୍କିତ ବୋଲି ଏହାକୁ ନିଜ ମାତୃଭାଷା ଫରାସୀରେ ''କେଡ୍ରଁ (Cadran)'' ବୋଲି ନାମିତ କରିଥିଲେ (ପୁସ୍ତକ - Ois. d'Afr. iii. p.&nbsp;50) । ଥୋମାସ୍ ଜେର୍ଡନଙ୍କ ଅନୁସାରେ କାର୍ଲ୍ ଲିନାୟସ୍<ref>{{cite book|url=https://archive.org/stream/carolilinnaeisys11linn#page/n232/mode/1up/|title=Systema naturae|author=Linnaeus, Carolus|publisher=Halae Magdeburgicae : Typis et sumtibus Io. Iac. Curt.|year=1760}}</ref> ସୌର ଫଳକ ସହ ସମ୍ପର୍କ ବଜାୟ ରଖିବାକୁ ଯାଇ ଏହି ପକ୍ଷୀର ଜୀବବିଜ୍ଞାନ ନାମରେ ତ୍ରୁଟିପୂର୍ଣ୍ଣ ଭାବେ ''ସୋଲାରିସ୍'' ବା ''ସୌଲାରିସ୍'' ଶବ୍ଦ ଯୋଡ଼ିଥିଲେ (ପୁସ୍ତକ - B. India, ii. p.&nbsp;1l6) । ପରବର୍ତ୍ତୀ ସମୟରେ ଏଡ୍ଵାର୍ଡ୍ ବ୍ଲାଇଥ୍ ଏହି ଭ୍ରମ ଧାରଣା ଓ ପକ୍ଷୀର ବୈଜ୍ଞାନିକ ନାମର ପ୍ରକୃତ କାରଣ ପ୍ରକାଶ କରିଥିଲେ । [[ହିନ୍ଦୀ ଭାଷା|ହିନ୍ଦୀ ଭାଷାର]] ଶବ୍ଦ (ଶୌଲୋରିଶୌ ଲୋରି – ଅର୍ଥାତ୍ ୧୦୦ ଗୀତ)ର ଲାଟିନ୍ ରୂପାନ୍ତରଣ ଓ ଅପଭ୍ରଂଶରେ ସୌଲାରିସ୍ ଶବ୍ଦ ସୃଷ୍ଟି ହୋଇଥିବା ବିଷୟ ସେ ପ୍ରକାଶ କରିଥିଲେ । [[ଚେନ୍ନାଇ|ମାନ୍ଦ୍ରାଜ]]<nowiki/>ର ଏଡ୍ଵାର୍ଡ୍ ବକ୍ଲି ନାମକ ଜଣେ ଶଲ୍ୟ ଚିକିତ୍ସକ ଜେମ୍ସ୍ ପେଟିଭେରଙ୍କ ପାଖକୁ ଏକ ଅଣ୍ଡିରା ଦହିଆଳ ପକ୍ଷୀ ଓ ଏହାର ହିନ୍ଦୀ ନାମ ଲେଖା କାଗଜ ପଠାଇଥିଲେ । ଜେମ୍ସ ପରେ ଦହିଆଳ ପକ୍ଷୀର ବର୍ଣ୍ଣନା ଲେଖିଥିଲେ ([https://archive.org/stream/joannisraiisynop00rayj#page/n204/mode/1up Ray, Synops. Meth. Avium], ପୃଷ୍ଠା ୧୯୭) ।<ref>{{cite journal|author=Blyth E.|year=1867|title=The Ornithology of India. - A commentary on Dr. Jerdon's 'Birds of India'|url=https://archive.org/stream/ibisns03brit#page/11/mode/1up/|journal=Ibis|volume=3|issue=9|pages=1–48|doi=10.1111/j.1474-919x.1867.tb06417.x}}</ref><ref>{{cite book|url=https://archive.org/details/dictionaryofbird00newt|title=A Dictionary of Birds|author=Newton, Alfred|publisher=Adam & Charles Black, London|year=1893–1896|page=[https://archive.org/details/dictionaryofbird00newt/page/133 133]}}</ref>
 
== ଭୌଗୋଳିକ ବିତରଣ ଓ ପରିବାସ ==