"ଶ୍ୟାମ ବେନେଗାଲ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ଶ୍ରେଣୀ ଯୋଡିବା
ଟିକେ Regular Character Changes
୨୧ କ ଧାଡ଼ି:
ଶ୍ୟାମ ବେନେଗାଲ (ଜନ୍ମ ୧୪ ଡିସେମ୍ବର ୧୯୩୪) ହିନ୍ଦୀ ଚଳଚ୍ଚିତ୍ରର ଜଣେ ଜଣାଶୁଣା ନିର୍ଦ୍ଦେଶକ | ସମାନ୍ତରାଳ ସିନେମାର ପ୍ରମୁଖ ନିର୍ଦ୍ଦେଶକମାନଙ୍କ ମଧ୍ୟରେ ଅଙ୍କୁର, [[ନିଶାନ୍ତ]], ମନ୍ଥାନ ଏବଂ ଭୁମିକା ଭଳି ଚଳଚ୍ଚିତ୍ର ପାଇଁ ବେନେଗାଲ ବେଶ ଜଣାଶୁଣା ।
 
୧୯୭୬ ରେ୧୯୭୬ରେ ଶ୍ୟାମଙ୍କୁ ପଦ୍ମଶ୍ରୀ ସମ୍ମାନ ପ୍ରଦାନ କରାଯାଇଥିଲା । ୨୦୦୭ରେ ହିନ୍ଦୀ ଚଳଚ୍ଚିତ୍ର ଜଗତରେ ତାଙ୍କ ଅବଦାନ ପାଇଁ ତାଙ୍କୁ ଭାରତୀୟ ସିନେମାର ସର୍ବୋଚ୍ଚ ପୁରସ୍କାର '[[ଦାଦାସାହେବ ଫାଲକେ ପୁରସ୍କାର]]' ପ୍ରଦାନ କରାଯାଇଥିଲା । ସେ ଏକମାତ୍ର ଚଳଚ୍ଚିତ୍ର ନିର୍ଦ୍ଦେଶକ ଯିଏକି ପାଞ୍ଚଥର ଶ୍ରେଷ୍ଠ ହିନ୍ଦୀ ଫିଚର ଫିଲ୍ମ ପାଇଁ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇଛନ୍ତି । ୧୯୯୧ ମସିହାରେ ଭାରତ ସରକାର କଳା କ୍ଷେତ୍ରରେ ଶ୍ୟାମ ବେନେଗାଲଙ୍କୁ ପଦ୍ମ ଭୂଷଣ ପ୍ରଦାନ କରିଥିଲେ ।<ref name="webcitation">{{cite web |title=WebCite query result |url=https://www.webcitation.org/6U68ulwpb?url=http://mha.nic.in/sites/upload_files/mha/files/LST-PDAWD-2013.pdf |website=www.webcitation.org |accessdate=13 March 2020}}</ref>
== ବ୍ୟକ୍ତିଗତ ଜୀବନ ==
ଶ୍ୟାମ ବେନେଗାଲ ୧୪ ଡିସେମ୍ବର ୧୯୩୪ ରେ, ତତ୍‌କାଳୀନ ଏକ ବ୍ରିଟିଶ କ୍ୟାଣ୍ଟନମେଣ୍ଟ, ତ୍ରିମୁଲଗେରିରେ ଜନ୍ମଗ୍ରହଣ କରିଥିଲେ ।<ref name="rediff">{{cite web |title=Rediff On The NeT, Movies: An interview with Shyam Benegal |url=https://www.rediff.com/entertai/1999/jul/28shy.htm |website=www.rediff.com |accessdate=13 March 2020}}</ref> ବାର ବର୍ଷ ବୟସରେ ସେ ତାଙ୍କର ଫଟୋଗ୍ରାଫର ପିତା ଶ୍ରୀଧର ବି ବେନେଗାଲ ଦେଇଥିବା କ୍ୟାମେରାରେ ତାଙ୍କର ପ୍ରଥମ ଚଳଚ୍ଚିତ୍ର ନିର୍ମାଣ କରିଥିଲେ । ସେ ହାଇଦ୍ରାବାଦର ଓସମାନିଆ ବିଶ୍ୱବିଦ୍ୟାଳୟରୁ ଅର୍ଥନୀତିରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିଲେ । ପରବର୍ତ୍ତୀ ସମୟରେ ସେ ସେଠାରେ ହାଇଦ୍ରାବାଦ ଫିଲ୍ମ ସୋସାଇଟି ଗଠନ କରିଥିଲେ।
 
୧୯୫୯ ମସିହାରେ, ସେ ମୁମ୍ବାଇର ଏକ ବିଜ୍ଞାପନ ଏଜେନ୍ସି 'ଲିଣ୍ଟାସ୍ ବିଜ୍ଞାପନ' ରେ କପି ରାଇଟର୍ ଭାବରେ କାର୍ଯ୍ୟ କରିବା ଆରମ୍ଭ କରିଥିଲେ । ସେହିଠାରେ ହିଁ ତାଙ୍କର ସୃଜନଶୀଳତା ବିକାଶ ଲାଭ କରିଥିଲା । ଏହି ସମୟରେ, ବେନେଗାଲ ୧୯୬୨ ମସିହାରେ ଗୁଜରାଟୀ ଭାଷାରେ ଗେର୍ ବେଥା ଗଙ୍ଗା (ଡୋରଷ୍ଟେପ୍ ରେଡୋରଷ୍ଟେପ୍ରେ ଗଙ୍ଗା) ନାମକ ତାଙ୍କର ପ୍ରଥମ ଡକ୍ୟୁମେଣ୍ଟାରୀ ଚଳଚ୍ଚିତ୍ର ନିର୍ମାଣ କରିଥିଲା । ସ୍କ୍ରିପ୍ଟରେ କାମ କରୁଥିବାବେଳେ ତାଙ୍କର ପ୍ରଥମ ଫିଚର ଫିଲ୍ମକୁ ଆଉ ଏକ ଦଶନ୍ଧି ଅପେକ୍ଷା କରିବାକୁ ପଡିଥିଲା ।
 
୧୯୬୩ ମସିହାରେ ସେ ASP (ବିଜ୍ଞାପନ, ବିକ୍ରୟ ଏବଂ ପଦୋନ୍ନତି) ନାମକ ଅନ୍ୟ ଏକ ବିଜ୍ଞାପନ ଏଜେନ୍ସି ସହିତ ମାତ୍ର କିଛି କାଳ ପାଇଁ କାର୍ଯ୍ୟ କରିଥିଲେ | ଏଭଳି ବିଜ୍ଞାପନ କରୁକରୁ ସେ ୯୦୦ରୁ ଅଧିକ ପ୍ରାୟୋଜିତ ଡକ୍ୟୁମେଣ୍ଟାରୀ ଏବଂ ବିଜ୍ଞାପନ ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଥିଲେ ।
 
୧୯୬୬ ରୁ୧୯୬୬ରୁ ୧୯୭୩ ମଧ୍ୟରେ ଶ୍ୟାମ ପୁଣେ ଚଳଚ୍ଚିତ୍ର ଏବଂ ଟେଲିଭିଜନ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ (FTII) ରେ ଶିକ୍ଷାଦାନ କରିଥିଲେ ଏବଂ ଦୁଇଥର ଅନୁଷ୍ଠାନର ଚେୟାରମ୍ୟାନ୍ ଭାବରେ କାର୍ଯ୍ୟ କରିଥିଲେ (୧୯୮୦-୮୩ ଏବଂ ୧୯୮୯-୯୨) । ଏହି ସମୟରେ ସେ ଏକ ପ୍ରାରମ୍ଭିକ ଡକ୍ୟୁମେଣ୍ଟାରୀ ଏକ ଚାଇଲ୍ଡ ଅଫ୍ ଦି ଷ୍ଟ୍ରିଟ୍ସ (୧୯୬୭) କରି ବ୍ୟାପକ ପ୍ରଶଂସା ପାଇଥିଲେ । ମୋଟ ଉପରେ ସେ ୭୦ରୁ ଅଧିକ ଡକ୍ୟୁମେଣ୍ଟାରୀ ଏବଂ କ୍ଷୁଦ୍ର ଚଳଚ୍ଚିତ୍ର ନିର୍ମାଣ କରିଛନ୍ତି ।
 
ତାଙ୍କୁ ହୋମି ଜାହାଙ୍ଗୀର ଭାବା ଫେଲୋସିପ୍ (୧୯୭୦-୭୨) ଦ୍ଵାରା ପୁରସ୍କୃତ କରାଯାଇଥିଲା ଯାହା ତାଙ୍କୁ ନ୍ୟୁୟର୍କର ଶିଶୁ ଟେଲିଭିଜନ କର୍ମଶାଳାରେ ଏବଂ ପରେ ବୋଷ୍ଟନର WGBH-TV ରେTVରେ କାମ କରିବାକୁ ଅନୁମତି ଦେବାରେ ସହାୟକ ହୋଇଥିଲା ।
 
୨୦୦୮ରେ ତାଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ର "ୱେଲକମ ଟୁ ସଜ୍ଜନପୁର" ଅନେକ ପ୍ରଶଂସା ଲାଭ କରିଥିଲା ।<ref name="webarchive">{{cite web |title=Kissa kiss ka |url=https://web.archive.org/web/20071206061532/http://movies.indiainfo.com/2007/12/04/0712040958_amrita.html |website=web.archive.org |accessdate=13 March 2020 |date=6 December 2007}}</ref>