"ଔଷଧୀୟ ବୃକ୍ଷଲତା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Regular Character Changes
୬ କ ଧାଡ଼ି:
ବୃକ୍ଷଲତାରୁ ପ୍ରସ୍ତୁତ ଅନେକ ମସଲା ଯାହା ଆଜିକାଲି ଆମେ ସାଧାରଣଭାବେ ବ୍ୟବହାର କରୁ ତନ୍ମଧ୍ୟରୁ ଅନେକ ପ୍ରାଗୈତିହାସିକ ଯୁଗରୁ ବ୍ୟବହାର ହୋଇଆସୁଅଛି । ଗ୍ରୀଷ୍ମପ୍ରଧାନ ଦେଶମାନଙ୍କରେ ସାଧାରଣତଃ ପ୍ରସ୍ତୁତ ଖାଦ୍ୟ, ବିଶେଷତଃ ମାଛ ବା ମାଂସ, ଶିଘ୍ର ଖରାପ ବା ନଷ୍ଟ ହୋଇଯାଏ <ref name="sciencedirect">{{cite web |title=Why vegetable recipes are not very spicy |url=https://www.sciencedirect.com/science/article/abs/pii/S1090513800000684?via%3Dihub |website=www.sciencedirect.com |accessdate=22 December 2019}}</ref>। ଔଷଧୀୟ ଗୁଳ୍ମରୁ ପ୍ରସ୍ତୁତ କିଛି ମସଲା ଏଭଳି କ୍ଷେତ୍ରରେ ଖାଦ୍ୟକୁ ଶୀଘ୍ର ନଷ୍ଟ ହେବାକୁ ଦିଅନ୍ତି ନାହିଁ ।<ref name="semanticscholar">{{cite web |title=Antimicrobial functions of spices: why some like it hot |url=https://www.semanticscholar.org/paper/Antimicrobial-functions-of-spices%3A-why-some-like-it-Billing-Sherman/f3c545e80bcb75e3260447eb019c475dc4a2434f |website=www.semanticscholar.org |accessdate=22 December 2019}}</ref> ଜୀବଜଗତର ପ୍ରାଣି ଓ ଉଦ୍ଭିଦ ପରସ୍ପର ଉପରେ ଏମିତି ନିର୍ଭରଶୀଳ ଯେ ଏମିତି ବି କିଛି ପଶୁ ପକ୍ଷି ବା କୀଟ ପତଙ୍ଗ ଅଛନ୍ତି, ଯେଉଁ ମାନେ କୌଣସି କ୍ଷତ ବା ରୋଗରୁ ଆରୋଗ୍ୟ ଲାଭ କରିବା ନିମିତ୍ତ ନିର୍ଦ୍ଦିଷ୍ଟ ଔଷଧୀୟ ଗୁଳ୍ମର ପତ୍ର, ପୁଷ୍ପ, ଫଳ କିମ୍ବା ଚେର ଗ୍ରହଣ କରିଥାନ୍ତି । ପ୍ରାଗୈତିହାସିକ କବର ସ୍ଥଲରୁ ଔଷଧୀୟ ଗୁଳ୍ମର ନମୁନା ପାଇବା ଏହି ପ୍ରମାନ ଦିଏ ଯେ ପ୍ୟାଲିଓଲିଥିକ ଲୋକଙ୍କର ଔଷଧୀୟ ଗୁଳ୍ମ ବିଷୟରେ କିଛି ଜ୍ଞାନ ଥିଲା । ଉଦାହରଣ ସ୍ଵରୂପ ଉତ୍ତର ଇରାକରେ ଅବସ୍ଥିତ ତଥା ପ୍ରାୟ ୬୦,୦୦୦ ବର୍ଷ ପୁରୁଣା ଏକ ନିଅନଦର୍ଥାଲ କବର ସ୍ଥଳରେ ମିଳିଥିବା ଆଠ ପ୍ରଜାତିର ଗୁଳ୍ମର ପରାଗ ମିଳିଛି ଯେଉଁଥିରୁ ସାତ ପ୍ରକାର ଗୁଳ୍ମ ବର୍ତ୍ତମାନ ଔଷଧୀୟ ଉପଚାର ଭାବେ ବ୍ୟବହୃତ ହେଉଛି ।<ref name="Science">{{cite web |last1=Solecki |first1=Ralph S. |title=Shanidar IV, a Neanderthal Flower Burial in Northern Iraq |url=https://science.sciencemag.org/content/190/4217/880 |website=Science |accessdate=22 December 2019 |pages=880–881 |language=en |doi=10.1126/science.190.4217.880 |date=28 November 1975}}</ref>
== ବ୍ୟବହାର ==
ଯେଉଁ ବୃକ୍ଷ ବା ଗୁଳ୍ମର ବ୍ୟବହାର ଆମେ ସାଧାରଣତଃ ରୋଗ ମୁକ୍ତି ତଥା ସ୍ଵାସ୍ଥ୍ୟର ହିତ ନିମନ୍ତେ କରାଯାଏ, ସେ ସବୁ ଔଷଧୀୟ ବୃକ୍ଷଲତା ଅଟନ୍ତି <ref name="shodhganga">{{cite web |url=https://shodhganga.inflibnet.ac.in/bitstream/10603/119022/22/22_annexure.pdf |website=।www.shodhganga.inflibnet |accessdate=22 December 2019}}</ref><ref name="BMB">{{cite web |last1=Ahn |first1=Kyungseop |title=The worldwide trend of using botanical drugs and strategies for developing global drugs |url=https://www.ncbi.nlm.nih.gov/pmc/articles/PMC5422022/ |website=BMB Reports |accessdate=22 December 2019 |pages=111–116 |doi=10.5483/BMBRep.2017.50.3.221 |date=2017}}</ref>। ବିଶ୍ଵ ଖାଦ୍ୟ ଓ କୃଷି ସଂଗଠନର ଏକ ଆକଲନ ଅନୁସାରେ ସାରା ବିଶ୍ୱରେ ୨୦୦୨ ସୁଦ୍ଧା ୫୦,୦୦୦ ରୁ୦୦୦ରୁ ଉର୍ଦ୍ଧ୍ଵ ଔଷଧୀୟ ବୃକ୍ଷଲତା ବା ଗୁଳ୍ମ ବ୍ୟବହୃତ <ref name="fao">{{cite web |title=Impact of Cultivation and Gathering of Medicinal Plants on Biodiversity: Global Trends and Issues |url=http://www.fao.org/3/AA010E/AA010e02.htm |website=www.fao.org |accessdate=22 December 2019}}</ref>। ରୋୟାଲ ବୋଟାନିକାଲ ଗାର୍ଡେନର ୨୦୧୬ର ଏକ ଆକଲନ ଅନୁସାରେ ପ୍ରାୟ ୧୭,୮୧୦ ଗୁଳ୍ମ ପ୍ରଜାତିର ଔଷଧୀୟ ଗୁଣ ରହିଛି ଏବଂ ତନ୍ମଧ୍ୟରୁ ପ୍ରାୟ ୩୦,୦୦୦ ଔଷଧୀୟ ଗୁଳ୍ମର ବ୍ୟାବହାରିତା ସଂପର୍କରେ ବିବରଣୀ ଲିପିବଦ୍ଧ ହୋଇସାରିଛି ।
 
ଆଧୁନିକ ଯୁଗରେ ବ୍ୟବହୃତ ଔଷଧ ଗୁଡିକ ମଧ୍ୟରୁ ପ୍ରାୟ ଏକ ଚତୁର୍ଥାଂଶ କେବଳ ଔଷଧୀୟ ବୃକ୍ଷଲତାରୁ ପ୍ରସ୍ତୁତ ହୋଇଥାଏ ।<ref name="Journal of Ethnobiology">{{cite web |last1=Smith-Hall |first1=Carsten |last2=Larsen |first2=Helle Overgaard |last3=Pouliot |first3=Mariève |title=People, plants and health: a conceptual framework for assessing changes in medicinal plant consumption |url=https://www.ncbi.nlm.nih.gov/pmc/articles/PMC3549945/ |website=Journal of Ethnobiology and Ethnomedicine |accessdate=22 December 2019 |pages=43 |doi=10.1186/1746-4269-8-43 |date=13 November 2012}}</ref> ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନର ଏକ ଆକଲନ ଅନୁସାରେ ପ୍ରାୟ ଶତକଡା ଅଶି ଭାଗ ଲୋକ ପରୋକ୍ଷଭାବେ ଔଷଧୀୟ ବୃକ୍ଷଲତା ଉପରେ ନିର୍ଭର କରନ୍ତି । କେବଳ ସେତିକି ନୁହେଁ, ଅଧୁନା ବିକଶିତ ରାଷ୍ଟ୍ରଗୁଡିକରେ ଲୋକେ ଔଷଧୀୟ ଗୁଳ୍ମରୁ ପ୍ରସ୍ତୁତ ଔଷଧ ବ୍ୟବହାର କରିବାକୁ ପସନ୍ଦ କରନ୍ତି । ଅତଏବ ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନ ଏହି ପାରମ୍ପାରିକ ଔଷଧର ବ୍ୟବହାର ବିଷୟରେ ଏକ ନୀତିଗତ ଚିଠା ୧୯୯୧ ମସିହାରେ ପ୍ରସ୍ତୁତ କରିଛନ୍ତି ଏବଂ ଏଗୁଡିକର ପ୍ରସ୍ତୁତି, ବିକ୍ରି ତଥା ବ୍ୟବହାର ସଂପର୍କରେ ଦିଶାନିର୍ଦ୍ଦେଶ ଜାରି କରିଛନ୍ତି ।<ref name="googlebooks">{{cite web |last1=Singh |first1=Amritpal |title=Regulatory and Pharmacological Basis of Ayurvedic Formulations |url=https://books.google.co.in/books?id=zgBPDAAAQBAJ&pg=PA4&redir_esc=y#v=onepage&q&f=false |website=www.books.google.co.in |publisher=CRC Press |accessdate=22 December 2019 |language=en |date=19 December 2017}}</ref>
 
ଔଷଧୀୟ ବୃକ୍ଷଲତାର ବ୍ୟବହାରର ମୁଖ୍ୟତଃ ତିନି ପ୍ରକାର ଉପାଦେୟତା ରହିଛି; ପ୍ରଥମତଃ ଏହା ଗ୍ରହଣ କରିବା ଦ୍ଵାରାକରିବାଦ୍ଵାରା ସ୍ଵାସ୍ଥ୍ୟଗତ ସମସ୍ୟା ଦୂର ହୋଇଥାଏ, ଦ୍ଵିତୀୟତଃ ଏହି ଔଷଧୀୟ ବୃକ୍ଷଲତାର ଅମଳ ତଥା ଔଷଧ ପ୍ରସ୍ତୁତ କର୍ତ୍ତା ଆର୍ଥିକ ଲାଭ ପାଇଥାନ୍ତି ଏବଂ ଶେଷରେ ଏହି ପରୀପ୍ରେକ୍ଷୀରେ ସରକାର ଟିକସ ପାଇବା ସହ ସମାଜରେ ଲୋକେ ରୋଜଗାରର ନୂତନ ପନ୍ଥା ପାଇପାରନ୍ତି ।
 
== ଔଷଧୀୟ ବୃକ୍ଷଲତାର ପ୍ରକାରଭେଦ ==