"ଲିଓ ଟଲଷ୍ଟୟ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ତଥ୍ୟ ଯୋଡିବା
୬ କ ଧାଡ଼ି:
ଟଲଷ୍ଟୟଙ୍କ ଜନ୍ମ ଋଷର ୟାସ୍ନାୟା ପୋଲ୍ୟାନ୍ୟା ନାମକ ସହରରେ, ଯାହାକି ମୋସ୍କୋଠାରୁ ୨୦୦ କି. ମି. ଦକ୍ଷିଣକୁ ଅବସ୍ଥିତ, ହୋଇଥିଲା । ପିତା କାଉଣ୍ଟ ନିକୋଲାଇ ଏବଂ ମାତା ମାରିୟା ଟଲଷ୍ଟୟଙ୍କର ସେ ଥିଲେ ଚତୁର୍ଥ ସନ୍ତାନ । ତାଙ୍କୁ ଯେତେବେଳେ ମାତ୍ର ଦୁଇ ବର୍ଷ ସେ ତାଙ୍କ ମାତାଙ୍କୁ ହରାଇଥିଲେ । ପୁଣି ତାଙ୍କୁ ନଅ ବର୍ଷ ବେଲକୁ ପିତାଙ୍କ ଦେହାନ୍ତ ହେଲା । ତେଣୁ ତାଙ୍କ ଲାଲନ ପାଲନ ଦାୟୀତ୍ଵ ନେଲେ ତାଙ୍କ ଜଣେ ସମ୍ପର୍କୀୟ କାକି ତତ୍ୟାନା । ତେବେ ଉଚ୍ଚ ବର୍ଗର ହୋଇଥିବାରୁ ତାଙ୍କ ଶିକ୍ଷାଦୀକ୍ଷା ନିମିତ୍ତ ସୁଦକ୍ଷ ବିଦ୍ଵାନ ନିଯୁକ୍ତ ହୋଇଥିଲେ । ବାଲ୍ୟାବସ୍ଥାରେ ହିଁ ତାଙ୍କୁ ପାଠ ସହ ଖେଳ କୁଦ, ଘୋଡାସବାରୀ, ଶିକାର, ନାଚଗାନା ଇତ୍ୟାଦି ବିଷୟରେ ଶିକ୍ଷା ଲାଭ କରିଥିଲେ । ୧୮୪୪ ମସିହାରେ ସେ କାଯାନ ବିଶ୍ଵବିଦ୍ୟାଳୟରେ ଆଇନ ଓ ପ୍ରାଚ୍ୟ ଭାଷା ଅଧ୍ୟୟନ କରିବା ଆରମ୍ଭ କଲେ । ତେବେ ପାଠ ପଢା ଅଧାରୁ ଛାଡି ସେ ନିଜ ଜନ୍ମ ସ୍ଥାନ ୟାସ୍ନାୟା ପୋଲ୍ୟାନ୍ୟା ଫେରି ଆସିଲେ ଏବଂ ସେଠାରେ ଏକ ବିଳାସ ତଥା ଆଳସ୍ୟପୂର୍ଣ ଜୀବନ ବିତାଇବାକୁ ଲାଗିଲେ । ଏହି ସମୟ ମଧ୍ୟରେ ସେ ନିଜର ପ୍ରଥମ ଉପନ୍ୟାସ ସହ ନିଜ ଯୁବାବସ୍ଥାର କିଛି କାଳ୍ପନିକ ଚିନ୍ତାଧାରାକୁ ନେଇ ରଚନା ମଧ୍ୟ ଲେଖିଥିଲେ ଯାହାକି ୧୮୫୨ ମସିହାରେ ପ୍ରକାଶିତ ହୋଇଥିଲା ।
 
ଭାଲୁଭାରଙ୍କ ଲିଖିତ ପ୍ରଖ୍ୟାତ ଉପନ୍ୟାସ '''ତିରୁକୁରାଲ'''(Tirukkural) ର ଏକ ଜର୍ମାନୀ ସଂସ୍କରଣ ପଢିବା ପରେ ସେ "ଅହିଂସା" ଶବ୍ଦଟି ତାଙ୍କ ମନରେ ଗଭୀର ରେଖାପାତ କରିଥିଲା । ପରବର୍ତ୍ତୀ ସମୟରେ ମହତ୍ମା ଗାନ୍ଧୀଙ୍କ ନିକଟକୁ ଲିଖିତ ଏକ ପତ୍ରରେ ସେ ଏହି ଭାବନାକୁ ପରିପ୍ରକାଶ କରିଥିଲେ । କହିବାକୁ ଗଲେ ଅହିଂସାର ପ୍ରବର୍ତ୍ତକ ଗାନ୍ଧିଜୀଙ୍କର ମୂଳ ମନ୍ତ୍ର ପଛରେ ପ୍ରେରଣା ଥିଲା ଟଲଷ୍ଟୟଙ୍କର ।
 
== ବିଚାର ଏବଂ ଦର୍ଶନ ==
ଟଲଷ୍ଟୟଙ୍କର ଧାର୍ମିକ ଭାବନା ଥିଲା ଅତ୍ୟନ୍ତ ଉଦାର ତଥା ବ୍ୟାପକ । ତତକାଳୀନ ଖ୍ରୀଷ୍ଟ ଧର୍ମ ପ୍ରତି ତାଙ୍କର ବିରୋଧାଭାସ ଥିଲା ସ୍ପଷ୍ଟ । ନିଜ ବିଚାରରେ ସେ ଏକ ପ୍ରକାର ସର୍ବଦେବବାଦୀ ପ୍ରତୀକ ବୋଲି ମନେହେଉଥିଲେ । ତାଙ୍କ ମତରେ ମୃତ୍ୟୁ ହେଉଛି ମଣିଷ ଜୀବନର ଅନ୍ତିମ ଏବଂ ଅବଶ୍ୟମ୍ଭାବୀ ପରିଣତି । ତାଙ୍କ ମତରେ ନିରୁଦ୍ଦିଷ୍ଟ, ବିଚାରହୀନ ତଥା ଆତ୍ମକୈନ୍ଦ୍ରିକ ଜୀବନକୁ ଥିଲା ଏକ ପ୍ରକାର ପାପ ।
 
== ଆଧାର ==
{{Reflist}}