"କୋୟୋଟ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଅଧିକ ତ‌ଥ୍ୟା ଦିଆଗଲା
ଅଧିକ ତ‌ଥ୍ୟା ଦିଆଗଲା
୪୨ କ ଧାଡ଼ି:
ଉତ୍ତର [[ଆମେରିକା]] ଓ [[ମେକ୍ସିକୋ]] ଓ ମଧ୍ୟ ଆମେରିକାରେ ଏମାନେ ବ‌ହୁ ସଂଖ୍ୟାରେ ଥିବାରୁ ଏହି ପ୍ରାଣୀ ସ୍ୱଳ୍ପ ଚିନ୍ତାଜନ‌କ ([[:en:Least Concern|least concern|]]) ଅବସ୍ଥାରେ ଅଛନ୍ତି, ଏ କଥା ଇଣ୍ଟରନ୍ୟାସନାଲ ୟୁନିଅନ ଫର କଞ୍ଜରଭେସନ ଅଫ ନେଚର ([[:en:International Union for Conservation of Nature|International Union for Conservation of Nature]]) ସଂସ୍ଥା ପ୍ରକାଶ କରିଛି । ଏହି ପ୍ରାଣୀଙ୍କର ମାନବ ସୃଷ୍ଟି କରୁଥିବା ପରିବେଶ ସ‌ହିତ ଖାପ ଖୁଆଇ ପାରିବାର ପ୍ରତିଭା ଅଛି । ନିଜର କ୍ଷେତ୍ର କୋୟୋଟ ବିସ୍ତାର କରିବାକୁ ଲାଗିଛି ଓ ପାନାମା କେନାଲ ([[:en:Panama Canal|Panama Canal]]) ପାରି ହୋଇ ପୂର୍ବ ଆମେରିକାରେ ସ‌ହର ଦିଗକୁ ମୁହାଁଉଥିବା ସନ ୨୦୧୩ରେ ଜଣାପଡ଼ିଲା ।
 
ଊନବିଂଶ ପ୍ରକାରର ([[:en:subspecies|subspecies]]) କୋୟୋଟ ଦେଖାଯାଆନ୍ତି । ଅଣ୍ଡିରା କୋୟୋଟର ହାରାହାରି ଓଜନ ୮-୨୦କେଜି/ ୧୬-୪୪ପାଉଣ୍ଡ ଓ ମାଈ କୋୟୋଟର ଓଜନ ୭-୧୮କେଜି/ ୧୫-୪୦ପାଉଣ୍ଡ ହୋଇଥାଏ । ତାଙ୍କର ଲୋମ ରଙ୍ଗ ହାଲୁକା ପାଉଁଶିଆ ଓ ଲାଲ ବା ତମ୍ବା ରଙ୍ଗରେ କଳା ଓ ଧଳା ଦାଗ ଥାଏ ଯଦିଓ ସ୍ଥାନ ଅନୁସାରେ ପରିବର୍ତ୍ତନ ଆସିପାରେ । ଏହାର ମେଳଜୋଳ ପରିବର୍ତ୍ତନଶୀଳ, କେତେବେଳେ ଏକ‌କ ପରବାରରେ ରହେ ତ ଆଉ କେତେବେଳେ ସମ୍ପର୍କ ବିହୀନ ଦଳ ସାଥିରେ ରହେ । ସାଧାରଣତଃ ଏହା ପଶୁ ମାଂସ ଯେପରିକି ହରିଣ, [[ଠେକୁଆ]], [[ପକ୍ଷୀ]], ମୂଷା ଜାତୀୟ ଜୀବ, ସରୀସୃପ, [[ମାଛ]], ଉଭୟଚର ଜୀବ ଓ ଅମେରୁଦଣ୍ଡୀ ପ୍ରାଣୀଙ୍କ ମାଂସ ଖାଏ । ବେଳେ ବେଳେ ଏହା ଫଳ ଓ ପରିବା ଆହାର କରେ । ଏହାର ଏକ ନିଜସ୍ୱ ଏକ‌କ ବୋବାଳି ଅଛି । ମାନବ ଏହାର ବଡ଼ ଶତ୍ରୁ, ଉତ୍ତର ଆମେରିକାର କାଉଜର ଓ ପା‌ଁଉସିଆ ଗଧିଆ । ଏହା ସତ୍ୱେ ବେଳେ ବେଳେ ମାଈ ଲାଲ, ପାଉଁସିଆ ଗଧିଆ ସାଥିରେ ମିଶି ପ୍ରଜନନ କରେ ଓ ହାଇବ୍ରିଡ ଛୁଆ ([[:en:coywolf|coywolf]]) କରେ । ଉତ୍ତର ଆମେରିକାର ଉତ୍ତରପୂର୍ବ ଇଲାକାରେ ଏହାର ଅନେକ ଉପ‌ପ୍ରଜାତି ଦେଖାଯାଆନ୍ତି ଯାହା ଐତିହାସିକ ଓ ଆଧୁନିକ ସଙ୍ଗମ ଯୋଗୁ ହୋଇଥିବା ଜଣାଯାଏ । ଜେନେଟିକ ପରୀକ୍ଷାଦ୍ୱାରା ଏମାନଙ୍କର କୋୟୋଟ ଜିନ ଥିବା ଦେଖାଯାଏ ।
 
== ଆଧାର ==
"https://or.wikipedia.org/wiki/କୋୟୋଟ"ରୁ ଅଣାଯାଇଅଛି