"ପଦାର୍ଥ ବିଜ୍ଞାନରେ ନୋବେଲ ପୁରସ୍କାର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
୩ କ ଧାଡ଼ି:
 
== ପ୍ରତିଷ୍ଠାତା ଓ ପୁରସ୍କାର ==
[[ନୋବେଲ ପୁରସ୍କାର]] ର ପ୍ରତିଷ୍ଠାତା ହେଉଛନ୍ତି ସୁଇଡିଶ [[ବୈଜ୍ଞାନିକ]] ଡ.[[ଆଲଫ୍ରେଡ ନୋବେଲ]] । ୧୯୦୧ ଠାରୁ ଆଲଫ୍ରେଡଙ୍କ ଦ୍ୱାରା ପ୍ରତିଷ୍ଠିତ ନୋବେଲ ଫାଉଣ୍ଡେସନ ତରଫରୁ ପ୍ରତିବର୍ଷ [[ସ୍ୱିଡେନ]]ର ରାଜଧାନୀ [[ଷ୍ଟକହୋମ]]ଠାରେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ଏହି ପୁରସ୍କାର ପ୍ରଦାନ କରାଯାଇଥାଏ । ଉକ୍ତ ପୁରସ୍କାର ବାବଦରେ ଏକ ସୁନା ମେଡାଲ୍, ଅର୍ଥ ଓ ଏକ ମାନପତ୍ର ପ୍ରଦାନ କରାଯାଇଥାଏ ।<ref>http://www.nobelprize.org/nobel_prizes/about/</ref> ପ୍ରତିବର୍ଷ ଆଲଫ୍ରେଡ ନୋବେଲଙ୍କ ବାର୍ଷିକ ଶ୍ରାଦ୍ଧ ଦିବସରେ ଅର୍ଥାତ ଡିସେମ୍ବର ମାସ ୧୦ ତାରିଖରେ ଏହି ପୁରସ୍କାର ପ୍ରଦାନ କରାଯାଇଥାଏ । ସାଧାରଣତଃ ନୋବେଲ ଫାଉଣ୍ଡେସନ ତରଫରୁ ଚୟନ କରାଯାଇଥିବା କମିଟି ସମସ୍ତ ବିଷୟ ଅନୁଧ୍ୟାନ ପୂର୍ବକ ଏହି ପୁରସ୍କାର ନିଜେତାଙ୍କ ନାମ ବର୍ଷର ଅକ୍ଟୋବର ମାସରେ ଘୋଷଣା କରିଥାନ୍ତି । ଏହାପରେ [[ଷ୍ଟକହୋମ]]ଠାରେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ୧୦ ଅକ୍ଟୋବର ଦିନ ପୁରସ୍କାର ବିଜେତାଙ୍କୁ ଏକ ପଦକ, ଏକ ମାନପତ୍ର ସହ ପୁରସ୍କାର ରାଶି ପ୍ରଦନ କରିଥାନ୍ତି ।
 
ତେବେ ପଦାର୍ଥ ବିଜ୍ଞାନ କ୍ଷେତ୍ରରେ ପ୍ରଥମ ନୋବେଲ୍ ପୁରସ୍କାର ଜର୍ମାନୀର ୱ୍ଵିଲହେମ ରଂଗଟେନଙ୍କୁ ଏକ ଅସାଧାରଣ ରଶ୍ମୀର ଆବିଷ୍କାରରେ ତାଙ୍କର ଉଲ୍ଲେଖନୀୟ ଅବଦାନ ପାଇଁ ଦିଆଯାଇଥିଲା । ପରବର୍ତ୍ତୀ ସମୟରେ ଏହି ରଶ୍ମୀକୁ ତାଙ୍କରି ସମ୍ମାନାର୍ଥେ "[[ରଂଗଟେନ ରଶ୍ମୀ]]" ଭାବେ ନାମିତ କରାଯାଇଥିଲା ।