"ଚଷମା ଆଖି ପକ୍ଷୀ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
"{{ଛୋଟ|Indian stone-curlew}} {{speciesbox | image = Indian Stone Curlew.jpg | image_caption= File:Indian stone cur..." ନାଆଁରେ ପୃଷ୍ଠାଟିଏ ତିଆରିକଲେ
 
ଟିକେ Bot: Automated text replacement (-ଵ +ୱ)
୧୭ କ ଧାଡ଼ି:
==ବିବରଣୀ==
[[File:Burhinus indicus, central India.jpg|thumb|left|ଚସମା ଆଖି ପକ୍ଷୀର ବଡ଼ ଆଖି ଏହାର ରାତ୍ରିଚର ପ୍ରବୃତ୍ତିର ସୂଚକ]]
ମାଟିଆ ରଙ୍ଗର ଏହି ଭୂମିଚର ପକ୍ଷୀର ଆଖି ହଳଦିଆ ରଙ୍ଗର, ବଡ଼ ଓ ପ୍ରାୟ ୪୧ ସେଣ୍ଟିମିଟର୍ ଲମ୍ଵାଲମ୍ୱା । ଏହାର ବାଲି ମାଟି ପରି ରଙ୍ଗର ଶରୀରରେ କଳା ଚିହ୍ନ ସବୁ ରହିଥାଏ । ଅନ୍ୟ ପକ୍ଷୀଙ୍କ ତୁଳନାରେ ମୁଣ୍ଡଟି ଅପେକ୍ଷାକୃତ ବଡ଼ ଓ ଆଖିର ଚାରିପଟେ ଧଳା ବା ହଳଦି ରଙ୍ଗର ପଟି ରହିଥାଏ । ଏହି ପଟି ଭ୍ରୁଲତା ପରି ପତଳା ।<ref name=whistler>{{cite book|last=Whistler|first=Hugh| year=1949| title=Popular handbook of Indian birds| publisher=Gurney and Jackson| place=London |edition=4|pages=450–451|url=https://archive.org/stream/popularhandbooko033226mbp#page/n499/mode/2up/}}</ref> ଆଖି ପାଖର ଦାଗ ସବୁ ଧଳା-ହଳଦି ଚସମା <ref>http://www.india-birds.com/greatthickknee.aspx </ref> ପରି ଭ୍ରମ ସୃଷ୍ଟି କରୁଥିବାରୁ [[ଓଡ଼ିଶା]]ରେ ଏହି ପକ୍ଷୀର ସ୍ଥାନୀୟ ନାମ ‘ଚସମା ଆଖି ପକ୍ଷୀ’ ।
ଚସମା ଆଖି ପକ୍ଷୀର ଗୋଡ଼ଗୁଡ଼ିକ ସବଳ ଓ ଏହାର ଆଣ୍ଠୁଟି ମୋଟା ହୋଇଥାଏ । ଏହି କାରଣରୁ ଇଂରାଜୀ ଭାଷାରେ ଏହାର ଆଉ ଏକ ସାଧାରଣ ନାମ ହେଲା "thick-knee" (ମୋଟା ଆଣ୍ଠୁଆ) । ମାଈ ଓ ଅଣ୍ଡିରା ପକ୍ଷୀର ଗଠନରେ କୌଣସି ପାର୍ଥକ୍ୟ ଦେଖାଯାଏ ନାହିଁ । ଶୈଶବାବସ୍ଥାରେ ଶରୀରର ରଙ୍ଗ ସାମାନ୍ୟ ଫିକା ହୋଇଥାଏ । ଉଡ଼ନ୍ତା ଅବସ୍ଥାରେ ଏହି ପକ୍ଷୀର ଡେଣାର ଧଳା ଦାଗ ଓ ପଟି ସ୍ପଷ୍ଟ ଭାବେ ଦେଖାଯାଏ । ସ୍ଥିତାବସ୍ଥାରେ ଡେଣାରେ ଅବସନ୍ନ ପୀତ ରଙ୍ଗର ପଟି ଦିଶେ ।<ref name=hbk>{{cite book|last1=Ali|first1=Sálim|last2=Ripley|first2=S. Dillon|title=Handbook of the birds of India and Pakistan : together with those of Bangladesh, Nepal, Bhutan and Sri Lanka. Volume 3 Stone Curlews to Owls|date=1978|publisher=Oxford University Press|location=New Delhi|isbn=019565936-8|page=2|edition=2nd}}</ref><ref name=ripley>{{cite book|last1=Rasmussen|first1=Pamela C.|last2=Anderton|first2=John C.|title=Birds of South Asia The Ripley Guide Volume 2: Attributes and Status|publisher=Smithsonian Institution and Lynx Edicions|location=Washington, D.C and Barcelona|page=181|edition=2005}}</ref>
 
ଏହି ପକ୍ଷୀ ଭୋର ବା ପାହାନ୍ତା ଓ ଗୋଧୂଳି ସମୟରେ ସର୍ବାଧିକ ସକ୍ରିୟ ଥାଏ । ଆଖି ଚସମା ପକ୍ଷୀ ପ୍ରାୟତଃ ରାତି ବେଳେ ଡାକ ପକାଇଥାଏ । ତୀବ୍ର ସ୍ଵରରସ୍ୱରର ''ପିକ୍-ପିକ୍-ପିକ୍-ପିକ୍'' ଡାକ ବେଳେବେଳେ ''ପିକ୍-ୱିକ୍, ପିକ୍-ୱିକ୍'' ଡାକରେ ସମାପ୍ତ ହୁଏ । ଚସମା ଆଖି ପକ୍ଷୀ ଛୋଟ ଦଳରେ ରହିବା ଦେଖାଯାଏ । ଦିନବେଳେ ଏମାନେ ବୁଦା ମୂଳର ଛାଇରେ ଲୁଚି ଛିଡ଼ା ହୋଇ ରହିଥାନ୍ତି ।<ref name=hbk />
[[File:Eurasian Thick-knee (Burhinus oedicnemus) in Hyderabad W IMG 4537.jpg|thumb|240px| left|ଚସମା ପରି ଆଖି]]
==ବର୍ଗୀକରଣ==
ଭାରତୀୟ ଚସମା ଆଖି ପକ୍ଷୀକୁ ପ୍ରଥମେ ୟୁରେସୀୟ ଚସମା ଆଖି ପକ୍ଷୀର (''Burhinus oedicnemus'') ଏକ ଉପପ୍ରଜାତି ବୋଲି ବିବେଚନା କରାଯାଉଥିଲା । କିନ୍ତୁ ଭାରତୀୟ ଚସମା ଆଖି ପକ୍ଷୀର ଦେହର ରଙ୍ଗ ଅନ୍ୟ ପ୍ରଜାତିର ଚସମା ଆଖି ପକ୍ଷୀଙ୍କଠାରୁ ସ୍ଵତନ୍ତ୍ରସ୍ୱତନ୍ତ୍ର । ପୁଣି ଭାରତୀୟ ଚସମା ଆଖି ପ୍ରବାସ କରନ୍ତି ନାହିଁ ଓ ନିଜ ଅଧିବାସ ମଧ୍ୟରେ ବିଚରଣ କରିଥାନ୍ତି । ଏହି ସବୁ ତଥ୍ୟକୁ ଭିତ୍ତି କରି ୨୦୦୫ ମସିହାରେ ପାମେଲା ରାସ୍ମୁସେନ୍ ଭାରତୀୟ ଉପମହାଦେଶର ଚସମା ଆଖି ପକ୍ଷୀକୁ ଏକ ସ୍ଵତନ୍ତ୍ରସ୍ୱତନ୍ତ୍ର ପ୍ରଜାତି ରୂପେ ପରିଗଣନା କରିଥିଲେ ।<ref>{{cite journal|title=Notable taxonomic changes proposed for Asian birds in 2014| journal= Birding Asia|volume=24| year=2015| pages=64–71 |url=http://people.ds.cam.ac.uk/cns26/njc/Papers/2015%20Inskipp%20&%20Collar,%20Taxonomic%20changes%20proposed%20for%20Asian%20birds%202014.pdf| author1=Inskipp, Tim| author2=Collar, N.J}}</ref> କିନ୍ତୁ ଏହି ପକ୍ଷୀ ଉପରେ କୌଣସି ବଡ଼ ଧରଣର ପଲିଜେନେଟିକ୍ ଶୌଧ କରାଯାଇନାହିଁ ।
 
==ପରିବାସ==
୩୦ କ ଧାଡ଼ି:
==ଭୌଗୋଳିକ ବିତରଣ==
[[File:Eurasian thick-knee.jpg|thumb|left|ବୟସ୍କ ଓ ଛୁଆ ଚସମା ଆଖି ପକ୍ଷୀ]]
ଚସମା ଆଖି ପକ୍ଷୀର ଭାରତୀୟ ପ୍ରଜାତି ମୁଖ୍ୟତଃ [[ବଙ୍ଗଳାଦେଶ]], [[ଭୁଟାନ]], କାମ୍ଵୋଡ଼ିଆକାମ୍ୱୋଡ଼ିଆ, [[ଭାରତ]], ଲାଓସ୍, ବ୍ରହ୍ମଦେଶ, [[ନେପାଳ]], [[ପାକିସ୍ତାନ]], [[ଶ୍ରୀଲଙ୍କା]], ଥାଇଲ୍ୟାଣ୍ଡ୍ ଓ ଭିଏତ୍‍ନାମ<ref>https://www.iucnredlist.org/species/45111544/95142370</ref> ଇତ୍ୟାଦି ଦେଶରେ ଦେଖାଯାନ୍ତି । ଶୁଷ୍କ ପର୍ଣ୍ଣମୋଚୀ ଅରଣ୍ୟ, ବୁଦାଳିଆ ଜଙ୍ଗଲ, ପଥୁରିଆ ପାହାଡ଼ କଡ଼ ପରି ସ୍ଥାନ ଏମାନଙ୍କ ପାଇଁ ଉତ୍ତମ ଅଧିବାସ ।<ref name=hbk />
[[File:Eurasian Thick-knee (Burhinus oedicnemus) in Hyderabad W IMG 4543.jpg|thumb|240px |ବୁଦା ତଳେ ଲୁଚି ରହିଥିବା ଚସମା ଆଖି ପକ୍ଷୀ]]
 
==ପ୍ରଜନନ==
ମାର୍ଚ୍ଚ ଓ ଅପ୍ରେଲ୍ ମାସ ଚସମା ଆଖି ପକ୍ଷୀଙ୍କ ମୁଖ୍ୟ ପ୍ରଜନନ ସମୟ । ଖୋଲା ଭୂମିରେ ନିର୍ମିତ ଖାଲୁଆ ବସାରେ ବା ବୁଦା ମୂଳରେ ଏମାନେ ୨ରୁ ୩ଟି ଅଣ୍ଡା ଦିଅନ୍ତି । ଅଣ୍ଡାଗୁଡ଼ିକର ରଙ୍ଗ ପଥର ସହିତ ପ୍ରାୟ ମିଶିଯାଏ । ମାଈ ଚଢ଼େଇ ମୁଖ୍ୟତଃ ଅଣ୍ଡା ଉଷୁମାଇବା ଦାୟିତ୍ତ୍ଵଦାୟିତ୍ତ୍ୱ ନିଏ ଏବଂ ଅଣ୍ଡିରା ଚଢ଼େଇ ପାଖରେ ଅଣ୍ଡାମାନଙ୍କୁ ଜଗି ରହିଥାଏ । ଅଣ୍ଡା ଫୁଟି ଛୁଆ ବାହାରିବା ପରେ ସେମାନେ ତୁରନ୍ତ ପିତାମାତାଙ୍କ ପଛରେ ଚାଲି ବୁଲିବା ଆରମ୍ଭ କରିଦେଇଥାନ୍ତି । ଛୁଆମାନଙ୍କ ଦେହର ରଙ୍ଗ ମଧ୍ୟ ଛଳାବରଣ ପୂର୍ଣ୍ଣ ହୋଇଥାଏ । ବିପଦ ସଙ୍କେତ ମିଳିଲେ ଛୁଆମାନେ ନିଶ୍ଚଳ ଭାବେ ଛିଡ଼ା ହୋଇଯାନ୍ତି ବା ଭୂମିରେ ବସି ପଡ଼ନ୍ତି । ଦେହର ଛଳାବରଣ ଯୋଗୁଁ ସେମାନଙ୍କୁ ସହଜରେ ଠଉରାଇ ହୁଏ ନାହିଁ ।<ref name=hbk />
 
==ଆହାର==