"ଆପୋଲୋ-୬ (ଚନ୍ଦ୍ର ଅଭିଯାନ)" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେNo edit summary
ଟିକେNo edit summary
୩ କ ଧାଡ଼ି:
 
== ଅଭିଯାନ ସଂପର୍କରେ ==
ଏପ୍ରିଲ ୪, ୧୯୬୮ରେ ହୋଇଥିବା ଏହି ପରୀକ୍ଷଣ ପ୍ରାରମ୍ଭରୁ ହିଁ ସମସ୍ୟାର ସମ୍ମୁଖିନ ହୋଇଥିଲା । ଉଡାଣର ୨ ମିନିଟ ପରେ ମହାକାଶ ଯାନରେ ପ୍ରାୟ ୩୦ ସେକେଣ୍ଡ ପାଇଁ ଏକ କମ୍ପନ ଅନୁଭୂତ ହୋଇଥିଲା । ରକେଟରେ ବ୍ୟବହୃତ ତରଳ ଇନ୍ଧନର ଜ୍ଵଳନରେ ଅସ୍ଥିରତା ଏହାର ଏକ କାରଣ ହୋଇପାରେ ।
ଆପୋଲୋ-୬ ରେ ବ୍ୟବହୃତ ରକେଟ ଯାନ ଥିଲା ଏକ ସାଟର୍ଣ୍ଣ-ଆଇବି ମୋଡେଲ ଯାହାକି ସାଧାରଣଭାବେ ସାଟର୍ଣ୍ଣ-ଭି ଯାନଠାରୁ କ୍ଷୁଦ୍ରତର । ତେବେ ଅପୋଲୋ-୧ ରେ ବ୍ୟବହୃତ ସାଟର୍ଣ୍ଣ-ଆଇବି ଅନ୍ତରୀକ୍ଷଯାନର ମୂଳ ମୋଡେଲ ଯାହିକି ଦୁର୍ଘଟଣା ପରେ ବି ଅକ୍ଷତ ଅବସ୍ଥାରେ ଥିଲା, ତାହା ପୁନରୁଦ୍ଧାର କରାଯାଇ ଏହି ଅଭିଯାନ ପାଇଁ ବ୍ୟବହୃତ ହୋଇଥିଲା ।<ref>{{cite web |url=http://www.nasm.si.edu/research/arch/findaids/bellcomm/bci_sec_21.html |title=Apollo Program |year=2001 |work=National Air and Space Museum |series=Bellcomm, Inc Technical Library Collection |publisher=[[Smithsonian Institution]] |location=Washington, D.C. |page=Subseries III.D.3. |nopp=y |id=Accession No. XXXX-0093 |accessdate=June 15, 2019}}</ref>
 
ପ୍ରଥମ ଚରଣ ସମାପ୍ତ ହେବା ପରେ ପରେ, ଦ୍ଵିତୀୟ ଚରଣରେ ପୁଣି ଯାନ୍ତ୍ରିକ ସମସ୍ୟା ଲାଗି ରହିଲା । ଇଞ୍ଜିନ-ସଂଖ୍ୟା-୨ ରେ ଅଚାନକ ସମସ୍ୟା ଦେଖା ଦେବାରୁ ଏହାକୁ ବନ୍ଦ କରିଦିଆଗଲା । ପୁଣି ଦୁଇ ସେକେଣ୍ଡ ବାଦ ଇଞ୍ଜିନ ସଂଖ୍ୟା-୩ ମଧ୍ୟ ଯାନ୍ତ୍ରିକ ସମସ୍ୟା କାରଣରୁ ବନ୍ଦ ହୋଇଗଲା ।
 
ଜାନୁଆରୀ ୨୨ ୧୯୬୮ ଦିନ ସୂର୍ଯ୍ୟାସ୍ତ ପୂର୍ବରୁ ଆପୋଲୋ ଅଭିଯାନର ଉଡାଣ ଆରମ୍ଭ । ପ୍ରଥମ ତଥା ଦ୍ଵତୀୟ ସ୍ତର ଉଡାଣରେ ସାଟର୍ଣ୍ଣ-ଆଇବି ଯାନର କର୍ଯ୍ୟକାରିତା ସଂପୂର୍ଣ୍ଣ ଠିକ ଠାକ ଥିଲା । ଉଡାଣ ଆରମ୍ଭର ଦ୍ଵତୀୟ ସ୍ତରରେ ୮୮.୩ ମିନିଟରେ ମହାକାଶଯାନଟି ପୃଥିବୀର କକ୍ଷ ପଥରେ (163 x 222 km) ସ୍ଥାପିତ ହୋଇପାରିଥିଲା । ସମୁଦୟ ୧୧ ଘଣ୍ଟା ୧୦ ମିନିଟର ଉଡାଣ ପରେ ପରୀକ୍ଷଣ ସମାପ୍ତ କରିଦିଆଗଲା । ଅବରୋହଣ କ୍ରମରେ ଯାନଟି ଫେବୃଆରୀ ୧୨ ତାରିଖ ଦିନ ପ୍ରଶାନ୍ତ ମହାସାଗରରେ ପତିତ ହେଲା ।<ref>{{Cite book|title=Escaping the Bonds of Earth: The Fifties and the Sixties|last=Evans|first=Ben|publisher=Springer|year=2010|isbn=9780387790930|location=|pages=435}}</ref>
 
== ଆଧାର ==