"ଜର୍ଜ ବର୍ଣ୍ଣାଡ ଶ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେNo edit summary
ଟିକେNo edit summary
୩୩ କ ଧାଡ଼ି:
}}
 
'''ଜର୍ଜ ବର୍ଣ୍ଣାଡ ଶ''' (୧୮୫୬-୧୯୫୦) ହେଉଛନ୍ତି ନୋବେଲ ପୁରସ୍କାର ବିଜେତା ସାହିତ୍ୟିକ, ବିଶିଷ୍ଟ ନାଟ୍ୟକାର ଏବଂ ଜଣେ କୁଶଳ ରାଜନୀତିଜ୍ଞ ତଥା ଏକ ମାନବବାଦୀ ବ୍ୟକ୍ତିତ୍ଵ । ବହୁମୁଖୀ ପ୍ରତିଭା ଧାରୀ ଏହି ବ୍ୟକ୍ତି "ଶ" ନାମରେ ମଧ୍ୟ ଜଣାଶୁଣା ଥିଲେ ।<ref name="thefamouspeople">{{cite web|title=George Bernard Shaw Biography|url=https://www.thefamouspeople.com/profiles/george-bernard-shaw-832.php|accessdate=2 May 2018}}</ref>
== ବାଲ୍ୟ ଜୀବନ ==
ଡବଲିନର ଏକ ମଧ୍ୟବିତ୍ତ ପରିବାରରେ ୨୬ ଜୁଲାଇ ୧୮୫୬ରେ ତାଙ୍କର ଜନ୍ମ । ପିତା ଜର୍ଜ କାର୍ ଶ ଏବଂ ମାତା ଲୁସିଣ୍ଡା ଏଲିଜାବେଥ ଗର୍ଲି ଶଙ୍କ ତିନି ପିଲାଙ୍କ ମଧ୍ୟରେ ସର୍ବ କନିଷ୍ଠ ତଥା ଏକମାତ୍ର ପୁତ୍ର ସନ୍ତାନ ଥିଲେ ସେ । ନିମ୍ନ ମଧ୍ୟବିତ୍ତ ପରିବାରରେ ଜନ୍ମିତ ଶଙ୍କ ପିଲାଦିନ ଅଭାବ ଅନାଟନରେ କଟିଥିଲା ।<ref name="britannica">{{cite web|title=George-Bernard-Shaw|url=https://www.britannica.com/biography/George-Bernard-Shaw|accessdate=2 May 2018}}</ref> ବାପାଙ୍କର ଅଧିକାଂଶ ସମୟ ନିଶାଶକ୍ତ ରହିବା ତାଙ୍କ କୋମଳ ମନକୁ ଭାରି ବ୍ୟଥିତ କରିଥିଲା । ଆଉ ସେଇଥିପାଇଁଁ ବୋଧେ ଜୀବନ ସାରା ସେ ମଦ୍ୟପାନଠାରୁ ଦୁରେଇ ରହିଥିଲେ । ଡବ୍ଲିନର ବିଭିନ୍ନ ବିଦ୍ୟାଳୟରେ ପ୍ରାଥମିକ ଶିକ୍ଷା ସମାପ୍ତ କରି ସେ ମାତ୍ର ୧୫ ବର୍ଷ ବୟସରେ ଜଣେ କିରାଣି ଭାବରେ କାର୍ଯ୍ୟ କରିବା ଆରମ୍ଭ କଲେ ।