"ଫକୀର ମୋହନ ସେନାପତି" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଦସ୍ତଖତ; ଇନଫୋବାକ୍ସରେ ଅନ୍ୟାନ୍ୟ ତଥ୍ୟ
ଟ୍ୟାଗସବୁ: ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ
୪୬ କ ଧାଡ଼ି:
 
=== କ୍ଷୁଦ୍ରଗଳ୍ପ ===
ଫକୀରମୋହନ ସେନାପତି ଓଡ଼ିଆ ଗଳ୍ପ ସାହିତ୍ୟର ଜନକ । ଫକୀରମୋହନ ତାଙ୍କ ଜୀବନର ଶେଷ ୨୧ ବର୍ଷ ମଧ୍ୟରେ ଗଳ୍ପ ଏବଂ ଉପନ୍ୟାସ ରଚନା କରିଛନ୍ତି ।
୧୮୬୦ରେ ଫକୀରମୋହନଙ୍କ ରଚିତ କ୍ଷୁଦ୍ରଗଳ୍ପ ’ଲଛମନିଆ’, ତାଙ୍କରିଦ୍ୱାରା ସମ୍ପାଦିତ ଓ ବାଲେଶ୍ୱରରୁ ପ୍ରକାଶିତ ବୋଧଦାୟିନୀ ପତ୍ରିକାରେ ପ୍ରକାଶିତ ହୋ‍ଇଥିଲା । ତେବେ ଦୁର୍ଭାଗ୍ୟବଶତଃ ତାଙ୍କର ଆତ୍ମଜୀବନୀରେ ଏହା ବିଷୟରେ ସାମନ୍ୟ ଟିକିଏ ବର୍ଣ୍ଣନା ବ୍ୟତୀତ ଏହି ଗଳ୍ପର ସ୍ରୋତ ସମ୍ୱନ୍ଧରେ ଅନ୍ୟ କୌଣସି ଖିଅ ମିଳେନାହିଁ, ନଚେତ୍ ସମଗ୍ର ଭାରତବର୍ଷରେ ଏହି ସାହିତ୍ୟିକ ବିଭାଗର ସ୍ରଷ୍ଟା ରୂପେ ସେ ବିବେଚିତ ହୋ‍ଇଥା’ନ୍ତେ । ୧୮୯୮ରେ ତାଙ୍କ ରଚିତ ’[http://www.ameodia.com/odia-kathaa/odia-story/odia-story-rebati-fakir-mohan-senapati/ ରେବତୀ]’ ଉତ୍କଳ ସାହିତ୍ୟ ପତ୍ରିକାରେ ପ୍ରକାଶିତ ହୋଇଥିଲା ପ୍ରଥମ ଓଡ଼ିଆ ଗଳ୍ପର ମାନ୍ୟତା ପାଏ । ’ରେବତୀ’ ଗଳ୍ପଟିରେ ଗୋଟିଏ ଛୋଟ ଝିଅର ପାଠ ପଢିବାର ଉତ୍ସାହ ଓ ଏଥିରେ ତା’ର ଅନ୍ତରାୟ ସାଜୁଥିବା ପାରମ୍ପରିକ ଅନ୍ଧବିଶ୍ୱାସପୂର୍ଣ୍ଣ ଗ୍ରାମୀଣ ସମାଜର ଚିତ୍ରଣ କରାଯାଇଛି । ପରେ ଯେବେ ଗାଁରେ ମହାମାରୀ ବ୍ୟାପିଛି ଏଥିପାଇଁ ତା’ର ଅଧ୍ୟୟନକୁ ଦାୟୀ କରାଯାଇଛି । ଫକୀରମୋହନଙ୍କ ଅନ୍ୟାନ୍ୟ କ୍ଷୁଦ୍ରଗଳ୍ପଗୁଡ଼ିକ ହେଉଛି ’ପେଟେଣ୍ଟ ମେଡ଼ିସିନ’, ’ଡ଼ାକମୁନସି’, ’ଅଧର୍ମ ବିତ୍ତ’, ’ରାଣ୍ଡି ପୁଅ ଅନନ୍ତା’; 'ସଭ୍ଯ ଜମିଦାର ' ଇତ୍ୟାଦି ।
ଫକୀରମୋହନଙ୍କ ଅନ୍ୟାନ୍ୟ ୨୦ଟି କ୍ଷୁଦ୍ରଗଳ୍ପ ହେଉଛି "ବାଲେଶ୍ଵରୀ ପଙ୍ଗାଲୁଣ "(୧୯୦୭),"ବାଲେଶ୍ଵରୀ ରାହାଜାନୀ"(୧୯୦୭), "ମୌନାମୌନୀ"(୧୯୦୭), "ପୁନର୍ମୂଷିକୋଭବ"(୧୯୦୯),"ଡାକମୁନିସୀ"(୧୯୧୨), "କାଳିକାପ୍ରସାଦ ଗୋରାପ"(୧୯୧୩),"କମଳାପ୍ରସାଦ ଗୋରାପ"(୧୯୧୩), "ଧୂଳିଆ ବାବା"(୧୯୧୩),"ପେଟେଣ୍ଟ ମେଡିସିନ"(୧୯୧୩), "ସୁନାବୋହୂ"(୧୯୧୩),"ବିରେଇ ବିଶାଳ"(୧୯୧୩), "ରାଣ୍ଡିପୁଅ ଅନନ୍ତା"(୧୯୧୩), "ବଗଲାବଗୁଲୀ"(୧୯୧୪), "ସଭ୍ୟ ଜମିଦାର"(୧୯୧୪) , "ଅଜାନାତି କଥା"(୧୯୧୫), "ମାଧମହାନ୍ତିଙ୍କ କନ୍ୟାସୁନା"(୧୯୧୫), "ଅଧର୍ମ ବିତ୍ତ" (୧୯୧୫), "ପାଠୋଈ ବୋହୂ"(୧୯୧୫), ଓ "ଗାରୁଡିମନ୍ତ୍ର"(୧୯୧୬) ।
 
=== କବିତା ===