"ମହାନଦୀ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
ଟ୍ୟାଗସବୁ: ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ
ଟ୍ୟାଗସବୁ: ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ
୧୦୨ କ ଧାଡ଼ି:
ଅର୍ଥାତ [[ମହାଭାରତ]] ସମୟରେ ମହାନଦୀ କୂଳରେ ଆର୍ଯ୍ୟମାନେ ରହୁଥିଲେ ।
== ବ୍ୟବହାର ==
ବନ୍ୟା ନିୟନ୍ତ୍ରଣ,ଜଳ ବିଦ୍ୟୁତ ଉତ୍ପାଦନ ଓ ଜଳସେଚନ ଉଦ୍ଧେଶ୍ୟରେ [[ହୀରାକୁଦ]]ଠାରେ ଏକ ଡ୍ୟାମ୍ଡ୍ୟାମ ଓ ଜୋବ୍ରାଠାରେ ଏକ ବ୍ୟାରେଜ୍ବ୍ୟାରେଜ ନିର୍ମାଣ କରାଯାଇ କୂତ୍ରିମ ଜଳଭଣ୍ଡାର ସୃଷ୍ଟି କରାଯାଇଛି ।
 
== ମହାନଦୀ ଜଳ ବିବାଦ ==
[[ଛତିଶଗଡ଼]] ସରକାର ମହାନଦୀର ଉପର ମୁଣ୍ଡରେ [[କଲମା ବ୍ୟାରେଜ]] ବସାଇ ଜଳ ରୋକିବା ଯୋଗୁଁ ଓଡ଼ିଶା ସରକାର ଓ ଛତିଶଗଡ଼ ସରକାରଙ୍କ ମଧ୍ୟରେ ଜଳ ବିବାଦ ଦେଖାଯାଇଥିଲା । ଏଥିସହ କେନ୍ଦ୍ର ନିକଟରେ ଓଡ଼ିଶା ସରକାର ଜଳ ବିବାଦ ସମାଧାନ ପାଇଁ ଗୁହାରି କରିଥିଲେ ।
===ଟ୍ରିବ୍ୟୁନାଲ ଗଠନ===
ଅନ୍ତଃ ରାଜ୍ୟ ନଦୀ ଜଳ ବିବାଦ ୧୯୫୬ର ଧାରା ୩ ଅନୁଯାୟୀ ଓଡ଼ିଶା ସରକାର କେନ୍ଦ୍ର ନିକଟରେ ଆବେଦନ କରିଥିଲେ । ଓଡ଼ିଶାର ଏହି ଆବେଦନ ପରେ କେନ୍ଦ୍ର ଟ୍ରିବ୍ୟୁନାଲ ପରିବର୍ତ୍ତେ ଏକ ବୁଝାମଣା କମିଟି ଗଠନ କରିଥିଲେ । ଯେଉଁ କମିଟି ଦୁଇଗୋଟି ବୈଠକ ଡକାଇଥିଲେ । ମାତ୍ର ଏଥିରେ ଓଡ଼ିଶା ସରକାର ଯୋଗ ଦେଇନଥିବାରୁ କୌଣସି ସୁଫଳ ମିଳିପାରିନଥିଲା । ଫଳରେ ଟ୍ରିବ୍ୟୁନାଲ ଗଠନ ଜିଦରେ ଅଟଳ ଓଡ଼ିଶା ୨୦୧୭ରେ [[ସର୍ବୋଚ୍ଚ ନ୍ୟାୟାଳୟ]]ରେ ଏକ ମାମଲା ଦାଏର କରିଥିଲେ । ଏହାର ଶୁଣାଣି କରି ସୁପ୍ରିମକୋର୍ଟ ନ୍ୟାୟାଧୀଶ ୨୦୧୮ ଜାନୁଆରୀ ୨୩ରେ କେନ୍ଦ୍ରକୁ ଟ୍ରିବ୍ୟୁନାଲ ଗଠନ ପାଇଁ ନିର୍ଦ୍ଦେଶ ଦେଇଥିଲେ । କୋର୍ଟଙ୍କ ନିର୍ଦ୍ଦେଶକ୍ରମେ କେନ୍ଦ୍ର ନ୍ୟାୟାଧୀଶ [[ଖାନଵିଲକର]]ଙ୍କ ଅଧ୍ୟକ୍ଷତାରେ ଟ୍ରିବ୍ୟୁନାଲ ଗଠନ କରିଥିଲେ । ଏଥିରେ ସଦସ୍ୟ ଭାଵେ [[ପାଟଣା ଉଚ୍ଚନ୍ୟାୟାଳୟ]]ର ଵିଚାରପତି ଡକ୍ଟର ନ୍ୟାୟାଧୀଶ [[ରଵି ରଞ୍ଜନ]] ଏବଂ [[ଦିଲ୍ଲୀ ଉଚ୍ଚନ୍ୟାୟାଳୟ]] ଵିଚାରପତି ନ୍ୟାୟାଧୀଶ [[ଇନ୍ଦ୍ରମିତ କୌର]] ଅଛନ୍ତି । <ref>ଟ୍ରିବ୍ୟୁନାଲ ଅଧ୍ୟକ୍ଷଙ୍କୁ ଅଵଗତ କରାଇଲା କେନ୍ଦ୍ର - ଧରିତ୍ରୀ ୧୮ ଏପ୍ରିଲ ୨୦୧୮ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୫</ref>
 
== ଆଧାର ==
"https://or.wikipedia.org/wiki/ମହାନଦୀ"ରୁ ଅଣାଯାଇଅଛି