"କେଳା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
୪ କ ଧାଡ଼ି:
 
ସମ୍ଭବତଃ ଏମାନେ [[କେରଳ]] ବା ଦକ୍ଷିଣ ଦେଶ ଆଡ଼ୁ ଆସିଥିବାରୁ ଏହିନାମ ।<ref>{{cite web |url= http://dsalsrv02.uchicago.edu/cgi-bin/philologic/contextualize.pl?p.10.praharaj.4928110 |title=ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ |first= ଗୋପାଳ ଚନ୍ଦ୍ର |last=ପ୍ରହରାଜ |work=dsalsrv02.uchicago.edu |quote=ସମ୍ଭବତଃ ଏମାନେ କେରଳ ବା ଦକ୍ଷିଣ ଦେଶ ଆଡ଼ୁ ଆସିଥିବାରୁ ଏହିନାମ |accessdate=21 June 2013}}</ref> ଅନାର୍ଯ୍ୟ ଯାଯାବର ଜାତିବିଶେଷ (ଏମାନେ କୁହୁକ ଓ ସାପଖେଳା ଦେଖାନ୍ତ ଓ ଧୂଡ଼ୁକି ବଜାଇ ଗୀତ ବୋଲି ଭିକ ମାଗନ୍ତି ଓ ନଳରେ ଚଢ଼େଇ ଧରନ୍ତି) । କେଳାମାନେ ଭିନ୍ନ ଭିନ୍ନ ଜାତିରେ ବିଭକ୍ତ ଯଥା: ସାପୁଆ ବା ନାଗେଶ୍ଵରିଆ, ଗଉଡ଼ିଆ, ସଭାଖିଆ ବା ମୁଣ୍ଡପୋତା, ନଳୁଆ, ମାଟିଆ, ବାଜୀକରିଆ, ଅଇରୀଗଉଡ଼, ଚାଉଳିଆ କେଳା । କେଲୁଣୀମାନେ ସ୍ତ୍ରୀମାନଙ୍କ ଦେହରେ ଚିତା କୁଟନ୍ତି ଏମାନଙ୍କ କଥା ବଙ୍ଗଳା ଓ ଓଡ଼ିଆ ମିଶା, ଧୁଡ଼ୁକି ବଜାଇ କେଳାଏ ଗୀତ ବୋଲନ୍ତି ଓ କେଲୁଣୀଏ ନାଚନ୍ତି ଏମାନେ ଏକ ସ୍ଥାନରେ ଏକାଦି କ୍ରମେ ବେଶି ଦିନ ରହନ୍ତି ନାହିଁ; ତାଳପତ୍ରରେ କୁଡ଼ିଆ ବାନ୍ଧି ଦଳ ଦଳ ହୋଇ ସ୍ଥାନେ ସ୍ଥାନେ ବସା କରି ରହନ୍ତି ।
==ଇତିହାସ==
==କେଳା ଜାତିର ଉତ୍ପତ୍ତି==
କେଳାଜାତିର ଉତ୍ପତ୍ତି ବିଷୟରେ ବିଶେଷ କିଛି ଐତିହାସିକ ତଥ୍ୟ ମିଳେ ନାହିଁ । କିନ୍ତୁ 'କେଳା' ନାମକରଣରୁ କଳା ଜାଣିଥିବା ସଂପ୍ରଦାୟକୁ କେଳା ନାମରେ ନାମିତ ହେବା ଅନୁମାନ କରାଯାଏ । ବିଭିନ୍ନ ପ୍ରକାର କଳା-ଚାତୁରୀ ଦେଖାଇ ସାଧାରଣ ମଣିଷକୁ ଚମତ୍‌କୃତ କରାଇବା ପାଇଁ କେଳା ଜାତିର ଉତ୍ପତ୍ତି । କେଳାର ଅର୍ଥ କଳାକାର । ଏମାନେ ବିଭିନ୍ନ ଜାତିରେ ବିଭକ୍ତ ଯଥା - ସାପୁଆ, ନାଗେଶ୍ୱରିଆ, ଗଉଡ଼ିଆ, ସଭାଖିଆ(ସବାଖିଆ), ମୁଣ୍ଡପୋତା, ନଳୁଆ, ମାଟିଆ, ବାଜୀକରିଆ, ଅଇରୀଗଉଡ଼, ଚାଉଳିଆ କେଳା ।
 
ଅନ୍ୟାନ୍ୟ କେଳାଙ୍କ ଅପେକ୍ଷା ସାପୁଆ କେଳାର ଜୀବନ ଶୈଳୀ ନିଆରା । ଏହି ଜାତୀୟ କେଳା ସାପ ଧରି ଓ ସାପ ଖେଳାଇ ଜୀବିକା ନିର୍ବାହ କରନ୍ତି । ସେମାନେ ନିଜକୁ "ମାଙ୍ଗତା ଜାତି" ଏବଂ ଅନ୍ୟ ସବୁ ଭଦ୍ରଜାତିକୁଜାତିକୁ "କାଜୁଆ ଜାତି" ଭାବରେ ଅଭିହିତ କରିଥାନ୍ତି । 'ମାଙ୍ଗତା' ଭିକମାଗି ଓ 'କାଜୁଆ' କାମ କରି ନିଜର ଜୀବିକା ନିର୍ବାହ କରନ୍ତି ।
 
ଆର୍ଯ୍ୟବର୍ତ୍ତର ପଶ୍ଚିମ - ବଙ୍ଗରେ ଅନେକ ଦିନ ଧରି ଆହିରୀ-ଗଉଡ଼ ରୂପେ ସବର୍ଣ୍ଣ ଜାତିଭାବରେ ଏମାନେ ଥିଲେ । ସେତେବେଳେ ସେମାନଙ୍କ ମୁଖ୍ୟ ବ୍ୟବସାୟ ଥିଲା "ଭାନୁମତୀ ପେଡ଼ିର ଷୋଳ କଣ୍ଢେଇ ନାଚ ।" ଶ୍ରୀକୃଷ୍ଣଙ୍କ ଲୀଳାକୁ କଣ୍ଢେଇ ସାହାଯ୍ୟରେ ପ୍ରଦର୍ଶନ କରି ନିଜର ଜୀବିକା ନିର୍ବାହ କରୁଥିଲେ । ନିଜର ବେଉଷା ଯୋଗୁଁ ଗାଁ ଗଣ୍ଡା, ସହର ବଜାର ବୁଲି ଯାଯାବର ଜୀବନ ବିତାଉଥିଲେ ।
 
୧୮୬୬-୬୭ ମସିହାରେ ଓଡ଼ିଶା ପରି ମେଦିନପୁରରେମେଦିନୀପୁରରେ ମଧ୍ୟ ଦୁର୍ଭିକ୍ଷ ପଡ଼ିଥିଲା । ଖାଦ୍ୟ ଅନ୍ୱେଷଣରେ ମେଦିନିପୁରରମେଦିନୀପୁରର ସେହି ଯାଯାବର ଆହିରୀ-ଗଉଡ଼ ସେତେବେଳେ ଓଡ଼ିଶା ଚାଲିଆସିଥିଲେ । ଓଡ଼ିଶାର ତତ୍‌କାଳୀନ ରାଜଧାନୀ କଟକର ୮ମାଇଲ ଦକ୍ଷିଣ ଦିଗରେ ପ୍ରାଚୀନ ସାରଙ୍ଗଗଡ଼ର ଦକ୍ଷିଣରେ ମାତ୍ର ୨ ମାଇଲ ଦୂରରେ ପଟିଆ ଗଡ଼ ଅବସ୍ଥିତ । ସେହି ଗଡ଼ର ସେତେବେଳର ରାଜା ତୃତୀୟ ଦିବ୍ୟସିଂହ ଦେବଙ୍କ ଅନୁମତିରେ ରାଜବାଟୀର ଦକ୍ଷିଣ ଦିଗରେ ଚନ୍ଦ୍ରଶେଖରପୁରଠାରେ ଆମ୍ବବଗିଚାରେ ଝାଟିମାଟିର କୁଡ଼ିଆମାନ ତିଆରି କରି ସେମାନେ ବିନା ଖଜଣାରେ ରହିଲେ । ସେହି ଘରଗୁଡ଼ିକୁ କେଳା କୁଡ଼ିଆ ବା ପଟିଆର କେଳା ସାହି ରୂପେ ନାମିତ ହେଲା । ନିଜର ବୃତ୍ତି ଭାନୁମତୀ-ପେଡ଼ି ଦ୍ୱାରା ଶ୍ରୀକୃଷ୍ଣଙ୍କ ଲୀଳା ପରିବେଷଣ କରି ସେମାନେ ପେଟ ପୋଷିବାକୁ ଲାଗିଲେ । କିନ୍ତୁ ପରବର୍ତ୍ତୀ ସମୟରେ ସାପ ଧରି ଖେଳାଇବାକୁ ନିଜର ଜୀବିକା ଭାବରେ ଧରିନେଲେ । ଫଳରେ ସେମାନେ ସାପୁଆ-କେଳା ନାମରେ ନାମିତ ହେଲା ।
 
ସମୟକ୍ରମେ ପଟିଆର ରାଜ ଶାସନ ଚାଲିଗଲା । ଏଣୁ କନିକାର ଜମିଦାର ପଟିଆର ଜମିଦାରୀ ନିଲାମ ନେଇ ଜମିଦାରୀ ଶାସନ ଚଳାଇଲେ । ଶ୍ରୀ ଶୈଳେନ୍ଦ୍ର ନାରାୟଣ ଭଞ୍ଜ ୧୯୫୦ ମସିହାରେ ପଟିଆ- ଗଡ଼ର ଉତ୍ତର ପୂର୍ବ ଦିଗରେ ଏକ ବିସ୍ତୀର୍ଣ୍ଣ ଟାଙ୍ଗୀରେ ପ୍ରତ୍ୟେକ କେଳା ପରିବାରକୁ ୫ ଡେସିମିଲ୍ ଲେଖାଁଏ ଜାଗା ଦେଇ ସ୍ଥାୟୀ ବାସିନ୍ଦାଭାବରେ ରଖାଇଲେ । ସେହି ନୂତନ କେଳା ସାହିର ନାମ ଦିଆଗଲା 'ପଦ୍ମକେଶରୀପୁର' । ଏହା ନୂତନ ରାଜଧାନୀ ଭୁବନେଶ୍ୱରଠାରୁ ୮ କିଲୋମିଟର ଉତ୍ତର-ପୂର୍ବରେ ପଟିଆ -ରେଳଷ୍ଟେସନ ନିକଟରେ ଅବସ୍ଥିତ । <ref>ପିଲାଙ୍କ ଭାଷା ଓ ସାହିତ୍ୟ -ପଞ୍ଚମ ଭାଗ, ପୁସ୍ତକ ମନ୍ଦିର ପ୍ରା:ଲି:, ପୃଷ୍ଠା-୭୬-୭୭</ref>
 
ସମୟକ୍ରମେ ପଟିଆର ରାଜ ଶାସନ ଚାଲିଗଲା । ଏଣୁ କନିକାର ଜମିଦାର ପଟିଆର ଜମିଦାରୀ ନିଲାମ ନେଇ ଜମିଦାରୀ ଶାସନ ଚଳାଇଲେ । ଶ୍ରୀ ଶୈଳେନ୍ଦ୍ର ନାରାୟଣ ଭଞ୍ଜ ୧୯୫୦ ମସିହାରେ ପଟିଆ- ଗଡ଼ର ଉତ୍ତର ପୂର୍ବ ଦିଗରେ ଏକ ବିସ୍ତୀର୍ଣ୍ଣ ଟାଙ୍ଗୀରେ ପ୍ରତ୍ୟେକ କେଳା ପରିବାରକୁ ୫ ଡେସିମିଲ୍ ଲେଖାଁଏ ଜାଗା ଦେଇ ସ୍ଥାୟୀ ବାସିନ୍ଦାଭାବରେ ରଖାଇଲେ । ସେହି ନୂତନ କେଳା ସାହିର ନାମ ଦିଆଗଲା 'ପଦ୍ମକେଶରୀପୁର' । ଏହା ନୂତନ ରାଜଧାନୀ ଭୁବନେଶ୍ୱରଠାରୁ ୮ କିଲୋମିଟର ଉତ୍ତର-ପୂର୍ବରେ ପଟିଆ -ରେଳଷ୍ଟେସନ ନିକଟରେ ଅବସ୍ଥିତ । <ref>ପିଲାଙ୍କ ଭାଷା ଓ ସାହିତ୍ୟ -ପଞ୍ଚମ ଭାଗ, ପୁସ୍ତକ ମନ୍ଦିର ପ୍ରା:ଲି:, ପୃଷ୍ଠା-୭୬-୭୭</ref>
== ସାପୁଆ କେଳା ସମାଜର ନିୟମକାନୁନ==
ରାଜାଙ୍କ ଦ୍ୱାରା ଶାଢ଼ୀ ପାଇଥିବା 'ବେହେରା' ହେଉଛି ସାପୁଆ କେଳା ଜାତିର ରାଜା । ସେ ଯାହା କୁହେ ତାହା ହେଉଛି ଆଇନ । ତା' କଥାକୁ ସମସ୍ତେ ମାନିବାକୁ ବାଧ୍ୟ । ଅବଜ୍ଞା କଲେ ଆର୍ଥିକ ଦଣ୍ଡ ଦେବା କିମ୍ବା ଜାତିରୁ ବାଛନ୍ଦ ହେବାକୁ ପଡ଼େ ।<ref>ପିଲାଙ୍କ ଭାଷା ଓ ସାହିତ୍ୟ -ପଞ୍ଚମ ଭାଗ, ପୁସ୍ତକ ମନ୍ଦିର ପ୍ରା:ଲି:, ପୃଷ୍ଠା-୭୮</ref>
"https://or.wikipedia.org/wiki/କେଳା"ରୁ ଅଣାଯାଇଅଛି