"ଟ୍ରାନ୍ସ୍ ସଙ୍ଗୀତ" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
Content deleted Content added
ଟିକେ added Category:ସଙ୍ଗୀତ using HotCat |
ଟିକେ Regular Character Changes |
||
୧୮ କ ଧାଡ଼ି:
}}
'''ଟ୍ରାନ୍ସ୍ ସଙ୍ଗୀତ''' (Trance Music) ଏକ ପ୍ରକାରର ବୈଦୁତିକ ସଙ୍ଗୀତ ଯାହା ଟେକ୍ନୋ ସଙ୍ଗୀତରୁ ଉଦ୍ଧୃତ କିନ୍ତୁ ଟେକ୍ନୋ ଅପେକ୍ଷା ଅଧିକ ଶ୍ରୁତିମଧୁର । ୧୯୯୦ ଦଶନ୍ଧିରେ ଜର୍ମାନୀ ଓ ଇଉରୋପ୍ର ଅନ୍ୟ ଦେଶମାନଙ୍କରେ ଏହାର ସୃଷ୍ଟି ହୋଇଥିଲା । ଟ୍ରାନ୍ସ୍ ସଙ୍ଗୀତରେ ମିନିଟ୍ ପ୍ରତି
ଚେତନା ପ୍ରାପ୍ତିରେ ମଜ୍ଜିଥିବା ବା ସମ୍ମୋହିତ ମାନସିକ ଅବସ୍ଥାକୁ ଈଂରାଜୀରେ “ଟ୍ରାନ୍ସ୍” ଅବସ୍ଥା କୁହନ୍ତି । ଏପରି ମାନସିକ ଅବସ୍ଥାକୁ ସଙ୍ଗୀତ ମାଧ୍ୟମରେ ପରିପ୍ରକାଶ କରିବା ପାଇଁ ଧ୍ଵନିର ଏକାଧିକ ସ୍ତରକୁ ପୃଥକ୍ ଭାବେ ଯୋଡ଼ି ଶିଖର-ଗହ୍ଵର ଆବେଗର ରୂପ ଦିଆଯାଏ । ଟ୍ରାନ୍ସ୍ ଗୀତରେ କେବେକେବେ ଗୀତ ମଝିରେ ଉପସଂହାର ପରି ଆବେଗ ରଚନା କରାଯାଏ ଓ ଏହି ସମାପ୍ତି ପରି ଲାଗୁଥିବା ସ୍ଥାନରୁ ପୁଣି ଗୀତର ବେଗ ବଢି ସାଧାରଣ ଆବେଗକୁ ପହଞ୍ଚିଯାଏ । ଟ୍ରାନ୍ସ୍ ଗୀତ ସାଧାରଣତଃ ଟିକେ ଲମ୍ଵା ଥାଏ । ଗୀତ ଲମ୍ଵା ହୋଇଥିବା ଯୋଗୁଁ ଗୋଟିଏ ଗୀତରୁ ଆଉ ଏକ ଗୀତକୁ ଯିବାବେଳେ ତାଳ ମିଶାଇବା ପାଇଁ ଡିଜେମାନଙ୍କୁ ସୁବିଧା ହୁଏ ।
୩୧ କ ଧାଡ଼ି:
୧୯୯୧-୧୯୯୪ ମସିହା ସମୟରେ “'''ଷ୍ଟ୍ରିଟ୍ସ୍ ଅଫ୍ ରେଜ୍'''" ନାମକ ଏକ ଭିଡ଼ିଓ ଗେମ୍ ପାଇଁ ୟୁଜୋ କୋଶିରୋ ଏବଂ ମୋତୋହିରୋ କାୱାଶିମା ବୈଦୁତିକ ପ୍ରଣାଳୀରେ କେତେକ ଗୀତ ରଚନା କରିଥିଲେ । ଯୁକ୍ତରାଜ୍ୟର ମେଗାଟ୍ରିପୋଲିସ୍ କ୍ଲବ୍ରେ ଏହି ସବୁ ଗୀତ ବାଜିବା ପରେ ଏହା ଅନ୍ତର୍ଜାତୀୟ ଖ୍ୟାତି ଲାଭ କଲା ଓ ଏହା ଟ୍ରାନ୍ସ୍ ସଙ୍ଗୀତର ପ୍ରଥମ ସୋପାନ ଥିଲା ।
ଜର୍ମାନ୍ ଡିଜେ ଯୁଗଳ ଜାମ୍ ଓ ସ୍ପୁନ୍ ୧୯୯୦ ମସିହାର ଏକ ଗୀତ “ଦ ଏଜ୍ ଅଫ୍
ଜନୈକ ଲେଖକ କହିଛନ୍ତି ଯେ ଡିଜେ ପଲ୍ ଭାନ୍ ଡାଇକ୍ ୧୯୯୩ ମସିହାରେ ପ୍ରସ୍ତୁତ କରିଥିବା “ଲଭ୍ ସିମ୍ୟୁଲେସନ୍” ଗୀତର ରିମିକ୍ସ୍ରୁ ଟ୍ରାନ୍ସ୍ ଶୈଳୀର ଆରମ୍ଭ । ପ୍ରକୃତରେ ପଲ୍ ଭାନ୍ ଡାଇକ୍ ଏହା ପୂର୍ବରୁ “ଭିଜନ୍ ଅଫ୍ ଶିବ” ନାମକ ଏକ ଗୀତ ଅନୁରୂପ ଶୈଳୀରେ ପ୍ରସ୍ତୁତ କରିସାରିଥିଲେ । କ୍ରମଶଃ ପପ୍ ସଙ୍ଗୀତ ଓ ପ୍ରୋଗ୍ରେସିଭ୍ ଟ୍ରାନ୍ସ୍ର ମିଶ୍ରଣରେ ଭୋକାଲ୍ ଟ୍ରାନ୍ସ୍, ପାରମ୍ପରିକ, ଚଳଚ୍ଚିତ୍ର ଓ ଟ୍ରାନ୍ସ୍ ଶୈଳୀର ମିଶ୍ରଣରେ “'''ଏପିକ୍ ଟ୍ରାନ୍ସ୍'''”ର ଉଦ୍ଭବ ହେଲା ।
୭୪ କ ଧାଡ଼ି:
==== ଭାରତ ====
୨୦୦୭ ମସିହା ଡିସେମ୍ଵର୍ ମାସରେ ଦକ୍ଷିଣ-ଏସିଆର ପ୍ରଥମ ବୈଦୁତିକ ସଙ୍ଗୀତ ସମାରୋହ “'''ସନ୍ବର୍ଣ୍ଣ୍ ଉତ୍ସବ'''” ଭାରତର ଗୋଆଠାରେ ଅନୁଷ୍ଠିତ ହୋଇଥିଲା । ଏଥିରେ କାର୍ଲ୍ କକ୍ସ୍ ଓ ଜନ୍ ‘୦୦’ ଫ୍ଲେମିଂଗ୍ ପରି ନାମୀଦାମୀ ଡିଜେ (DJ) ପ୍ରଦର୍ଶନ କରିଥିଲେ । “'''ଗୋଆ ଟ୍ରାନ୍ସ୍'''” ସଙ୍ଗୀତ ସଂସ୍କୃତିର ଲୋକପ୍ରିୟତା ଯୋଗୁଁ ଭାରତର ପଶ୍ଚିମ ତଟରେ ଏହି ଉତ୍ସବର ଆରମ୍ଭ ହୋଇଛି । ୨୦୦୮ ମସିହାର ସନ୍ବର୍ଣ୍ଣ୍ ଉତ୍ସବ ୩ ଦିନ ଧରି ଚାଲିଥିଲା ଓ ଏଥିରେ
==== ଥାଇଲ୍ୟାଣ୍ଡ ====
୮୨ କ ଧାଡ଼ି:
===ଇଉରୋପ୍===
[[File:Gatecrasher.jpg|thumb|275px|୨୦୦୬ ଅପ୍ରେଲ୍ ୧୬ ତାରିଖରେ
* ରୋମେନିଆ : '''ଡାକିନି''' ଉତ୍ସବ
* ହଙ୍ଗେରି : '''ଓଜୋରା''' ଉତ୍ସବ
୯୪ କ ଧାଡ଼ି:
* ଫିନ୍ଲ୍ୟାଣ୍ଡ : ୨୦୧୧ ମସିହାରୁ ହେଲସିଂକିରେ '''ସମର୍ ସାଉଣ୍ଡ୍''' ନାମକ ଉତ୍ସବ ଆୟୋଜିତ ହୋଇଆସୁଛି । ଏହା ସ୍କାଣ୍ଡିନେଭିଆର ସର୍ବବୃହତ୍ ସଙ୍ଗୀତ ସମାରୋହ । ୨୦୧୧ ମସିହାରେ ହେଲସିଂକିର ସୁଭିଲାତିରେ ଏକ ଦିନିଆ ଉତ୍ସବ ଭାବେ ଆରମ୍ଭ ହୋଇଥିବା ସଙ୍ଗୀତ ସମାରୋହ ପରେ ଏକ ତିନି ଦିନିଆ ସମାରୋହରେ ପରିଣତ ହେଲାଣି । ପ୍ରତିବର୍ଷ ଗ୍ରୀଷ୍ମଋତୁରେ ଟିଏଷ୍ଟୋ, ଆର୍ମିନ୍ ଭାନ୍ ବ୍ୟୁରେନ୍ ଓ ଫେଥ୍ଲେସ୍ ପରି ଡିଜେ ଏହି ଉତ୍ସବରେ ସଙ୍ଗୀତ ପରିବେଷଣ କରନ୍ତି । <ref>{{cite web|url=http://www.summersound.fi|title=SUMMER SOUND FESTIVAL 2015|publisher=|accessdate=22 November 2016}}</ref>
* ଗ୍ରୀସ୍ : ପ୍ରଚୀନ ଅଲିମ୍ପିଆ ସହରରେ ୨୦୧୪ ମସିହାରୁ '''ଡ୍ରିମ୍ଲ୍ୟାଣ୍ଡ୍''' ନାମକ ଉତ୍ସବ ଅନୁଷ୍ଠିତ ହୁଏ । ବିଭିନ୍ନ ପ୍ରକାରର ବୈଦୁତିକ ସଙ୍ଗୀତ ଶୈଳୀର ପ୍ରଚାର ଓ ବ୍ୟବସାୟିକ ସହଯୋଗିତା ସହ ପରିବେଶ ସୁରକ୍ଷା ପ୍ରତି ସଚେତନତା ସୃଷ୍ଟି କରିବା ଏହି ଉତ୍ସବର ମୁଖ୍ୟ ଉଦ୍ଦେଶ୍ୟ । <ref>{{cite web|url=http://dreamland-greece.gr|title=dreamland greece - dreamland greece|publisher=|accessdate=22 November 2016}}</ref>
* ଯୁକ୍ତରାଜ୍ୟ : ବିଭିନ୍ନ ସମୟରେ ଅନେକ ଛୋଟବଡ଼ ସମାରୋହ (ଯଥା ବ୍ରିମିଂଗ୍ହାମ୍ ଏନ୍. ଇ. ସି.)
==== ନେଦର୍ଲ୍ୟାଣ୍ଡସ୍ ====
* ନେଦର୍ଲ୍ୟାଣ୍ଡସ୍ ବା ହଲାଣ୍ଡରେ ALDA Events, ID&T, UDC ଓ Q-Dance ପରି ଆୟୋଜକ ସଂସ୍ଥା ମୁଖ୍ୟତଃ ସମସ୍ତ ସଙ୍ଗୀତୋତ୍ସବର ଆୟୋଜନ ଦାୟିତ୍ତ୍ଵ ସମ୍ଭାଳିଥାନ୍ତି । ହଲାଣ୍ଡର କେତେକ ପ୍ରମୁଖ ଟ୍ରାନ୍ସ୍ ସଙ୍ଗୀତ ଉତ୍ସବ ହେଲେ :
** '''ଆର୍ମିନ୍ ଓନ୍ଲି''' : ଏହି ଉତ୍ସବ ୟୁଟ୍ରେଖ୍ଟ୍ ସହରର ୟାବର୍ସ୍ଠାରେ ଅନୁଷ୍ଠିତ ହୁଏ । ଏହି ଉତ୍ସବରେ କେବଳ ଆର୍ମିନ୍ ଭାନ୍ ବ୍ୟୁରେନ୍ ନାମକ ଜଣେ ଡିଜେ ପ୍ରଦର୍ଶନ କରନ୍ତି । ୨୦୦୫ ମସିହାରେ ALDA
** UDC ଆୟୋଜନ କରୁଥିବା ମୁକ୍ତାକାଶ ସଙ୍ଗୀତ ସମାରୋହ '''ଡ୍ୟାନ୍ସ୍ ଭ୍ୟାଲି''' ସ୍ପାର୍ଣ୍ଣୁଡ୍ରେ ଅନୁଷ୍ଠିତ ହୁଏ ।
** ଆମ୍ଷ୍ଟର୍ଡ୍ୟାମ୍ ଏରିନାରେ ପ୍ରତିବର୍ଷ ଅନୁଷ୍ଠିତ ହେଉଥିବା '''ସେନ୍ସେସନ୍''' ଉତ୍ସବ ID&
** ୟୁଟ୍ରେଖ୍ଟ୍ର ୟାବର୍ସ୍ରେ '''ଏନର୍ଜି''' ନାମକ ଏକ ଉତ୍ସବ ଆୟୋଜିତ ହୁଏ । ଏଥିରେ କେବଳ ଟ୍ରାନ୍ସ୍ ସଙ୍ଗୀତ ପରିବେଷଣ ହେଉଥିବାରୁ ପୂର୍ବେ ଏହାର ନାମ '''ଟ୍ରାନ୍ସ୍ ଏନର୍ଜି''' ଥିଲା । ୨୦୧୧ ମସିହାରେ ଏହି ଉତ୍ସବର ନାମ ବଦଳାଯାଇ “ଏନର୍ଜି” ରଖାଗଲା ଓ ଅନ୍ୟାନ୍ୟ ଶୈଳୀର ବୈଦୁତିକ ସଙ୍ଗୀତ ପ୍ରଦର୍ଶନ କରିବା ଆରମ୍ଭ କରାଗଲା । ID&T ଏହାର ଆୟୋଜନ କରିଥାଏ ।
** ପ୍ରତିବର୍ଷ ଅକ୍ଟୋବର ମାସରେ '''ଆମ୍ଷ୍ଟର୍ଡ୍ୟାମ୍ ଡ୍ୟାନ୍ସ୍ ଇଭେଣ୍ଟ୍''' ଅନୁଷ୍ଠିତ ହୁଏ ।
** '''ଏ ଷ୍ଟେଟ୍ ଅଫ୍ ଟ୍ରାନ୍ସ୍''' : ଆର୍ମିନ୍ ଭାନ୍ ବ୍ୟୁରେନ୍ଙ୍କ ରେଡ଼ିଓ କାର୍ଯ୍ୟକ୍ରମ "ଏ ଷ୍ଟେଟ୍ ଅଫ୍ ଟ୍ରାନ୍ସ୍"ର ପ୍ରତି ୫୦ତମ ଅଧ୍ୟାୟ ହଲାଣ୍ଡର ୟୁଟ୍ରେଖ୍ଟ୍ ପରି ସହରରୁ ପ୍ରସାରିତ ହୁଏ ।
** '''ଇଲେକ୍ଟ୍ରୋନିକ୍ ଫ୍ୟାମିଲି''' ସମାରୋହ ALDA
** ID&
** ୨୦୦୭ ମସିହାରୁ ଆମ୍ଷ୍ଟର୍ଡ୍ୟାମ୍ରେ ଲ୍ୟୁମିନୋସିଟି ଇଭେଣ୍ଟ୍ସ୍ ନାମକ ସଂସ୍ଥା '''ଲ୍ୟୁମିନୋସିଟି''' ଉତ୍ସବର ଆୟୋଜନ କରିଆସୁଛି । ଶହ ଶହ ଲୋକ ଦେଖିବାକୁ ଯାଉଥିବା ଏହି ଉତ୍ସବର ଶ୍ଳୋଗାନ୍ ହେଲା “ଟ୍ରାନ୍ସ୍ ସଙ୍ଗୀତ ପ୍ରତି ଶ୍ରଦ୍ଧାର ପ୍ରଚାର” । କେଟି ୱିଟ୍ଲି ପରି ଟ୍ରାନ୍ସ୍ ଗୁରୁ ଏହି ଉତ୍ସବରେ ଯୋଗଦାନ କରନ୍ତି ।
** '''ସାଇ-ଫାଇ''' ନାମକ ଏକ ମୁକ୍ତାକାଶ ସଙ୍ଗୀତ ଉତ୍ସବ ଲିଉୱାର୍ଡେନ୍ରେ ଅନୁଷ୍ଠିତ ହୁଏ ଓ ଏଥିରେ ସାଇକାଡେଲିକ୍ ଟ୍ରାନ୍ସ୍ ସଙ୍ଗୀତ ପ୍ରଦର୍ଶନ କରାଯାଏ ।
୧୩୨ କ ଧାଡ଼ି:
* '''ଡେସିବେଲ୍ ଉତ୍ସବ''' : ସିଆଟେଲ୍ ସହରରେ ୨୦୦୪ ମସିହାରୁ ଏହି ବାର୍ଷିକ ସଙ୍ଗୀତୋତ୍ସବ ଆରମ୍ଭ ହୋଇଥିଲା । ଏହି ଉତ୍ସବ ବୈଦୁତିକ ସଙ୍ଗୀତ ଓ କଳା ପ୍ରତି ଉତ୍ସର୍ଗୀକୃତ । ଏହି ଉତ୍ସବରେ ଅନେକ କଳା ଓ ଚଳଚ୍ଚିତ୍ର, ସଙ୍ଗୀତ ଏପରି ଅନେକ କାର୍ଯ୍ୟକ୍ରମର ଉପଭୋଗ କରାଯାଇପାରିବ ।
* '''ଅଲ୍ଟ୍ରା''' ସଙ୍ଗୀତ ଉତ୍ସବ ଫ୍ଲୋରିଡ଼ାର ମିଆମିଠାରେ ଆୟୋଜିତ ହୁଏ । ଏହି ଉତ୍ସବ ବର୍ଷକୁ ଥରେ ମାର୍ଚ୍ଚ୍ ମାସରେ ଅନୁଷ୍ଠିତ ହୁଏ । ଏ ଷ୍ଟେଟ୍ ଅଫ୍ ଟ୍ରାନ୍ସ୍ର ଅନେକ ଅଧ୍ୟାୟ ଅଲ୍ଟ୍ରା ଉତ୍ସବର ସେଟ୍ରୁ ପ୍ରସାରିତ ହୋଇଛି ।
* ଇନ୍ସୋମ୍ନିଆକ୍
* ଦକ୍ଷିଣ କାଲିଫର୍ଣ୍ଣିଆରେ ଇନ୍ସୋମ୍ନିଆକ୍ ଇଭେଣ୍ଟ୍ସ୍ ପ୍ରତିବର୍ଷ '''ନୋକ୍ଟର୍ନାଲ୍ ଫେଷ୍ଟିଭାଲ୍'''ର ଆୟୋଜନ କରେ । ଏହି ଆୟୋଜକ ସଂସ୍ଥା ଅଗଷ୍ଟ ଓ ସେପ୍ଟେମ୍ଵର୍ ମାସରେ କାଲିଫର୍ଣ୍ଣିଆର ସାନ୍ ବର୍ଣ୍ଣାର୍ଡିନୋରେ ଥର୍ଣ୍ଣ୍ଡେଲ୍ ଉତ୍ସବର ଆୟୋଜନ ମଧ୍ୟ କରିଥାଏ ।
* ଇନ୍ସୋମ୍ନିଆକ୍
* '''ଡ୍ରିମ୍ଷ୍ଟେଟ୍''' ନାମକ ଟ୍ରାନ୍ସ୍ ସଙ୍ଗୀତ ଉତ୍ସବ ୨୦୧୫ ମସିହା ନଭେମ୍ଵର୍ ୨୭-୨୮ ତାରିଖରେ କାଲିଫର୍ଣ୍ଣିଆର ସାନ୍ ବର୍ଣ୍ଣାର୍ଡିନୋରେ ଅନୁଷ୍ଠିତ ହୋଇଥିଲା । ଇନ୍ସୋମ୍ନିଆକ୍ ଇଭେଣ୍ଟ୍ସ୍ ଏହାର ଆୟୋଜକ ଥିଲା ।
* ଶ୍ରମ ଦିବସ ଛୁଟିରେ ନ୍ୟୁୟର୍କ ନଗରର ରାଣ୍ଡାଲ୍ ଆଇଲାଣ୍ଡ୍ ପାର୍କରେ '''ଇଲେକ୍ଟ୍ରିକ୍ ଜୁ ଫେଷ୍ଟିଭାଲ୍''' ନାମକ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୁଏ ।
୧୪୭ କ ଧାଡ଼ି:
==== ଅଷ୍ଟ୍ରେଲିଆ ====
* '''ଡୁଫ୍''' – ଏହା ମୁକ୍ତାକାଶ ତଳେ ହେଉଥିବା ଏକ ସମାରୋହ । ସାଧାରଣତଃ ସହର ବାହାରର ବୁଦାଳିଆ ପଡ଼ିଆ, ଜଙ୍ଗଲ ବା ଗାଁ ନିକଟରେ ଏପରି ଉତ୍ସବର ଆୟୋଜନ କରାଯାଏ । ଡୁଫ୍ ଉତ୍ସବରେ ବୈଦୁତିକ ସଙ୍ଗୀତର ଅନେକ ଶୈଳୀ ଯଥା ଗୋଆ ଟ୍ରାନ୍ସ୍, ଟେକ୍ନୋ, ଡ୍ରମ୍ ଆଣ୍ଡ୍ ବେସ୍, ସାଇକାଡେଲିକ୍ ଟ୍ରାନ୍ସ୍
* '''ଡେଫ୍କନ୍ ଡଟ୍ ୱାନ୍''' ଉତ୍ସବ – ଏହି ସଙ୍ଗୀତୋତ୍ସବରେ ମୁଖ୍ୟତଃ ହାର୍ଡ୍କୋର୍ ଟେକ୍ନୋ, ହାର୍ଡ୍ ହାଉସ୍ ଓ ହାର୍ଡ୍ ଟ୍ରାନ୍ସ୍ ଶୈଳୀ ଅନୁସରଣ କରାଯାଏ । ୨୦୦୯ ମସିହା ସେପ୍ଟେମ୍ଵରରୁ ଏହି ଉତ୍ସବ ସିଡ୍ନିରେ ଆୟୋଜିତ ହୋଇଆସୁଛି ।
|