"ବିଶେଷ ଆପେକ୍ଷିକ ତତ୍ତ୍ୱ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Regular Character Changes
ଟିକେNo edit summary
୮ କ ଧାଡ଼ି:
ନିମ୍ନ ଲିଖିତ ପ୍ରଭାବଗୁଡିକୁ ବୁଝିବା ପାଇଁ ଆମେ କାଳିଆ ଭାଈ ଓ ବଳିଆ ଭାଈଙ୍କ ଅନୁଭୂତିର ଅବଲୋକନ କରିବା । ମନେ କରାଯାଉ ଯେ ଦୁଇ ଜଣ ଦେଖଣାହାରୀ ଅଛନ୍ତି । କାଳିଆ ଭାଈ ପୃଥିବୀ ଉପରେ ଓ ବଳିଆ ଭାଈ ଏକ ମହାକାଶ ଯାନରେ ଥାଇ ଯାହା ଘଟଣା ଘଟୁଛି ତା'ର ନିରୀକ୍ଷଣ କରୁଛନ୍ତି । ବଳିଆ ଭାଈର ଯାନ ଆଲୋକର ବେଗ ସହ ତୁଳନୀୟ ବେଗରେ ଗତି କରୁଛି । ଏପରି ଅବସ୍ଥାରେ ଉଭୟ ନିଜ ସ୍ଥାନରେ ରହି କହିବେ ଯେ "ମୁଁ ଯାହା କହୁଛି ତାହା ଠିକ୍" ।
 
'''<u>୧. ସମୟ ପ୍ରସାରିତ ହେବା</u>''' - ପାରମ୍ପରିକ ଭୌତିକ ବିଜ୍ଞାନ ଅନୁସାରେ ସମୟ ଗଣନା ସବୁଠାରେ ସମାନ । ବସ୍ତୁର ବେଗ ଯେତେ ବଢୁ ବା କମୁ, ସମୟ ଗଣନା ତା ନିର୍ଦ୍ଦିଷ୍ଟ ପ୍ରକ୍ରିୟା ଅନୁଯାୟୀ ଚାଲେ । କିନ୍ତୁ ଆପେକ୍ଷିକତା ଅନୁସାରେ ସମୟ ଆପେକ୍ଷିକ । ପାରମ୍ପରିକ ସମୟ ଗଣନାର ଚିନ୍ତାଧାରା ଅଳ୍ପ ବେଗରେ ଗତିଶୀଳ ବସ୍ତୁ ବା ନିରୀକ୍ଷକ ପାଇଁ ସତ । କିନ୍ତୁ ଯଦି କୌଣସି ବସ୍ତୁ ଆଲୋକର ବେଗ (୩ ଲକ୍ଷ କି.ମି. ପ୍ରତି ସେକେଣ୍ଡ) ସହ ତୁଳନୀୟ ବେଗରେ ଗତି କରେ, ତେବେ ସମୟ ଧୀରେ ଧୀରେ ଅତିବାହିତ ହୁଏ । ଯଦି କୌଣସି ବସ୍ତୁ ଆଲୋକର ବେଗରେ ଗତି କରେ ତାହା ପାଇଁ ସମୟ ଅଟକିଯିବ । ଉଦାହରଣ ସ୍ଵରୂପ: ଦୁଇ ଜଣ ଜାଆଁଳା ଭାଈ ପୃଥିବୀ ପୃଷ୍ଠରେ ଅଛନ୍ତି ଓ ଦୁଇ ଜଣଙ୍କ ପାଖରେ ସମାନ ସମୟ ଦେଖାଉଥିବା ଦୁଇଟି ଘଡି ଅଛି । ସେମାନଙ୍କ ମଧ୍ୟରୁ ଜଣେ ଯଦି ଆଲୋକ ସହ ତୁଳନୀୟ ବେଗରେ ଯାଇ ବର୍ଷେ ପରେ ପୃଥିବୀ ପୃଷ୍ଠକୁ ଫେରି ଆସିବ, ସେ ଜାଣିବାକୁ ପାଇବ ଯେ ସେ ନିଜେ ବର୍ଷେ ବଡ ହୋଇଥିବା ବେଳେ ତା' ଭାଈ ବୁଢ଼ା ହୋଇଯାଇଛି । ହେଲେ ଆଜି ପର୍ଯ୍ୟନ୍ତ କୌଣସି ବସ୍ତୁ ଆବିଶ୍କାର ବା ଉଦ୍ଭାବନ କରାଯାଇନାହିଁ ଯାହା ଆଲୋକଠାରୁ ଅଧିକ ବେଗରେ ଯାଇ ପାରିବ । "'''ଜାଆଁଳାଙ୍କ ବୟସ ପ୍ରହେଳିକା'''" ଭଳି ଅନ୍ୟ ଉଦାହରଣ ହେଉଛି ମ୍ୟୁଓନ୍ ମାନଙ୍କର ଆୟୁ । ଜାଗତିକ ପ୍ରକ୍ରିୟାଦ୍ଵାରା ସୃଷ୍ଟ ଓ ପୃଥିବୀର ବାୟୁ ମଣ୍ଡଳରେ ପ୍ରବେଶ କରୁଥିବା ମ୍ୟୁଓନ୍ର ଆୟୁ ଗବେଷଣାଗାରରେ ପ୍ରସ୍ତୁତ ମ୍ୟୁଓନ୍ର ଆୟୁଠାରୁ ଅଧିକ ।<ref>{{cite book|author1=Daniel Kleppner |author2=David Kolenkow |lastauthoramp=yes |title=An Introduction to Mechanics|date=1973|pages=468–70|isbn=0-07-035048-5}}</ref>
 
 
୨୮ କ ଧାଡ଼ି:
 
ଭୌତିକ ବିଜ୍ଞାନରେ ସ୍ଥାନ-କାଳ ଏକ ଗାଣିତିକ ପରିଭାଷା । ବିଂଶ ଶତାବ୍ଦୀର ପ୍ରାରମ୍ଭ ପର୍ଯ୍ୟନ୍ତ ପାରମ୍ପରିକ ଭୌତିକ ବିଜ୍ଞାନ ଅନୁସାରେ ସ୍ଥାନକୁ ୩ଟି ଆୟାମ ବିଶିଷ୍ଟ ବୋଲି କୁହାଯାଉଥିଲା, ଯାହା ଆମେ ସ୍ଵଚକ୍ଷୁରେ ଦେଖିପାରୁ । ଉଦାହରଣ ସ୍ଵରୂପ ଏକ ଆୟତଘନାକାର ବସ୍ତୁର ଦୈର୍ଘ୍ୟ, ପ୍ରସ୍ଥ ଏବଂ ଉଚ୍ଚତା ତିନୋଟି ଆୟାମ ବିଶିଷ୍ଟ (ଈଂରାଜୀରେ 3 Dimensional) । ସମୟ/କାଳକୁ ପାରମ୍ପରିକ ଭୌତିକ ବିଜ୍ଞାନରେ ଏକ ଆୟାମ ଭାବେ ଗଣନା କରାଯାଉ ନଥିଲା । କିନ୍ତୁ ଆଧୁନିକ ବିଜ୍ଞାନରେ ସ୍ଥାନର ୩ ଆୟାମ ଓ କାଳକୁ ମିଶାଇ ଏକ ୪ ଆୟାମ ବିଶିଷ୍ଟ ସାତତ୍ୟ ବୋଲି ବିବେଚନା କରାଯାଏ । ତେଣୁ ସ୍ଥାନ ଓ କାଳ ଏକ ନିରବଛିନ୍ନ ସାତତ୍ୟ ଯାହା ମଧ୍ୟରେ ସମସ୍ତ ଘଟଣା ଘଟିଥାଏ । ସ୍ଥାନ-କାଳର ଜ୍ୟାମିତିକ ଚିତ୍ରଦ୍ଵାରା ଆପେକ୍ଷିକତାର ପ୍ରଭାବ ଭିନ୍ନ ଭିନ୍ନ ଦେଖଣାହାରୀଙ୍କ ଉପରେ କିପରି ପଡିଥାଏ ତାହା ଜାଣିହୁଏ । ଆଇନ୍ ଷ୍ଟାଇନଙ୍କ ଏହି ତତ୍ତ୍ଵରେ ଆଲୋକର ବେଗକୁ ଏକ ସ୍ଥିରାଙ୍କ ଭାବେ ପରିଗଣିତ କରାଗଲା । ଆହୁରି ମଧ୍ୟ ଗୋଟିଏ ଘଟଣା ଯେତେ ସ୍ଥାନ ଓ ସମୟ ମଧ୍ୟରେ ଘଟେ ତାହାର ଗଣନା ଭିନ୍ନ ଭିନ୍ନ ନିରୀକ୍ଷଣ ସ୍ଥଳରୁ ଭିନ୍ନ ଭିନ୍ନ ହେବାର ସତ୍ୟତା ପ୍ରମାଣିତ ହେଲା ।
== ଆଧାର ==
{{ଆଧାର}}