"ସାଧାରଣ ଆପେକ୍ଷିକ ତତ୍ତ୍ୱ" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
Content deleted Content added
No edit summary |
ଟିକେ Regular Character Changes |
||
୧ କ ଧାଡ଼ି:
ସାଧାରଣ ଆପେକ୍ଷିକ ତତ୍ତ୍ଵ (ଇଂରାଜୀରେ General Theory of Relativity), ମାଧ୍ୟାକର୍ଷଣ/ମହାକର୍ଷଣର ପ୍ରଭାବ ଉପରେ ପର୍ଯ୍ୟବେଶିତ ଏକ ଜ୍ୟାମିତିକ ତତ୍ତ୍ଵ । ଏହାକୁ ପ୍ରସିଦ୍ଧ ଭୌତିକ ବିଜ୍ଞାନୀ [[ଆଲବର୍ଟ ଆଇନଷ୍ଟାଇନ|ଆଲବର୍ଟ୍ ଆଇନଷ୍ଟାଇନ]] ୧୯୧୫ ମସିହାରେ ସର୍ବ ପ୍ରଥମେ ପ୍ରକାଶ କରିଥିଲେ । ଭୌତିକ ବିଜ୍ଞାନୀମାନଙ୍କ ପାଇଁ ଏହି ତତ୍ତ୍ଵ ମାଧ୍ୟାକର୍ଷଣ/ମହାକର୍ଷଣର ଏକ ଆଧୁନିକ ଉପସ୍ଥାପନା । ଏହି ତତ୍ତ୍ଵ
ସାଧାରଣ ଆପେକ୍ଷିକ ତତ୍ତ୍ଵରେ ଅସ୍ଥିର ସମୟ/କାଳର ଗଣନା, ସ୍ଥାନ/ବ୍ୟୋମର ଜ୍ୟାମିତି, ମୁକ୍ତ ପତନଶୀଳ ବସ୍ତୁର ଗତି ଓ ତ୍ଵରଣ, ମହାକାଶରେ ଆଲୋକର ଗତିପଥ ଏବଂ ତତ୍ ସମ୍ବନ୍ଧୀୟ ଅନେକ ତଥ୍ୟ ଉପସ୍ଥାପିତ ହୋଇଛି । ପାରମ୍ପରିକ ଭୌତିକ ବିଜ୍ଞାନଦ୍ଵାରା ଉପସ୍ଥାପିତ ଅନୁରୂପ ବିଷୟ ଓ ତଥ୍ୟମାନଙ୍କ ଠାରୁ ଏହା ଅବଶ୍ୟ ଯଥେଷ୍ଟ ଭିନ୍ନ । ଏହାର କେତେକ ଉଦାହରଣ ହେଲେ ମହାକର୍ଷଣୀୟ ପ୍ରସାରିତ ସମୟ, ମହାକର୍ଷଣ ପ୍ରଭାବରେ ଆଲୋକର ଲୋହିତାଭିମୁଖୀ ଅପସାରଣ, ମହାକର୍ଷଣୀୟ ବିଳମ୍ବ, ମହାକର୍ଷଣୀୟ ଲେନ୍ସିଂ (ମହାକର୍ଷଣଦ୍ଵାରା ପ୍ରଭାବିତ ହୋଇ ସୁଦୂର ଏକ ନକ୍ଷତ୍ରରୁ ଆସୁଥିବା ଆଲୋକର ପଥ ବକ୍ରାକୃତି ହେବା) । ସାଧାରଣ ଆପେକ୍ଷିକ ତତ୍ତ୍ଵ ସମ୍ବନ୍ଧିତ ସମସ୍ତ ବୈଜ୍ଞାନିକ ପରୀକ୍ଷା ଏବଂ ଅନୁଶୀଳନରୁ ଅଦ୍ୟାବଧି ମିଳିଥିବା ତଥ୍ୟ, ଏହି ତତ୍ତ୍ଵ ପ୍ରୟୋଗରେ କରାଯାଇଥିବା କେତେକ ପରିକଳ୍ପନାର ସତ୍ୟତା ପ୍ରମାଣ କରେ । ସାଧାରଣ ଆପେକ୍ଷିକ ତତ୍ତ୍ଵ ମହାକର୍ଷଣ ସମ୍ଵନ୍ଧୀୟ ଏକମାତ୍ର ତତ୍ତ୍ଵ ନୁହେଁ; ଅଥଚ ଏହା ଅତି ସରଳ ଓ ସମସ୍ତ ବୈଜ୍ଞାନିକ ନିରୀକ୍ଷଣର ସମର୍ଥନପ୍ରାପ୍ତ । କିନ୍ତୁ ପ୍ରମାତ୍ର ବିଜ୍ଞାନ (Quantum Physics) ଓ ଏହି ତତ୍ତ୍ଵ ମଧ୍ୟରେ ଅନେକ ମତାନ୍ତର ଦେଖାଯାଏ । ଆଧୁନିକ ଭୌତିକ ବିଜ୍ଞାନର ଏହି ଦୁଇ ଭିନ୍ନ ସିଦ୍ଧାନ୍ତର ମିଶ୍ରଣରେ କିପରି ମହାକର୍ଷଣ ସମ୍ପର୍କୀୟ ଏକ ଓ ଅଦ୍ଵୈତ ତତ୍ତ୍ଵର ପରିପ୍ରକାଶ ହେବ, ତାହା ଏକ ବୃହତ୍ ପ୍ରଶ୍ନବାଚୀ ।
୮ କ ଧାଡ଼ି:
=== ନିଉଟନଙ୍କ ସିଦ୍ଧାନ୍ତ ===
ନିଉଟନଙ୍କ ଅନୁସାରେ କୌଣସି ବସ୍ତୁର ଗତି ତା'ର ପାରିପାର୍ଶ୍ଵିକ
F = G*m1*m2 / (d1*d1)
୧୭ କ ଧାଡ଼ି:
=== ଆଇନ୍ ଷ୍ଟାଇନଙ୍କ ସିଦ୍ଧାନ୍ତ ===
ଆଇନ୍ ଷ୍ଟାଇନଙ୍କ ଅନୁସାରେ ସ୍ଥାନ-କାଳକୁ ଯଦି ଏକ ସମାନ୍ତରାଳ ଭାବେ ଧରିଥିବା କପଡା ସହ ତୁଳନା କରାଯିବ ଓ ଏହାର ମଝିରେ ତରଭୁଜ ପରି ଏକ ବସ୍ତୁକୁ ରଖାଯିବ, ତରଭୁଜର ବସ୍ତୁତ୍ଵ ଯୋଗୁଁ କପଡାରେ ଏକ ଖାଲୁଆ ଜାଗା ସୃଷ୍ଟି ହେବ । ବର୍ତ୍ତମାନ କୌଣସି ଏକ ଛୋଟ ଗୋଲକକୁ
ତେବେ ସମସ୍ତ ଗ୍ରହ ସୂର୍ଯ୍ୟ ଚାରିପଟେ ନିରନ୍ତର କାହିଁକି ବୁଲନ୍ତି? ତାହାର କାରଣ ହେଲା ସୂର୍ଯ୍ୟ ମଧ୍ୟ ସ୍ଥିର ନୁହେଁ । ସୂର୍ଯ୍ୟ ନିଜେ ଆକାଶଗଙ୍ଗାର କେନ୍ଦ୍ର ଚାରିପଟେ ବୁଲୁଥାଏ । ଏଥିପାଇଁ ଗ୍ରହ ମାନେ
=== ଅନ୍ୟାନ୍ୟ ସହାୟକ ତଥ୍ୟ ଓ ଲିଙ୍କ୍ସ ===
|