"ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Bot: Automated text replacement (- ଠାରେ +ଠାରେ )
୨୪ କ ଧାଡ଼ି:
}}
 
'''ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ''' (୧୮୭୦-୧୯୧୨)<ref>{{cite web |url= http://og.csm.co.in/ogv8/orissaprofile/eminent1.asp?img=eminent |title=Orissa Government Portal |work=og.csm.co.in |quote=Shri Ramachandra Bhanja Dev ( 1870-1912) |accessdate=18 February 2013}}</ref> [[ଓଡ଼ିଶା|ଓଡ଼ିଶାର]] [[ମୟୂରଭଞ୍ଜ ଜିଲ୍ଲା|ମୟୂରଭଞ୍ଜ ଜିଲ୍ଲାର]] [[ବାରିପଦା]] ଠାରେ ଜନ୍ମିତ ଜଣେ ସୁଶାସକ ଓ ଭାଷା ଆନ୍ଦୋଳନର ପୁରୋଧା ଥିଲେ ।
ସେ ରାଜ୍ୟର ମଙ୍ଗଳ ତଥା ପ୍ରଜାଙ୍କ ହିତ ପାଇଁ ସର୍ବଦା ଚେଷ୍ଟିତ ଥିଲେ। ଶ୍ରୀରାମଚନ୍ଦ୍ର ଜଣେ ସରଳ ଓ ଅମାୟିକ ବ୍ୟକ୍ତି ଭାବେ ପରିଚିତ ଥିଲେ। ଛାତ୍ର ବୟସରେ ସହପାଠୀଙ୍କ ସହିତ ସରଳ ଭାବରେ ମିଶୁଥିଲେ । ପାଠ ପଢୁଥିବା ସମୟରେ ସେ ଅନେକ ସ୍ଥାନ ବୁଲି ଯାଇଥିଲେ। ମାତ୍ର ରାଜବେଶ ବା ରାଜ ଢଙ୍ଗଢାଙ୍ଗରେ ସେ ଯିବାକୁ ଇଚ୍ଛା କରୁନଥିଲେ। ତାଙ୍କର ଏହି ସରଳ ପ୍ରକୃତି ଯୋଗୁଁ ସେ ସବୁଠାରେ ସମସ୍ତଙ୍କର ଅତି ପ୍ରିୟପାତ୍ର ହୋଇଥିଲେ । ପ୍ରଜା ପାଳନ ରାଜାର ଧର୍ମ ଏ କଥା ଶ୍ରୀରାମଚନ୍ଦ୍ରଙ୍କୁ ଖୁବ୍‌ ଭଲଭାବେ ଜଣାଥିଲା । ରାଜଦଣ୍ଡ ଧରିବା ପରେ ଶ୍ରୀରାମଚନ୍ଦ୍ର ରାଜନୀତି ଓ ଦର୍ଶନଶାସ୍ତ୍ରକୁ ଭଲକରି ପଢ଼ିବାରେ ଲାଗିଲେ । ନିଜ ରାଜ୍ୟକୁ ଏକ ଆଦର୍ଶ ରାଜ୍ୟ କରି ଗଢ଼ିବା ପାଇଁ ସେ ବରାବର ଚେଷ୍ଟା କରୁଥିଲେ । ଗୁଣି ଓ ଉଦାର ଲୋକଙ୍କୁ ପାଖରେ ରଖି ସୁଚାରୁ ରୂପେ ରାଜ୍ୟ ଶାସନ କରୁଥିଲେ । ଏହି ସମୟରେ ଉତ୍କଳମଣି [[ଗୋପବନ୍ଧୁ ଦାସ]]ଙ୍କ କାର୍ଯ୍ୟଶୈଳୀ ସମଗ୍ର ରାଜ୍ୟରେ ଗୁଞ୍ଜରିତ ହେଉଥିଲା। ତାଙ୍କ ଗୁଣରେ ମୁଗ୍ଧ ହୋଇ ଶ୍ରୀରାମଚନ୍ଦ୍ର ତାଙ୍କୁ ରାଜ୍ୟ ସରକାରଙ୍କ ଓକିଲ ପଦରେ ନିଯୁକ୍ତି କରିଥିଲେ। ପଣ୍ଡିତ ଗୋପବନ୍ଧୁ ସେତେବେଳେ ସକଳ କାର୍ଯ୍ୟରେ ତାଙ୍କର ପରମ ସଖା ରୂପେ ପରାମର୍ଶଦାତା ଥିଲେ । ଶ୍ରୀରାମଚନ୍ଦ୍ର ଓ ଗୋପବନ୍ଧୁଙ୍କ ମଧ୍ୟରେ ଏପରି ଘନିଷ୍ଠ ବନ୍ଧୁତା ଥିଲାଯେ, କୌଣସି କାର୍ଯ୍ୟ କଲାବେଳେ ଶ୍ରୀରାମଚନ୍ଦ୍ର, ଗୋପବନ୍ଧୁଙ୍କ ପରାମର୍ଶ ନେଉଥିଲେ ।
 
୩୩ କ ଧାଡ଼ି:
ରାଜା ହେବାର ୪ବର୍ଷ ପରେ ୧୮୯୬ ମସିହାରେ ଶ୍ରୀରାମଚନ୍ଦ୍ରଙ୍କର ବିବାହ ଲକ୍ଷ୍ମୀ କୁମାରୀଙ୍କ ସହିତ ହୋଇଥିଲା । ସେକାଳର ମୟୂରଭଞ୍ଜ ରାଜ୍ୟର ସର୍ବାଙ୍ଗ ଉନ୍ନତି ଓ ଜନସାଧାରଣଙ୍କ ପ୍ରଗତି ନିମନ୍ତେ ସେ ଅନେକ କାମ କରିଯାଇଛନ୍ତି । ଗଣତାନ୍ତ୍ରିକ ଉପାୟରେ ଶାସନ ପରିଚାଳନା ପାଇଁ ସେ ଷ୍ଟେଟ୍‌ କାଉନ୍‌ସିଲ୍‌ ଗଠନ କରିଥିଲେ ଏବଂ ସେଥିରେ ସେ ସରକାରୀ ଓ ବେସରକାରୀ ବ୍ୟକ୍ତିବିଶେଷଙ୍କୁ ସଦସ୍ୟଭାବେ ଗ୍ରହଣ କରିଥିଲେ । ପ୍ରଜା ହିତକର ସମସ୍ତ କାର୍ଯ୍ୟ ପାଇଁ କାଉନ୍‌ସିଲ୍‌ ମାଧ୍ୟମରେ ଆଇନର ସଂଶୋଧନ କରିଥିଲେ । ରାଜ୍ୟ ଶାସନର ସୁବିଧା ପାଇଁ ସେ ପ୍ରଥମ କରି ସମଗ୍ର ରାଜ୍ୟକୁ ୪ଟି ବିଭାଗରେ ବିଭକ୍ତ କରିଥିଲେ। ଇଂରେଜ ଶାସନ ଢ଼ାଞ୍ଚାରେ ଶିକ୍ଷା, ସ୍ୱାସ୍ଥ୍ୟ ଓ ପୋଲିସ୍‌ ବିଭାଗରେ ନୂତନ ସଂସ୍କାର ଆଣିଥିଲେ । ତାଙ୍କର ପିତାଙ୍କ ଅମଳରେ ରାଜ୍ୟର ରାଜସ୍ୱ ୪ଲକ୍ଷ ଟଙ୍କା ଥିଲା କିନ୍ତୁ ଶାସନକୁ ସୁନିୟନ୍ତ୍ରିତ କରିବା ପରେ ରାଜସ୍ୱ ପରିମାଣ ୧୪ଲକ୍ଷ ଟଙ୍କାକୁ ବୃଦ୍ଧି ପାଇଥିଲା ।
 
ଗୋପବନ୍ଧୁ ଦାସ ଏହାଙ୍କ ବନ୍ଧୁ ଓ ସହୋଦର ହୋଇଥିବାରୁ ଦୁହେଁ ଓଡ଼ିଶାର ଉନ୍ନତି କଳ୍ପେ ଅନେକ ଜନହିତକର କାମରେ ହାତ ଦେଇଥିଲେ । [[ଓଡ଼ିଆ ଭାଷା]], ଓଡ଼ିଶାରେ ସ୍ୱାସ୍ଥ୍ୟସେବା ଓ ପ୍ରଶାସନିକ କ୍ଷେତ୍ରରେ ଶ୍ରୀରାମ ଚନ୍ଦ୍ର ବହୁ ଉନ୍ନତି ସାଧନ କରିଯାଇଛନ୍ତି । ଶିକ୍ଷା କ୍ଷେତ୍ରରେ ସେ ପର୍ଯ୍ୟାପ୍ତ ଧନ ବ୍ୟୟ କରିଥିଲେ ଓ ନିଜ ରାଜ୍ୟରେ ପ୍ରାଥମିକ ବିଦ୍ୟାଳୟର ସଂଖ୍ୟା ୪୪ରୁ ୪୦୦କୁ ବୃଦ୍ଧି କରାଇଥିଲେ। ତାଙ୍କ ଦେଇ ଓ ନାମରେ [[କଟକ]] ଠାରେ [[ଶ୍ରୀ ରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ|ଶ୍ରୀରାମଚନ୍ଦ୍ର ଭେଷଜ ମହାବିଦ୍ୟାଳୟ]] ଗଠିତ ହୋଇଥିଲା ।
 
ସେ [[ରୁପସା]] ଠାରୁ [[ବାରିପଦା]] ଯାଏଁ ଏକ ନାରୋଗେଜ ରେଳପଥର ବିକାଶ କରାଇଥିଲେ, ଏଥିପାଇଁ ୬ଲକ୍ଷ ଟଙ୍କା ବ୍ୟୟ ହୋଇଥିଲା ଏବଂ ଏହାର ଶୁଭ ଉଦ୍‌ଘାଟନ ପାଇଁ ସେତେବେଳେ ଛୋଟ ଲାଟସାହେବ ବାରିପଦା ଆସିଥିଲେ। ଶାସନର ଅଳ୍ପ ଦିନ ମଧ୍ୟରେ ରାଜ୍ୟରେ ୫୦୦ମାଇଲ ରାସ୍ତା ନିର୍ମାଣ କରାଇଥିଲେ।