"ନିମୋନିଆ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଅଦ୍ୟତନ କରାଗଲା
ଟିକେ Bot: Automated text replacement (- ରୁ +ରୁ , - ଠାରେ +ଠାରେ )
୬୭ କ ଧାଡ଼ି:
ଯେଉଁମାନଙ୍କର ଦୁର୍ବଳ ପ୍ରତିରୋଧ ଥାଏ, ଏଡ୍‌ସ୍ ଥାଏ, ପ୍ରତିରୋଧ ବାଧକ ଔଷଧ ସେବନ କରନ୍ତି କିମ୍ଵା ଅନ୍ୟ ରୋଗଗ୍ରସ୍ତ ଥାଆନ୍ତି, ସେମାନଙ୍କୁ ସାଧାରଣତଃ କବକ ଆକ୍ରମଣ କରେ । <ref name=Fungus2009>{{cite book|last=Maskell|first=Nick|title=Oxford desk reference.|year=2009|publisher=Oxford University Press|location=Oxford|isbn=9780199239122|pages=196|url=http://books.google.ca/books?id=MfEUkzQQ1BEC&pg=PA196|coauthors=Millar, Ann}}</ref> ଏହି କବକମାନଙ୍କର ନାମ: ହିସ୍ଟୋପ୍ଲାଜ୍ମା କ୍ୟାପ୍‌ସୁଲେଟମ୍, ବ୍ଲାସ୍ଟୋମାଇସେସ୍, କ୍ରିପ୍ଟୋକୋକସ୍ ନିଓଫର୍‌ମାନ୍ସ୍, ନିମୋସାଇଟିସ୍ ଜିରୋଭେସି ଓ କକ୍‌ସିଡିଓଡେସ୍ ଇମିଟିସ୍ । ମିସିସିପି ନଦୀ ଇଲାକାରେ ହିସ୍ଟୋପ୍ଲାଜ୍‌ମୋସିସ୍ କବକ ଜନିତ ଓ ଦକ୍ଷିଣ ପଶ୍ଚିମ ଆମେରିକାରେ କକ୍‌ସିଡିଓମାଇସେସ୍ କବକ ଜନିତ ନିମୋନିଆ ହୁଏ । କମ୍ ପ୍ରତିରୋଧ ଶକ୍ତି ଯୋଗୁ ଓ ଗମନାଗମନ ସୁବିଧା ଯୋଗୁ ବିଂଶ ଶତାବ୍ଦୀର ଦ୍ଵିତୀୟ ଭାଗରେ ଅଧିକ ରୋଗ ହୋଇଥିଲା ।
=== ପରଜୀବୀ ===
ଫୁସ୍‌ଫୁସ୍‌କୁ ଆକ୍ରମଣ କରୁଥିବା ପରଜୀବୀମାନଙ୍କର ନାମ: ଟକ୍ସୋପ୍ଲାଜ୍ମା ଗୁଣ୍ଡି, ସ୍ଟ୍ରଙ୍ଗିଲଏଡେସ୍ ସ୍ଟେର୍‌କୋରାଲିସ୍, ଆସ୍କାରିସ୍ ଲୁମ୍ବ୍ରିକଏଡିସ୍ ଓ ପ୍ଲାଜ୍‌ମୋଡିଅମ ମାଲେରି । ଚର୍ମ ମାଧ୍ୟମ, ଖାଦ୍ୟ ମାଧ୍ୟମ ଓ କୀଟ ମାଧ୍ୟମରେ ପରଜୀବୀମାନେ ଦେହରେ ପ୍ରବେଶ କରନ୍ତି । ପାରାଗୋନିଅମ୍ ଵେସ୍ଟର୍‌ମାନି ବ୍ୟତୀତ ଅଧିକାଂଶ ପରଜୀବୀ ସିଧା ସଳଖ ଫୁସ୍‌ଫୁସ୍‌କୁ ଆକ୍ରମଣ ନ କରି ଅନ୍ୟ ଅଙ୍ଗ ଆକ୍ରମଣ କରନ୍ତି ଓ ସେଠାରୁ ଏହା ବିସ୍ତାର ହୁଏ । ଆସ୍କାରିସ୍ ଓ ସ୍ଟ୍ରଙ୍ଗିଲଏଡ୍ ଜେନେରା ଦ୍ଵୟ ଇଓସିନିକ ପ୍ରତିକ୍ରିୟା କରିବା ଯୋଗୁ ଇଓସିନୋଫିଲିକ୍ ନିମୋନିଆ ହୁଏ । ମ୍ୟାଲେରିଆରେ ସାଇଟିକାଇନ୍ ଯୋଗୁ ହୁଏ । ବିକଶିତ ରାଷ୍ଟ୍ରମାନଙ୍କରେ ଅନ୍ୟ ଦେଶମାନଙ୍କରୁ ଫେରୁଥିବା ଲୋକମାନେ ଏହି ରୋଗ ବ୍ୟାପିବାରେ ସାହଯ୍ୟ କରନ୍ତି । ଏହି ରୋଗ ପ୍ରତିରୋଧ ଶକ୍ତି ରହିତ ଲୋକମାନଙ୍କ ଠାରେଲୋକମାନଙ୍କଠାରେ ଅଧିକ ଦେଖାଯାଏ ।<ref>{{cite journal|last=Vijayan|first=VK|title=Parasitic lung infections.|journal=Current opinion in pulmonary medicine|date=2009 May|volume=15|issue=3|pages=274–82|pmid=19276810}}</ref>
=== ଅଜ୍ଞାତ କାରଣ ===
ଅଣସଂକ୍ରମଣ ନିମୋନିଆ ବା ଇଣ୍ଟର୍‌ସ୍ଟିସିଆଲ୍ ନିମୋନିଆ ଗୋଟିଏ କାରଣ ଜଣା ନ ପଡୁଥିବା ନିମୋନିଆ ରୋଗ ସମଷ୍ଟି ବା ବିସ୍ତାରିତ ଫୁସ୍‌ଫୁସ୍ ରୋଗ ସମଷ୍ଟି । ଏହି ସମସ୍ଟିରେ ଥିବା ରୋଗମାନଙ୍କର ନାମ: ଡିଫ୍ୟୁଜ୍ ଆଲ୍‌ଭିଓଲାର୍ ଡାମେଜ୍, ଅର୍‌ଗାନାଇଜିଙ୍ଗ ନିମୋନିଆ, ନନ୍‌ସ୍ପେସିଫିକ୍ ଇଣ୍ଟରସ୍ଟିସିଆଲ୍ ନିମୋନିଆ, ଲିମ୍ଫୋସାଇଟିକ୍ ଇଣ୍ଟରସ୍ଟିସିଆଲ୍ ନିମୋନିଆ, ଡିସ୍କ୍ଵାମେଟିଭ ଇଣ୍ଟରସ୍ଟିସିଆଲ୍ ନିମୋନିଆ, ରେସ୍ପିରେଟରି ବ୍ରୋଙ୍କିଆଲ୍ ଇଣ୍ଟରସ୍ଟିସିଆଲ୍ ଫୁସ୍‌ଫୁସ୍ ରୋଗ ଓ ସାଧାରଣ ଇଣ୍ଟରସ୍ଟିସିଆଲ୍ ନିମୋନିଆ ।
୧୨୮ କ ଧାଡ଼ି:
|-
|}
ସାଧାରଣତଃ ଖାଇବା ଆଣ୍ଟିବାୟୋଟିକ୍, ବିଶ୍ରାମ, କଷ୍ଟ ଦୂରକାରୀ ଔଷଧ ଓ ତରଳ ପଦାର୍ଥ ଗ୍ରହଣ ରୋଗ ଭଲ ହେବା ନିମନ୍ତେ ଯଥେଷ୍ଟ ହୁଏ । ଯଦି ଅନ୍ୟ କୌଣସି ରୋଗ ସାଥୀରେ ଥାଏ ବା ଶ୍ଵାସ କଷ୍ଟ ହେଉଥାଏ, ତାହା ହେଲେ ଉନ୍ନତ ଚିକିତ୍ସା ଆବଶ୍ୟକ ହୁଏ । ଜଦି ଲକ୍ଷଣମାନଙ୍କର ଉନ୍ନତି ହେଉ ନ ଥାଏ, ଘରୋଇ ଚିକିତ୍ସା ଫଳପ୍ରଦ ହୁଏ ନାହିଁ ବା ଜଟୀଳତା ଦେଖାଯାଏ ତେବେ ଡାକ୍ତରଖାନାରେ ଭର୍ତ୍ତି କରିବା ଆବଶ୍ୟକ ହୁଏ । ପୃଥିବୀରେ ପିଲାମାନେ ଭୋଗୁଥିବା ନିମୋନିଆରେ ୭ ରୁ୭ରୁ ୧୩ % ରୋଗୀ ଭର୍ତ୍ତି ହୁଅନ୍ତି । ବୟସ୍କମାନଙ୍କ କ୍ଷେତ୍ରରେ ସି.ୟୁ.ଆର୍.ବି-୬୫(CURB-65)ସ୍କୋର୍ ଅନୁସାରେ ଆଡ୍‌ମିସନ୍ କରାହୁଏ । ସ୍କୋର ୦ବା୧ ଥିଲେ ଘରୋଇ ଚିକିତ୍ସା, ୨ ଥିଲେ ସ୍ଵଳ୍ପ ସମୟ ଭର୍ତ୍ତି ଓ ୩-୫ ଥିଲେ ଭଲ ରୁପେ ନିଘା ରଖାଯାଏ । ପିଲାମାନଙ୍କର ଶ୍ଵାସ ଅସୁବିଧା ବା ୯୦ % ଅମ୍ଳଜାନ ସାଚୁରେସନରୁ କମ ଥିଲେ ଭର୍ତ୍ତି କରାୟାଏ ।<ref name=PIDS11>{{cite journal|last=Bradley|first=JS|coauthors=Byington, CL, Shah, SS, Alverson, B, Carter, ER, Harrison, C, Kaplan, SL, Mace, SE, McCracken GH, Jr, Moore, MR, St Peter, SD, Stockwell, JA, Swanson, JT|title=The Management of Community-Acquired Pneumonia in Infants and Children Older Than 3 Months of Age: Clinical Practice Guidelines by the Pediatric Infectious Diseases Society and the Infectious Diseases Society of America|journal=Clinical infectious diseases : an official publication of the Infectious Diseases Society of America|date=2011-08-31|pmid =21880587|volume= 53|issue= 7|pages= e25–76|doi=10.1093/cid/cir531}}</ref>
=== ଜୀବାଣୁ ଜନିତ ===
ଜୀବାଣୁ ଜନିତ ନିମୋନିଆର ଚିକିତ୍ସା ଫଳକୁ ଆଣ୍ଟିବୟୋଟିକ ବହୁତ ଉନ୍ନତ କରିଛି । ବିଭିନ୍ନ ଆଣ୍ଟିବାୟୋଟିକ ବିଭିନ୍ନ ପରିସ୍ଥିତି ଅନୁଯାୟୀ ଦିଆଯାଏ ଯଥା: ବୟସ, ସ୍ଵାସ୍ଥ୍ୟ ଓ ରୋଗ ଗ୍ରହଣ ସ୍ଥାନ । ଇଂଲଣ୍ଡରେ ଗୋଷ୍ଠିଗତ ରୋଗରେ ପ୍ରଥମ ଧାଡି ଚିକିତ୍ସା ରୁପେ ଆମୋକ୍ସିସିଲିନ୍ ସହ ଡକ୍ସିସାଇକ୍ଲିନ୍ ବା କ୍ଲାରିଥ୍ରୋମାଇସିନ ଦିଆଯାଏ । ଉତ୍ତର ଆମେରିକାରେ ଅଣଗତାନୁଗତିକ ଗୋଷ୍ଠିଗତ ନିମୋନିଆ ଦେଖାଯାଏ । ଏଥି ନିମନ୍ତେ ଆମୋକ୍ସିସିଲିନ୍ ବଦଳରେ ଯୁବକମାନଙ୍କୁ ଆଜିଥ୍ରୋମାଇସିନ କିମ୍ଵା ଏରିଥ୍ରୋମାଇସିନ୍ ସହ ଡକ୍ସିସାଇକ୍ଲିନ ଦିଆଯାଉଛି ।<ref name=Lutfiyya>{{cite journal |author=Lutfiyya MN | coauthors = Henley E, Chang LF, Reyburn SW |title=Diagnosis and treatment of community-acquired pneumonia |journal=Am Fam Physician |volume=73 |issue=3 |pages=442–50 |year=2006 |month=February |pmid=16477891 |url=http://www.aafp.org/afp/2006/0201/p442.pdf |format=PDF}}</ref> ପିଲାମାନଙ୍କର ମୃଦୁ ବା ମଧ୍ୟମ ଧରଣର ନିମୋନିଆ ହୋଇଥିଲେ ଆମୋକ୍ସିସିଲିନ୍ ପ୍ରଥମ ଧାଡି ଚିକିତ୍ସା ରୁପେ ଦିଆଯାଏ । ଜଟୀଳତା ବିହୀନ ରୋଗରେ ଆନୁସଙ୍ଗିକ ଅବାଞ୍ଛିତ ପ୍ରତିକ୍ରିୟା ଯୋଗୁ ଫ୍ଲୋରୋକୁଇନୋଲିନ୍ ଦିଆ ଯାଉ ନାହିଁ ।<ref name=EOP10/><ref>{{cite journal|last=Eliakim-Raz|first=N|coauthors=Robenshtok, E; Shefet, D; Gafter-Gvili, A; Vidal, L; Paul, M; Leibovici, L|title=Empiric antibiotic coverage of atypical pathogens for community-acquired pneumonia in hospitalized adults|journal=Cochrane database of systematic reviews |date=12 September 2012 |volume=9|pages=CD004418|pmid=22972070|doi=10.1002/14651858.CD004418.pub4|editor1-last=Eliakim-Raz|editor1-first=Noa}}</ref> ସାଧାରଣତଃ ୧୦ ଦିନ ଔଷଧ ଦିଆଯାଉ ଥିଲେ ମଧ୍ୟ ୩ ରୁ୩ରୁ ୫ ଦିନର ଚିକିତ୍ସାରେ ମଧ୍ୟ ଉପକାର ମିଳୁଛି । ଡାକ୍ତରଖାନାରୁ ସଂକ୍ରମିତ ରୋଗ ନିମନ୍ତେ ଚତୁର୍ଥ ପିଢି ସେଫାଲୋସ୍ପୋରିନ, ଫ୍ଲୋରୋକୁଇନୋଲୋନ୍, ଆମିନୋଗ୍ଲାଇକୋସାଇଡ୍ ଓ ଭାଙ୍କୋମାଇସିନ ଦିଆଯାଉଛି ।<ref name=HAPGuideline>{{cite journal |author=[[American Thoracic Society]]; [[Infectious Diseases Society of America]] |title=Guidelines for the management of adults with hospital-acquired, ventilator-associated, and healthcare-associated pneumonia |journal=Am J Respir Crit Care Med |volume=171 |issue=4 |pages=388–416 |year=2005 |month=February |pmid=15699079 |doi=10.1164/rccm.200405-644ST}}</ref> ଏହି ଔଷଧ ଶିରା ମାଧ୍ୟମରେ ଦିଆଯାଏ । ପ୍ରାରମ୍ଭିକ ଚିକିତ୍ସାରେ ଡାକ୍ତରଖାନାରେ ୯୦% ରୋଗ ପ୍ରାରମ୍ଭିକ ଆଣ୍ଟିବାୟୋଟିକ୍ ଦ୍ଵାରା ଭଲ ହୋଇଯାଆନ୍ତି ।
=== ଭୁତାଣୁ ଜନିତ ===
ଇନ୍ଫ୍ଲୁଏଞ୍ଜା ଏ ଓ ବି ଭୁତାଣୁ ଦ୍ଵାରା ହେଉଥିବା ନିମୋନିଆ ନିମନ୍ତେ ନିୟୁରାମିନିଡେଜ୍ ଇନହିବିଟର ଜାତୀୟ ଔଷଧ ଦିଆଯାଏ । ଗୋଷ୍ଟିଗତ ନିମୋନିଆ ନିମନ୍ତେ କୌଣସି ନିର୍ଦ୍ଦିଷ୍ଟ ଔଷଧର ଉପଦେଶ ଦିଆଯାଉ ନାହିଁ । ଇନ୍ଫ୍ଲୁଏଞ୍ଜା ଏ ନିମନ୍ତେ ରିମାଟିଡିନ୍ ଓ ଆମାଟିଡିନ୍ ଦିଆଯାଏ ଓ ଉଭୟ ଏ ଓ ବି ନିମନ୍ତେ ଓସେଲ୍ଟାମିଭିର୍, ଜାନାମିଭିର୍ କିମ୍ଵା ପେରାମିଭିର ଦିଆଯାଏ । ରୋଗ ଆରମ୍ଭ ହେବାର ୪୮ ଘଣ୍ଟା ମଧ୍ୟରେ ଏହି ଔଷଧ ଦିଆଗଲେ ବହୁତ ଉପକାର ମିଳେ । ଆଭିଆନ୍ ଇନ୍‌ଫ୍ଲୁଏଞ୍ଜା ବା "ବାର୍ଡ ଫ୍ଲୁ", ରିମାଟିଡିନ୍ ଓ ଆମାଟିଡିନ୍ ଔଷଧ ପ୍ରତିରୋଧ ଦେଖାଏ । ସମ ସାମୟିକ ଜୀବାଣୁ ସଂକ୍ରମଣର ସମ୍ଭାବନାକୁ ଏଡେଇ ଦେବା ଅସମ୍ଭବ ହେତୁ ଆଣ୍ଟିବାୟୋଟିକ୍ ଦିଆଯାଏ । ବ୍ରିଟିସ୍ ଥୋରାସିକ୍ ସୋସାଇଟି କମ୍ ମାତ୍ରାର ରୋଗରେ ଆଣ୍ଟିବାୟୋଟିକ ଦେବାକୁ ବାରଣ କରନ୍ତି ।
୧୩୭ କ ଧାଡ଼ି:
ଆସ୍ପିରେସନ୍ ପରବର୍ତ୍ତୀ ନିମୋନିଆରେ କେଉଁ ଜୀବାଣୁ ଓ କେଉଁ ପରିସ୍ଥିତିରେ ଜୀବାଣୁ ଆସିଛି ସେ ସବୁର ସମୀକ୍ଷା କରି ଔଷଧ ଦିଆଯାଏ । କ୍ଲିଣ୍ଡାମାଇସିନ୍, ଆମିନୋଗ୍ଲାଇକୋସାଇଡ କିମ୍ଵା ବିଟାଲାକ୍ଟାମ୍ ଆଣ୍ଟିବାୟୋଟିକ୍ ଓ ମେଟ୍ରୋନିଡାଜଲ୍ ଦ୍ଵୟ ଦିଆଯାଏ । କର୍ଟିକୋସ୍ଟିରଏଡ ଦିଆଯାଏ କିନ୍ତୁ ଏହାର ସୀମିତ ଉପକାରୀତା ଅଛି ।
== ପୂର୍ବାନୁମାନ ==
ଅଧିକାଂଶ ଧରଣର ନିମୋନିଆ ଚିକିତ୍ସା ଦ୍ଵାରା ୩ ରୁ୩ରୁ ୬ ଦିନ ମଧ୍ୟରେ ଉନ୍ନତି କରନ୍ତି । ଚାରି ସପ୍ତାହ ମଧ୍ୟରେ ଏକ୍ସ-ରେ ଚିତ୍ର ପୁର୍ବାବସ୍ଥାକୁ ଫେରି ଆସେ ଓ ମୃତ୍ୟୁ ହାର ୧ %ରୁ କମ ରହେ । ବୟସ୍କ ଲୋକ ଓ ପୂର୍ବରୁ ଅନ୍ୟ କିଛି ଫୁସ୍‌ଫୁସ୍ ଅସୁବିଧା ଥିଲେ ଭଲ ହେବାକୁ ୧୨ ସପ୍ତାହ ଲାଗେ । ଡାକ୍ତରଖାନାରେ ଆଡ୍‌ମିଶନ୍ ହୋଇଥିବା ଲୋକଙ୍କର ମୃତ୍ୟୁ ହାର ୧୦ % ହେଲେ ଇଣ୍ଟେନ୍‌ସିଭ କେୟାରରେ ଥିବା ଲୋକଙ୍କର ମୃତ୍ୟୁ ହାର ୩୦ ରୁ୩୦ରୁ ୫୦ % ହୁଏ ।<br />
ଆଗରୁ ଅନ୍ୟ ଫୁସ୍‌ଫୁସ୍ ରୋଗ ଥିଲେ ବା ବୟସ୍କ ଲୋକ ହୋଇଥିଲେ ଜଟୀଳତା ବହୁତ ଅଧିକ ହୁଏ ।
=== ପୂର୍ବାନୁମାନର ନିୟମ ===
୧୭୫ କ ଧାଡ଼ି:
== ଇତିହାସ ==
[[ଫାଇଲ:WPA Pneumonia Poster.jpg|thumb|alt=A poster with a shark in the middle of it which reads "Pneumonia Strikes Like a Man Eating Shark Led by its Pilot Fish the Common Cold"|left|[[Works Progress Administration|WPA]] ପୋଷ୍ଟରରେ 'ନିମୋନିଆ ଏକ ମଣିଷମରା ସାର୍କ' ଲେଖାଯାଇଛି, ୧୯୩୬/୧୯୩୭]]
ମାନବ ଇତିହାସରେ ନିମୋନିଆ ଗୋଟିଏ ସାଧାରଣ ରୋଗ<ref name=History03>{{cite book|last=al.]|first=Ralph D. Feigin ... [et|title=Textbook of pediatric infectious diseases|year=2003|publisher=W. B. Saunders|location=Philadelphia|isbn=978-0-7216-9329-3|page=299|edition=5th|url=http://books.google.com/books?id=G6k0tpPMRsIC&pg=PA299}}</ref> । ହିପୋକ୍ରେଟଙ୍କ(ଖ୍ରୀ.ପୂ. ୪୬୦ ରୁ୪୬୦ରୁ ଖ୍ରୀ.ପୂ. ୩୭୦) ଲିଖିତ ଲକ୍ଷଣ: "ପେରିନିମୋନିଆ ଓ ପ୍ଲୁରା ରୋଗ ଏହି ଭଳି ଲକ୍ଷ କରିବା କଥା: ଯଦି ଜ୍ଵର ତୀବ୍ର ଅଛି, ଯନ୍ତ୍ରଣା ଗୋଟିଏ ପଟରେ ବା ଉଭୟ ପାଖରେ ହେଉଛି, ଯଦି କାଶ ହେଉଛି, କଫ ମାଟିଆ ରଙ୍ଗ ହେଉଛି, ଫେଣ ଯୁକ୍ତ ହେଉଛି । ଯଦି ଶ୍ଵାସ କ୍ରିୟାରେ କଷ୍ଟ ହେଉଛି, ଝାଡା ହେଉନାହିଁ, ପରିସ୍ରା ପତଳା ହେଉଛି, ଝାଳ ବୋହୁଛି ତାହା ହେଲେ ଏହି ରୋଗ ଭଲ ହେବା ସମ୍ଭାବନା କମ ଅଛି"।<ref name=hippo>Hippocrates ''On Acute Diseases'' [[s:On Regimen in Acute Diseases|wikisource link]]</ref>
ଏମ୍ପାଇମା ହୋଇଥିଲେ ପୂଜ ନିଷ୍କାସନ କରିବା କଥା ଲେଖିଥିଲେ । ମେମୋନିଡେସ୍ ଲେଖିଥିଲେ: ତୀବ୍ର ଜର, ପ୍ଲୁରା ଯନ୍ତ୍ରଣା, ଛୋଟ ଓ ଦୃତ ଶ୍ଵାସ କ୍ରିୟା, ନାଡି ଦନ୍ତୁରିତ ଓ କାଶ,<ref name=maimo>Maimonides, ''Fusul Musa'' ("''Pirkei Moshe''").</ref> ଏହି ସମସ୍ତ ନିମୋନିଆର ଲକ୍ଷଣ । ପୁରୁଣା ଲୋକମାନେ ନିମୋନିଆ ରୋଗ ବିଷୟରେ ଜାଣିଥିବା କଥା ହିପୋକ୍ରେଟ ଲେଖିଥିଲେ । ସେତେବେଳେ ଲେଖିଥିବା ଲକ୍ଷଣ ସମୂହ ଆଜିକାଲିର ବର୍ଣ୍ଣନା ସହ ମିଶିଯାଉଛି । <br />
୧୮୭୫ ମସିହାରେ ଏଡ୍‌ଵିନ୍ କ୍ଲେବ୍ ପ୍ରଥମେ ମୃତ ନିମୋନିଆ ରୋଗୀର ଶ୍ଵାସ ନଳୀରେ ଜୀବାଣୁ ଥିବା ଲକ୍ଷ କରିଥିଲେ ।<ref name=klebs>{{cite journal |author=Klebs E |title=Beiträge zur Kenntniss der pathogenen Schistomyceten. VII Die Monadinen |journal=Arch. Exptl. Pathol. Parmakol. |volume=4 |issue=5/6 |pages=40–488 |date=1875-12-10}}</ref> କାର୍ଲ୍ ଫ୍ରିଏଡ୍‌ଲାଣ୍ଡର(୧୮୮୨)<ref name=fried>{{cite journal |author=Friedländer C |title=Über die Schizomyceten bei der acuten fibrösen Pneumonie |journal=Virchow's Arch pathol. Anat. U. Physiol. |volume=87 |issue=2 |pages=319–324 |date=1882-02-04 |doi=10.1007/BF01880516}}</ref> ଓ ଆଲ୍‌ବର୍ଟ ଫ୍ରାଙ୍କେଲ୍(୧୮୮୪)<ref name=fraenkel>{{cite journal |author=Fraenkel A |title=Über die genuine Pneumonie, Verhandlungen des Congress für innere Medicin |journal=Dritter Congress |volume=3 |pages=17–31 |date=1884-04-21}}</ref> ଯଥାକ୍ରମେ ପ୍ରଥମେ କ୍ଲେବସିଲା ଓ ସ୍ଟ୍ରେପ୍ଟୋକୋକସ୍ ଜୀବାଣୁ ଚିହ୍ନି ଥିଲେ । ଫ୍ରିଏଡ୍‌ଲାଣ୍ଡର ପ୍ରଥମେ ଗ୍ରାମ ସ୍ଟେନ୍ ପ୍ରଚଳନ କରିଥିଲେ । କ୍ରିସ୍ଟିଆନ୍ ଗ୍ରାମ୍ ପ୍ରଥମେ ଏହି ସ୍ଟେନ୍ ଦ୍ଵାରା ଜୀବାଣୁ ପୃଥକୀକରଣ କରିଥିଲେ ଓ ଦେଖେଇ ଥିଲେ ନିମୋନିଆ ଏକାଧିକ ଜୀବାଣୁ ଦ୍ଵାରା ହୋଇପାରେ ।<ref name=gram>{{cite journal |author=Gram C |title=Über die isolierte Färbung der Schizomyceten in Schnitt- und Trocken-präparaten |journal=Fortschr. Med |volume=2 |issue=6 |pages=185–9 |date=1884-03-15}}</ref> <br />
"https://or.wikipedia.org/wiki/ନିମୋନିଆ"ରୁ ଅଣାଯାଇଅଛି