"ବିଦ୍ୟାପତି" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Bot: Automated text replacement (- ଙ୍କ +ଙ୍କ )
୬ କ ଧାଡ଼ି:
ପତି ମହାପାତ୍ର , ସୁଦ୍ଧ ସୁଆର ଆଦି ବିଦ୍ୟାପତିଙ୍କ ବଂଶଧର ଅଟନ୍ତି ଏମାନେ ସ୍ନାନ ପୂର୍ଣ୍ଣିମା ପରେ ଜଗନ୍ନାଥଙ୍କ ଦେହରେ ଲେପ ଲଗାଇବା ପାଇଁ ଚାଉଳର ଖଳି ରାନ୍ଧନ୍ତି ଖଳି ରାନ୍ଧିବା ଯୋଗୁଁ ଏମାନେ 'ସୁପକାର' ବା 'ସୁଆର' ଓ ବ୍ରାହ୍ମଣ ଔରଷରେ ଶବରୁଣୀ ଗର୍ଭରୁ ଜାତ ହୋଇ ଥିବାରୁ 'ଶୂଦ୍ର' ନାମରେ ଆଭିହିତ
===ଜଗନ୍ନାଥଙ୍କ ସେବାରେ ଯୋଗଦାନ===
ଦୈନିକ ନୃସିଂହଙ୍କର ସେବା କରନ୍ତି ଓ ବଡ଼ ସିଂହାର ପହୁଡ଼ ଆଳତୀ କରନ୍ତି । ଶ୍ରୀଜଗନ୍ନାଥଙ୍କ ବାଡ଼ରେ ଆଳତୀ କରନ୍ତି । ବର୍ଷ ତମାମ ସବୁ ପର୍ବପର୍ବାଣି, ବନ୍ଦାପନା, ଚନ୍ଦନ ସର୍ବାଙ୍ଗ ମାଂଗଳାର୍ପଣରେ କାମ କରନ୍ତି । ସ୍ନାନ ପୂର୍ଣ୍ଣିମା ଦିନ ବେଦୀରୁ ଦିଅଁ ଫେରିବା ବେଳେ, ରଥକୁ ବିଜେ, ରଥରୁ ଗୁଣ୍ଡିଚା ଘର ବିଜେ କରନ୍ତି । ଗୁଣ୍ଡିଚା ଘରୁ ରଥକୁ, ନୀଳାଦ୍ରି ବିଜେବେଳେ ସେ ତିନି ବାଡ଼ର ବନ୍ଦାପନା, କର୍ପୂର ଆଳତୀ, କର୍ପୂର ଲାଗି, ଘସା ଓ ବିଡ଼ିଆ ଲାଗି କରନ୍ତି । ପ୍ରତ୍ୟେକ ଜନ୍ମ ତିଥି ହୋମ, ସହସ୍ର କୁମ୍ଭାଭିଷେକ ଇତ୍ୟାଦିରେ ପଣ୍ଡା ଓ ମୁଦିରଥ ଙ୍କମୁଦିରଥଙ୍କ ସହ ବ୍ରହ୍ମା ଓ ବରୁଣ ହୁଅନ୍ତି । ଅନବସର ସମୟରେ ଦକ୍ଷିଣଦ୍ଵାର ଓ ତାଟିଦ୍ଵାର ଫିଟାନ୍ତି । ଅଣସର ଘର ଭିତରେ ଭୋଗ କରନ୍ତି । ଦଇତାଙ୍କ ସହ ପ୍ରସାଦଲାଗି, ପଣା ଲାଗି, ଖଡ଼ି ଲାଗି, ଖଳି ଲାଗି, ଫୁଲୁରି ଲାଗି କାମ କରନ୍ତି । ସୁଦର୍ଶନ ଚକ୍ରର ବିଜେ ବେଳେ ସମସ୍ତ କାମ କରନ୍ତି । ଦଇତାଙ୍କ ସହ ଶ୍ରୀଅଙ୍ଗରେ ସକଳ ସେବା କରନ୍ତି । ମାତ୍ର ଭିତରେ ଭୋଗ ଓ ସଂସ୍କାର ଏ ସେବକ କରନ୍ତି ।"
ପୁରୁଷୋତ୍ତମ କର୍ମାଙ୍ଗୀରେ ପତି ମହାପାତ୍ରଙ୍କ ସେବା ବିଷୟରେ ନିମ୍ନମତେ ଲେଖାଯାଇଛି ।
"ଏ ମହାସାମନ୍ତ ବିଦ୍ୟାପତି ପୁରୋହିତ ବଉଁଶ । ଏ କ୍ଷେତ୍ର ମଣ୍ଡପେ ବାସ କଲା । ଏ ନିଯୋଗ ସାଆନ୍ତ ଅଟେ । ଖେଇ ଭାଗ ଦୁଇ ଭାଗ ଅଧିକା ହେବ । ଏ ସକଳ କାରିଯକୁ ଭାଜନ । ଏ ବିଜେ କାଳ ମଙ୍ଗଳାରୋପଣ କାଳେ ଅଭିନ୍ନିକ । ଏ ଇନ୍ଦ୍ରଦ୍ୟୁମ୍ନର ପୁରୋହିତ ମୁଦିରଥ ତୁଲେ ପ୍ରଭୁଙ୍କୁ ବନ୍ଦାଣ କରିବ । ଏମାନେ ରାଜପ୍ରସାଦ ବିଜେ କାଳେ ମହାଶ୍ରମକୁ ସିଂହଦ୍ଵାରେ ତଳୁଛ ପତି ଦଇତାପଣେ ଲଗ। ଶାଢ଼ୀ ପାଇବେ । ଦାରୁ କାଟିବାକୁ ମଙ୍ଗଳ ବିଜେ କାଳେ ଶିରେ।ପା ଘେନିବେ । ଏ ଅଣସର କାଳେ ଲାଗି ଚକଟା ଭୋଗ ଆଦି କରିବେ । କରାଳ ଲାଗି ବଢ଼ାଇବେ । ଖଳି ଲାଗି କାଳେ ରହି ରାଜପ୍ରସାଦ ଆଣି ମହାଶ୍ରମ ତୁଲେ ସଂପାଦିବ । ପରମ ଗହନ କାର୍ଯ୍ୟ କରିବ । ବ୍ରହ୍ନ ଆଣିବାକୁ ଯଥା ସୁନିଆଁ ନେବ । ବ୍ରହ୍ନ ତୁଳସୀ ଦେବ । ରଥପର ଯାତ୍ରା କାଳେ ସକଳ ବିଜେ କାଳେ ଭେଟିବେ । ଘସ। ନୈବେଦ୍ୟ କରିବେ । ଏ ନିତ୍ୟ ପହୁଡ଼ କାଳେ ପରମେଶ୍ଵର ବାଡ଼େ ଆଳତୀ କରିବେ "।