"ମାଟିପାତ୍ର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେNo edit summary
୧ କ ଧାଡ଼ି:
କେଉଁକାଳରୁ ରୋଷେଇଠାରୁ ଆରମ୍ଭକରି ପାଣି ରଖିବା ମାଟିପାତ୍ରକୁ ମଣିଷ ବ୍ୟବହାର କରୁଛି । ଅଧୁନା [[ଆଲୁମିନିଅମ|ଆଲୁମିନିୟମ]] ଓ ସ୍ଟିଲ ବାସନକୁସନ ବ୍ୟବହାର ବଢିଥିଲେ ମଧ୍ୟ ମାଟିପାତ୍ରର ବ୍ୟବହାର ହ୍ରାସ ପାଇନାହିଁ । ଖରାଦିନ ଆସିଲେ ପାଣି ଥଣ୍ଡା ରଖିବା ପାଇଁଁ ମାଠିଆ, ସୁରେଇ, ମାଟିଘୁମା, ମହଣା, ବଡହାଣ୍ଡିର ଦରକାର ପଡେ ।
==ମାଟିପାତ୍ର ଗଢ଼ିବା ପ୍ରଣାଳୀ==
ମାଟିପାତ୍ର ଗଢ଼ିବା ପାଇଁ ଗୋଡି, ପଥର ରହିତ ଚିକିଟା ମାଟି ଆବଶ୍ୟକ ହୁଏ ୤ ସେହି ମାଟିରେ ଆବଶ୍ୟକ ପରିମାଣର ପାଣି ମିଶାଇ ଚକଡା ଯାଏ ୤ ଚକଡା ଯାଇଥିବା ମାଟିରେ ଦରକାର ମୁତାବକ ବାଲି ମିଶାଯାଇ ଏକ ସ୍ୱତନ୍ତ୍ର ସ୍ଥାନରେ ସାଇତି ରଖାଯାଏ ୤ ଚକଟାମାଟିକୁ ମାଟିପିଣ୍ଡି ବା ଗୋଳା କରାଯାଇ ସେଥିରୁ ଗୋଡି ବଛାଯାଏ ୤ ମାଟିପାତ୍ର ଗଢ଼ିବା ପୂର୍ବରୁ କଞ୍ଚାପାଗ ମାଟିକୁ କୁମ୍ଭାର ଚକରେ ରଖି ଚକକୁ ଘୁରାଯାଏ ୤ କୁମ୍ଭାର-କାରିଗର ହାତର ସ୍ପର୍ଶରେ ବିଭିନ୍ନ ପ୍ରକାର ମାଟି ସାମଗ୍ରୀ ଗଢା ହୋଇଯିବା ପରେ ସେଗୁଡ଼ିକୁ ଅଳ୍ପଖରାରେ କିଛି ସମୟ ପାଇଁ ସୁଖାଇଲା ବେଳେ ଯେପରି ମାଟିପାତ୍ରଗୁଡ଼ିକ ଅଳ୍ପଓଦା ରହିବ ୤ ପରେ ପିଣ୍ଡ, ପିଟଣା ଓ ଗେଣ୍ଢା ସାହାଯ୍ୟରେ କୁମ୍ଭକାର ମାଟିହାଣ୍ଡି, ମାଠିଆ, ସୁରେଇ ଆଦି ବିଭିନ୍ନ ମାଟିପାତ୍ର ମସୃଣ କରେ ୤ ମାଟିପାତ୍ର ଭିତରେ ପିଣ୍ଡ ରଖି ଓ ମାଟିପାତ୍ରର ବାହାର ଅଂଶକୁ ପିଟଣରେ ପିଟି ମାଠଣା ବା ମସୃଣ କରେ ୤ ତା’ପରେ କୁମ୍ଭାରଶାଳ ବା ଭାଟିରେ କଞ୍ଚା ମାଟିପାତ୍ରଗୁଡ଼ିକୁ ସଜଡା ଯାଇ ପୋଡିବାର ବ୍ୟବସ୍ଥା କରାଯାଏ ୤