"କ୍ଷୁଦ୍ରକଣ ବିଜ୍ଞାନର ଆଦର୍ଶ ମାନଦଣ୍ଡ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେNo edit summary
୧୨ କ ଧାଡ଼ି:
 
==== କ୍ଵାର୍କ୍ ====
କ୍ଵାର୍କ୍ ସାଧାରଣତଃ ୬ ପ୍ରକାରର । ସେମାନେ ହେଲେ u କ୍ଵାର୍କ୍, d କ୍ଵାର୍କ୍, s କ୍ଵାର୍କ୍, c କ୍ଵାର୍କ୍, t କ୍ଵାର୍କ୍ ଓ b କ୍ଵାର୍କ୍ । ଏହି କ୍ଵାର୍କମାନଙ୍କର ୬ଟି ଆଣ୍ଟିକ୍ଵାର୍କ୍ ମଧ୍ୟ ରହିଛନ୍ତି। କ୍ଵାର୍କମାନେ ସମ୍ମିଳିତ ହେବା ଦ୍ଵାରା ଯେଉଁ ଗରିଷ୍ଠ କ୍ଷୁଦ୍ରକଣ ସୃଷ୍ଟି ହୁଏ ତାହାକୁ ହାଡ୍ରନ୍ କୁହନ୍ତି । ହାଡ୍ରନ୍ ମାନଙ୍କ ମଧ୍ୟରେ ପ୍ରୋଟୋନ୍ ଓ ନ୍ୟୁଟ୍ରନ୍ ସବୁଠାରୁ ସ୍ଥାୟୀ। ଏହି ଦୁଇଟି ମିଶି ପରମାଣୁର ନାଭି ବା ନ୍ୟୁକ୍ଳିଅସ୍ ଗଠିତ ହୁଏ । କ୍ଵାର୍କ୍ ମାନଙ୍କ ମଧ୍ୟରେ ଯେଉଁସବୁ ପ୍ରକୃତି ନିହିତ ଥାଏ ସେଗୁଡ଼ିକ ହେଲା – ବୈଦୁତିକ ଚାର୍ଜ୍, ରଙ୍ଗ ଚାର୍ଜ୍, ବସ୍ତୁତ୍ଵ ଓ ଆବର୍ତ୍ତନ । କ୍ଵାର୍କମାନେ ସ୍ଵାଧୀନଭାବରେ ରହିପାରନ୍ତି ନାହିଁ । u କ୍ଵାର୍କ୍ ଓ d କ୍ଵାର୍କର ବସ୍ତୁତ୍ଵ ଅନ୍ୟ ସବୁ କ୍ଵାର୍କମାନଙ୍କଠାରୁ କମ୍; ଆଉ ସେଥିପାଇଁ ସେମାନେ ସବୁଠାରୁ ସ୍ଥାୟୀ । ଅସ୍ଥାୟୀ କ୍ଵାର୍କଗୁଡିକ କ୍ଷୁଦ୍ରକଣ ଅବକ୍ଷୟ ପ୍ରକ୍ରିୟା ଦ୍ଵାରା u କ୍ଵାର୍କ୍ ଓ d କ୍ଵାର୍କରେ ପରିବର୍ତ୍ତିତ ହେବାକୁ ଚେଷ୍ଟା କରନ୍ତି । କ୍ଵାର୍କର ବିପଦାର୍ଥକୁ ଆଣ୍ଟିକ୍ଵାର୍କ୍ କୁହାଯାଏ । କ୍ଵାର୍କମାନଙ୍କ ମଧ୍ୟରେ ଶକ୍ତିଶାଳୀ ନାଭିକୀୟ ବଳ ଦେଖାଯାଏ । 
 
==== ଲେପ୍ଟନ୍ ====
ଲେପ୍ଟନ୍ ମଧ୍ୟ ୬ ପ୍ରକାରର - ଇଲେକ୍ଟ୍ରନ୍, ମ୍ୟୁଅନ୍, ଟାଉ, ଇଲେକ୍ଟ୍ରନ୍ ନ୍ୟୁଟ୍ରିନୋ, ମ୍ୟୁଅନ୍ ନ୍ୟୁଟ୍ରିନୋ, ଟାଉ ନ୍ୟୁଟ୍ରିନୋ । ଇଲେକ୍ଟ୍ରନ୍, ମ୍ୟୁଅନ୍ ଓ ଟାଉ ଚାର୍ଜବିଶିଷ୍ଟ ହୋଇଥିବା ବେଳେ ଅନ୍ୟ ତିନୋଟି ଚାର୍ଜବିହୀନ । ସମସ୍ତ ଚାର୍ଜବିଶିଷ୍ଟ ଲେପ୍ଟନଙ୍କ ମଧ୍ୟରେ ଇଲେକ୍ଟ୍ରନର ବସ୍ତୁତ୍ଵ ସର୍ବନିମ୍ନ, ତେଣୁ ଏହା ସବୁଠାରୁ ସ୍ଥାୟୀ ମଧ୍ୟ । ଅନ୍ୟ ଗୁରୁ ଲେପ୍ଟନମାନେ ଅବକ୍ଷୟ ହୋଇ ଇଲେକ୍ଟ୍ରନ୍ ହେବାକୁ ଚେଷ୍ଟା କରିଥାନ୍ତିା
ଲେପ୍ଟନ୍ ମଧ୍ୟ ପ୍ରକାରର ।