"ବିଶେଷ ଆପେକ୍ଷିକ ତତ୍ତ୍ୱ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
"ବିଶେଷ ଆପେକ୍ଷିକ ତତ୍ତ୍ଵ ଭୌତିକ ବିଜ୍ଞାନର ସର୍ବଜନ..." ନାଆଁରେ ପୃଷ୍ଠାଟିଏ ତିଆରିକଲେ
 
No edit summary
୧ କ ଧାଡ଼ି:
ବିଶେଷ ଆପେକ୍ଷିକ ତତ୍ତ୍ଵ ଭୌତିକ ବିଜ୍ଞାନର ସର୍ବଜନାଦୃତ ଓ ସୁପରୀକ୍ଷିତ ଏକ ତତ୍ତ୍ଵ । ଏହାକୁ ପ୍ରସିଦ୍ଧ ଭୌତିକ ବିଜ୍ଞାନୀ [[ଆଲବର୍ଟ ଆଇନଷ୍ଟାଇନ|ଆଲବର୍ଟ୍ ଆଇନଷ୍ଟାଇନ]] ୧୯୦୫ ମସିହାରେ ସର୍ବ ପ୍ରଥମେ ପ୍ରକାଶ କରିଥିଲେ । ଅନେକ ପରୀକ୍ଷା ଓ ଅନୁଶୀଳନ ପରେ ଏହି ତତ୍ତ୍ଵର ସତ୍ୟତା ପ୍ରମାଣ ହୋଇଅଛି । ଏହି ତତ୍ତ୍ଵରେ ସ୍ଥାନ ଓ କାଳ ମଧ୍ୟରେ ଥିବା ସମ୍ପର୍କ ବିଷୟରେ ବର୍ଣ୍ଣନା କରାଯାଇଛି । ଏହି ତତ୍ତ୍ଵର ମୌଳିକ ସ୍ଵୀକାର୍ଯ୍ୟମାନ ହେଲା׃
 
୧‌‌. ଭୌତିକ ବିଜ୍ଞାନର ନିୟମ ସମସ୍ତ ଜଡତ୍ଵୀୟ ପରିବେଶରେ ସମାନ ଓ ଅପରିବର୍ତ୍ତିତ ରହିଥାନ୍ତି । ଜଡତ୍ଵୀୟ ପରିବେଶର ଅର୍ଥ ଯାହା ସ୍ଥିରାବସ୍ଥାରେ ଥାଏ ଅଥବା ସମାନ ଗତିରେ ସର୍ବଦା ଗତି କରୁଥାଏ । ପରିପାର୍ଶ୍ଵ ତ୍ଵରାନ୍ଵିତ ହୋଇ ଗତି କରୁଥିଲେ ଭୌତିକ ବିଜ୍ଞାନର ନିୟମରେ ପରିବର୍ତ୍ତନ ହୋଇଥାଏ ।
 
୨. ଶୂନ୍ୟରେ ଆଲୋକର ବେଗ ସବୁ ନିରୀକ୍ଷକ/ଦର୍ଶକଙ୍କ ପାଇଁ ସମାନ । ଯଦି ଆଲୋକର ଉତ୍ସ ଗତି କରୁଥାଏ, ତେବେ ମଧ୍ୟ ଆଲୋକର ବେଗରେ କୌଣସି ପରିବର୍ତ୍ତନ ହୋଇନଥାଏ । ଉଦାହରଣ ସ୍ଵରୂପ׃ ୧୦ କି.ମି. ପ୍ରତି ଘଣ୍ଟା ବେଗରେ ଯାଉଥିବା ଏକ ରେଳରୁ ଏକ ପଥରକୁ ୫ କି.ମି. ପ୍ରତି ଘଣ୍ଟା ବେଗରେ ଫୋପାଡିଲେ ପଥରର ବେଗ ୫ ବା ୧୫ ପରି ଏକ ନିରୀକ୍ଷକକୁ ଲାଗିପାରେ । କିନ୍ତୁ ଆଲୋକ କ୍ଷେତ୍ରରେ ଏହା ସମ୍ଭବ ନୁହେଁ । ଆଲୋକର ଉତ୍ସର ଗତି ଯେତେ ହେଲେ ମଧ୍ୟ ଆଲୋକର ଗତି ସବୁ ନିରୀକ୍ଷକଙ୍କ ପାଇଁ ସମାନ ।