"ଚନ୍ଦ୍ରାସ୍ୱାମୀ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
No edit summary
୧ କ ଧାଡ଼ି:
'''ଚନ୍ଦ୍ରସ୍ୱାମୀ''' ଜଣେ ଜ୍ୟୋତିଷ, ତାନ୍ତ୍ରିକ ତଥା ଜଣେ ଆତ୍ମଘୋଷିତ ‘ଗଡ଼ମ୍ୟାନ’ ।
 
ଚନ୍ଦ୍ରାସ୍ୱାମୀ [[ରାଜସ୍ଥାନ]]ର [[ଅଲୱାର]]ରେ ୧୯୪୮ରେ ଜନ୍ମଗ୍ରହଣ କରିଥିଲେ ।<ref>https://khabar.ndtv.com/news/india/biography-of-controversial-chandraswami-1697286</ref> ତାଙ୍କ ମୂଳ ନାଁ ଥିଲା ନେମି ଚାନ୍ଦ । ପିଲାବେଳେ ସେ ଘରଛାଡ଼ି ଚାଲିଯିବା ପରେ ତପସ୍ୟା[[ବିହାର]] - [[ନେପାଳ]] ସୀମାରେ ତନ୍ତ୍ର ସାଧନା କରି ସିଦ୍ଧି ଅର୍ଜନ କରିଥିଲେ । ମା’ [[କାଳୀ]]ଙ୍କ ଭକ୍ତ ଥାଇ ସେ ନିଜକୁ ଚନ୍ଦ୍ରାସ୍ୱାମୀ ନାମରେ ପ୍ରସିଦ୍ଧ କରିପାରିଥିଲେ । ୧୯୯୦ ମସିହାରେ ତତ୍କାଳୀନ ପ୍ରଧାନମନ୍ତ୍ରୀ [[ପିଭି ନରସିଂହ ରାଓ]]ଙ୍କର ସେ ଥିଲେ ଅତି ନିକଟତମ । ରାଓଙ୍କ ଆଧ୍ୟାତ୍ମିକ ଗୁରୁ ଥିଲେ । ସେହି ସମୟରେ ସେ ଚର୍ଚ୍ଚାର ପରିସରକୁ ଆସିଥିଲେ । ୧୯୯୧ ମସିହାରେ [[ଦିଲ୍ଲୀ]]ଠାରେ ଏକ ଆଶ୍ରମ ତୋଳାଇଥିଲେ । ସେହି ଜମିକୁ [[ଇନ୍ଦିରା ଗାନ୍ଧୀ]] ତାଙ୍କୁ ପ୍ରଦାନ କରିଥିଲେ । [[ବ୍ରିଟେନ]]ର ପୂର୍ବ ପ୍ରଧାନମନ୍ତ୍ରୀ [[ମାର୍ଗରେଟ ଥାଚର]] ତାଙ୍କର ଜଣେ ଅନୁଗାମୀ ଥିଲେ । ୧୯୭୫ରେ ଥାଚରଙ୍କ ସହ ମିଶିବା ପରେ ଆଗାମୀ ତିନି ଚାରି ବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀ ହେବାର ଭବିଷ୍ୟବାଣୀ କରିଥିଲେ ଯାହା ପରେ ସତ୍ୟରେ ପରିଣତ ହୋଇଥିଲା ।
==ବିବାଦୀୟ==
* ଭାରତରେ ପ୍ରଥମେ [[ଗଣେଶ]] ମୂର୍ତ୍ତି [[କ୍ଷୀର]] ପିଉଥିବାର ଭ୍ରମ ଖେଳାଇଥିଲେ ।
* ତାଙ୍କ ଦ୍ୱାରା [[ଲଣ୍ଡନ]]ର ଜଣେ ବ୍ୟବସାୟୀ ଏକ ଲକ୍ଷ ଟଙ୍କାର ଠକାମୀରେ ଶିକାର ହୋଇଥିଲେ । ଏଥିପାଇଁ ସେ ଜେଲଯାଇଥିଲେ । ବିଦେଶୀ ମୁଦ୍ରା ଉଲଂଘନ (ଫେମା) ର ଅନେକ ମାମଲା ତାଙ୍କ ବିରୁଦ୍ଧରେ ଚାଲିଥିଲା ।<ref>
https://khabar.ndtv.com/news/india/tantrik-chandraswami-dead-1697274/amp/1%3fakamai-rum=off<ref/>
 
 
ଚନ୍ଦ୍ରାସ୍ୱାମୀଙ୍କ ୬୬ ବର୍ଷ ବୟସରେ ପରଲୋକ ହୋଇଥିଲା । [[ବୃକକ]] (କିଡନି) ଜନିତ ରୋଗ କାରଣରୁ ସ୍ଥାନୀୟ [[ଆପୋଲୋ ହସ୍ପିଟାଲ]]ରେ ଭର୍ତ୍ତି ହୋଇଥିଲେ । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ଘଟିଥିଲା ।