"ବିଶ୍ୱକର୍ମା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଅବତାର
ଟିକେNo edit summary
୭ କ ଧାଡ଼ି:
== ଅବତାର ଓ ପଞ୍ଚମୁଖ ==
 
== ଶାସ୍ତ୍ରରେ ବିଶ୍ବକର୍ମାଙ୍କ ପାଞ୍ଚ ଅବତାର କଥା ବର୍ଣ୍ଣନା କରାଯାଇଛି । ସେ ପାଞ୍ଚ ଅବତାର ହେଲେ ବିରାଟ ବିଶ୍ବକର୍ମା , ଧର୍ମବଂଶୀ ବିଶ୍ବକର୍ମା , ଅଗ୍ନିବଂଶୀ ବିଶ୍ବକର୍ମା , ସୁଧନ୍ବା ବିଶ୍ବକର୍ମା ଓ ଭୃଗୁବଂଶୀ ବିଶ୍ବକର୍ମା । [[ସ୍କନ୍ଦ ପୁରାଣ]] ଅନୁସାରେ ବ୍ରହ୍ମା ସ୍ବରୂପ ଭଗବାନ ବିଶ୍ବକର୍ମାଙ୍କର ପଞ୍ଚ ମୁଖ । ଏହି ପଞ୍ଚମୁଖର ନାମକରଣ ଅନୁସାରେ ଭଗବାନ ବିଶ୍ବକର୍ମାଙ୍କର ପଞ୍ଚ ପୁତ୍ର  ସଂସାରର ହିତ  ପାଇଁ  ତଥା ଯାନ୍ତ୍ରିକ ଅସ୍ତ୍ରଶସ୍ତ୍ର ଓ ଅନ୍ୟାନ୍ୟ ସାମଗ୍ରୀ ତିଆରି କରିଥିଲେ ।

ବିଶ୍ବକର୍ମାଙ୍କର ପଞ୍ଚମୁଖ ତଥା ତାଙ୍କର ପଞ୍ଚପୁତ୍ର ର ନାମ ହେଲା - ମନୁ  , ମୟ, ତ୍ବଷ୍ଟା, ଶିଳ୍ପୀ   ଦେବଜ୍ଞ ଏମାନେ ଜଣେ ଜଣେ ସମାଜର ହିତକାରୀ ପ୍ରଚଣ୍ଡ ଦିବ୍ୟ ମହର୍ଷି   ଅଟନ୍ତି । ମନୁ ଋଷି ବିଶ୍ବକର୍ମାଙ୍କ ଜ୍ୟଷ୍ଠ ପୁତ୍ର, ତାଙ୍କର ବିବାହ [[ଅଙ୍ଗିରା]] ଋଷିଙ୍କ କନ୍ୟା ସମ୍ପାଙ୍କ ସହିତ ହୋଇଥିଲା । ଦ୍ବିତୀୟ ପୁତ୍ର ମୟ ଋଷି, ତାଙ୍କର ବିବାହ [[ପାରାଶର]] ଋଷିଙ୍କ କନ୍ୟା ସୌମ୍ୟା ସହିତ ହୋଇଥିଲା । ତୃତୀୟ ପୁତ୍ର ତ୍ବଷ୍ଟା ଋଷି, ତାଙ୍କର ବିବାହ କୌଷିକ ଋଷିଙ୍କ କନ୍ୟା ଜୟନ୍ତୀଙ୍କ ସହ ହୋଇଥିଲା । ଚତୁର୍ଥ ପୁତ୍ର  ଶିଳ୍ପୀ ଋଷି , ତାଙ୍କର ବିବାହ ଭୃଗୁ ଋଷିଙ୍କ କନ୍ୟା କରୁଣାଙ୍କ ସହିତ ହୋଇଥିଲା । ପଞ୍ଚମ ପୁତ୍ର ଦେବଜ୍ଞ ଋଷି , ତାଙ୍କର ବିବାହ ଜୈମିନୀ ଋଷିଙ୍କ କନ୍ୟା ଚନ୍ଦ୍ରିକାଙ୍କ   ସହିତ  ହୋଇଥିଲା । ବିଶ୍ବକର୍ମାଙ୍କର ପୁତ୍ର ଓ ବଧୂ ଙ୍କ ଉତ୍ତରାଧିକାରୀ ଭାବରେ ଅନେକ ମହାନ ଋଷି ଜନ୍ମ ଗ୍ରହଣ କରି ଏ ସମଗ୍ର ଜଗତରେ ବିଭିନ୍ନ ଲୋକହିତକାରୀ ସାମଗ୍ରୀ ନିର୍ମାଣ କରିଥିଲେ ।ତାଙ୍କ କୃପା ବଳରେ ବିଭିନ୍ନ ଜ୍ଞାନ କୌଶଳରେ ନୂଆ ନୂଆ ଜିନିଷ ଉଦ୍ଭାବନ ହୁଏ ବୋଲି ହିନ୍ଦୁମାନେ ବିଶ୍ୱାସ କରନ୍ତି । ==
 
==ବଂଶାବଳୀ==