"ଦେବ ପ୍ରସାଦ ଦାସ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଅଧିକ ତ‌ଥ୍ୟ ଦିଆଗଲା
No edit summary
୨୫ କ ଧାଡ଼ି:
==ଜୀବନୀ==
ପୋଲିସ ଦୁର୍ଗା ଚରଣ ଦାସ ଓ ଇନ୍ଦ୍ରମଣୀ ଦେବୀଙ୍କ ଔରଷରୁ ଓଡ଼ିଶା ଷ୍ଟେଟର କଟକ ପାଖରେ ଥିବା କେଉଲ ଚାବି ସୁଅ ଗ୍ରାମରେ ସନ ୧୯୩୨ରେ ଦେବ ପ୍ରସାଦ ଦାସ ଜନ୍ମ ଗ୍ରହଣ କରିଥିଲେ ।<ref name="Radhu Babu">{{cite web | url=http://www.radhubabu.com/minatimishra/gurudebaprasad.htm | title=Radhu Babu | publisher=Radhu Babu | date=2014 | accessdate=November 30, 2014}}</ref><ref name="Guru Deba Prasad Das: Guru of Global Orissi">{{cite journal | url=http://www.narthaki.com/info/tdhc/tdhc23.html | title=Guru Deba Prasad Das: Guru of Global Orissi | author=Ashish Mohan Khokar | journal=Narthaki |date=November 2010 }}</ref> ଅତି ଅଳ୍ପ ବ‌ୟସରୁ ସେ ତାଙ୍କ ମାତାଙ୍କୁ ହରେଇ ଅଜା ଘରେ ପାଳିତ ହୋଇଥିଲେ ଯିଏ କି ଜଣେ ସ୍ଥାନୀୟ ଭାୟୋଲିନ ବାଦକ ଥିଲେ । <ref name="Radhu Babu" /> ପୁରୀରେ ଦାସ ତାଙ୍କର ସ୍କୁଲ ଶିକ୍ଷା ଆରମ୍ଭ କରିଥିଲେ ଓ ପାଖରେ ଥିବା ମୋହନ ଚନ୍ଦ୍ର ଦାସଙ୍କ ପରିଚାଳିତ ପାରମ୍ପରିକ ସ୍କୁଲ (ପଥର [[ଆଖଡ଼ା]])ରେ ସଙ୍ଗୀତ ଓ ନୃତ୍ୟ ଶିକ୍ଷା ଆରମ୍ଭ କରିଥିଲେ । <ref name="Odissi Kala Kendra" /><ref name="Radhu Babu" /> ପରେ ତାଙ୍କ ପିତାଙ୍କର ବରହମ‌ପୁର ବଦଳି ହୋଇଯିବାରୁ ସେ ସେଠାକୁ ଗଲେ । <ref name="Guru Deba Prasad Das: Guru of Global Orissi" />
 
ଦାସଙ୍କୁ ୧୪ ବର୍ଷ ବୟସ ହୋଇଥିଲା ବେଳେ ତାଙ୍କ ପିତା ତାଙ୍କୁ ''ନିଉ ଥିଏଟର'' ସଙ୍ଗୀତ ନିର୍ଦ୍ଦଶକ ରାଧା ରମଣ ରାଏଙ୍କ ସଙ୍ଗୀତ ବିଦ୍ୟାଳୟକୁ ଶିକ୍ଷା ନିମନ୍ତେ ପଠାଇଦେଲେ ।<ref name="Radhu Babu" /> ସେ ୩ ଟଙ୍କା ବେତନ ଓ ଖାଦ୍ୟ ପାଇ ଗ୍ରୀନ୍ ରୁମ୍‌ରେ କଳାକାରଙ୍କୁ ସାହାଯ୍ୟ କରୁଥିଲେ । ପରେ ପରେ ସେ ଜଗୁଆଳି, ଟିକେଟ୍ କଲେକ୍ଟର ଓ ପ୍ରମ୍ପଟର କାମ କଲେ । ଏହା ପରେ ସୁଯୋଗ ଆସିଲା ଯେତେବେଳେ ଗୁରୁ [[ପଙ୍କଜ ଚରଣ ଦାସ]] ଓ ପରେ ମୋହ ମହାପାତ୍ର ନିଉ ଥିଏଟର ସାଥୀରେ ମିଶିଲେ ଓ ସେ ନାଚ ଆରମ୍ଭରେ ଗୋଟିଏ ଛୋଟ ଭୂମିକା ପାଇଲେ । ସନ ୧୯୪୯ରେ ନିଉ ଥିଏଟର ବନ୍ଦ ହୋଇଗଲା ପରେ ସେ ''ଅନ୍ନପୂର୍ଣ୍ଣା'' ଥିଏଟରରେ ଯୋଗ ଦେଲେ<ref name="Radhu Babu" /> ଓ ସେଠାରେ କିଛି ବର୍ଷ କାମ କଲାପରେ ବିଖ୍ୟାତ [[ପଙ୍କଜ ଚରଣ ଦାସ]], [[କେଳୁଚରଣ ଦାସ]], କୁମାର ଦୟାଲ ସରନ ଓ [[ମାୟାଧର ରାଉତ]]ଙ୍କ ସ‌ହ କାମ କରିବା ସୁଯୋଗ ପାଇଲେ । ସନ ୧୯୫୩ରେ ଅନ୍ନପୂର୍ଣ୍ଣା ବନ୍ଦ ହେବାବେଳକୁ ଦେବ ଦାସ ଓଡ଼ିଶୀ ନୃତ୍ୟରେ ପ୍ରବୀଣ ହୋଇସାରିଥିଲେ ।<ref name="Guru Deba Prasad Das: Guru of Global Orissi" />