"କ୍ରିକେଟ" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
Content deleted Content added
ଅଧିକ ତଥ୍ୟ ଦିଆଗଲା |
ଅଧିକ ତଥ୍ୟ ଦିଆଗଲା |
||
୧୯ କ ଧାଡ଼ି:
[[କ୍ରିକେଟ]] ଏକ ଖେଳର ନାମ ଯାହା ବ୍ୟାଟ ଏବଂ ବଲକୁ ନେଇ ୧୧ଜଣ ବିଶିଷ୍ଟ ଦୁଇ ଦଳ ଏକ କ୍ରିକେଟ ପଡ଼ିଆରେ ଖେଳନ୍ତି ଓ ପ୍ରତି ଦଳରେ ୧୧ ଜଣ ଖେଳାଳୀଙ୍କୁ ନେଇ ଖେଳାଯାଇଥାଏ । ପଡ଼ିଆର ମଧ୍ୟ ଭାଗରେ ୨୨ଗଜ ବିଶିଷ୍ଟ ଏକ ଆୟତ୍ତାକାର କ୍ଷେତ୍ର ଥାଏ ଯାହାକୁ ପିଚ୍ କୁହାଯାଏ । ଏହାର ଦୁଇ ମୁଣ୍ଡରେ ତିନୋଟି କରି କାଠ ନିର୍ମିତ ବାଡ଼ି ପୋତା ଯାଇଥାଏ ଯାହାକୁ ଉଇକେଟ କହନ୍ତି ଯେଉଁଥିରେ ତିନୋଟି ସ୍ଟମ୍ପ ଥାଏ । ପ୍ରତି ଉଇକେଟ ଆଗରେ ଗୋଟିଏ କରି କ୍ରିଜ ଥାଏ । ଦୁଇ ଦଳ ମଧ୍ୟରୁ ଗୋଟିଏ ଦଳକୁ ବ୍ୟାଟିଙ୍ଗ ଦଳ ଓ ଅନ୍ୟଟିକୁ କ୍ଷେତ୍ରରକ୍ଷକ ଦଳ କୁହାଯାଏ । ଏଥିରେ ଗୋଟିଏ ଦଳ ପ୍ରଥମେ ବ୍ୟାଟିଂ କରି ଅଧିକରୁ ଅଧିକ ଦୌଡ(Run) ସ୍କୋର କରିବାକୁ ଚେଷ୍ଟା କରିବା ବେଳେ, ଦ୍ଵିତୀୟ ଦଳ ବୋଲିଂ ତଥା କ୍ଷେତ୍ରରକ୍ଷଣ (ଫିଲ୍ଡିଂ | Fielding) କରିଥାନ୍ତି । ବ୍ୟାଟିଂ କରୁଥିବା ଦଳର ସମସ୍ତ ଖେଳାଳୀ ଆଉଟ କିମ୍ବା ଏକ ନିର୍ଦ୍ଧାରିତ ଓଭରର ବୋଲିଂ ଶେଷ ହେବା ପରେ ଦ୍ଵିତୀୟ ଦଳ ବ୍ୟାଟିଂ କରି, ପ୍ରଥମ ଦଳ ସ୍କୋର କରିଥିବା ଦୌଡ (Run)କୁ ହାସିଲ କରିବାକୁ ଚେଷ୍ଟା କରିଥାନ୍ତି । ଖେଳର ପରିଣାମ ସର୍ବାଧିକ ଦୌଡ(Run) ଉପରେ ନିର୍ଭର କରିଥାଏ । ବର୍ତ୍ତମାନ ଭାରତ ର ସବୁଠାରୁ ଲୋକପ୍ରିୟ ଖେଳ ହେଲା କ୍ରିକେଟ । ବର୍ତ୍ତମାନ କ୍ରିକେଟ ତିନୋଟି ଫର୍ମାଟରେ ଖେଳା ଯାଊଛି, ଯଥା ଟେଷ୍ଟକ୍ରିକେଟ, ଏକ ଦିବସୀୟ ବା ୱନ୍ ଡେ କ୍ରିକେଟ ଏବଂ ଟ୍ୱେଣ୍ଟି ଟ୍ୱେଣ୍ଟି କ୍ରିକେଟ ।
ଖେଳ ଆରମ୍ଭରେ ଗୋଟିଏ ଦଳର ଦୁଇ ଜଣ ବ୍ୟାଟ୍ସମ୍ୟାନ ଓ ଅନ୍ୟ ଦଳର ୧୧ଜଣ କ୍ଷେତ୍ରରକ୍ଷକ ପଡ଼ିଆକୁ ଯାଆନ୍ତି । ପିଚ୍ର ଗୋଟିଏ ମୁଣ୍ଡରୁ ଜଣେ ଖେଳାଳୀ
ଆଉଟ କରିବା ନିମନ୍ତେ ବିଭିନ୍ନ ପନ୍ଥା ଅଛି । ସାଧାରଣତଃ ଉଇକେଟରେ ବଲ୍ ବାଜିଲେ ଆଉଟ ଦିଆଯାଏ । ଏହା ବ୍ୟତୀତ ବ୍ୟାଟ୍ସମ୍ୟାନ ବଲ ମାରି ସାରିବା ପରେ ବିପକ୍ଷ ଦଳ ସଭ୍ୟ କ୍ରିକେଟ ପଡ଼ିଆ ଭିତରେ ବଲ ଧରି ପକାଇଲେ ବ୍ୟାଟ୍ସମ୍ୟାନ ଆଉଟ୍ ହୁଏ । ରନ୍ ନେବା ନିମନ୍ତେ ଦୌଡ଼ୁଥିବା ବେଳେ ଉଇକେଟରେ ବଲ୍ ବାଜିଲେ ରନ୍ ଆଉଟ୍ ଦିଆଯାଏ ।
== ଇତିହାସ ==
|