"ଶରଣ ଶ୍ରୀକ୍ଷେତ୍ର" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
Content deleted Content added
DashNistha (ଆଲୋଚନା | ଅବଦାନ) + 7 categories using HotCat |
DashNistha (ଆଲୋଚନା | ଅବଦାନ) ଟିକେNo edit summary |
||
୧ କ ଧାଡ଼ି:
[[ଗଞ୍ଜାମ ଜିଲ୍ଲା]]ର [[ଆଠଗଡ଼ ପାଟଣା]]ଠାରେ ଅବସ୍ଥିତ ପ୍ରାଚୀନ ଦୁର୍ଗସମୂହ ଖିଲାଡ଼ି, ପାଣ୍ଡିରିପଡ଼ା, ବତପଙ୍କଳବାଡ଼ି, ଶିକୁଳା, ଘାଟିପାରି, ଜକର ଯମୁନା, ରୁମାଗଡ଼, ଓପାଟିଗଡ଼କୁ ନେଇ ଗଠିତ । ଏହା ଶରଣ ଶ୍ରୀକ୍ଷେତ୍ର,
==ଇତିହାସ==
୧୬୦୦ ଖ୍ରୀଷ୍ଟାବ୍ଦରେ [[କଳାପହାଡ଼]] ଆକ୍ରମଣ ସମୟରେ
==ନାମକରଣ==
ଏହାକୁ [[ଅଷ୍ଟଦୁର୍ଗ]] କୁହାଯିବାର ଅନ୍ୟତମ ପ୍ରମୁଖ କାରଣ ହେଉଛି ଏହା ଏକ ଗଡ଼ଜାତ ରାଜ୍ୟ ଥୁଲା । ଏହି ରାଜ୍ୟଟି ଏକ ଭୂସ୍ବର୍ଗ ସହ ସମାନ ଥୁଲା । ଏହାର ଚାରିପାଖରେ ସୁନ୍ଦର ବନାନୀ, ଫୁଲ ବଗିଚା [[ନାଗେଶ୍ଵର]] ଫୁଲର ବଗିଚା ଏହାକୁ ଅଧିକ ସୁନ୍ଦରମୟ କରୁଥିଲା । ବିଭିନ୍ନ ବନ ପଶୁ ଓ ପକ୍ଷୀଙ୍କ କୋଳାହଳ ଶବ୍ଦରେ ପ୍ରକମ୍ପିତ ହୋଇଉଠୁଥୁଲା ସମ୍ପୂର୍ଣ୍ଣ ପରିବେଶ । ଏହି ରାଜ୍ୟର ଚାରିପାଖେ ଆଠଟି ସୁରକ୍ଷିତ ପ୍ରାଚୀର ସଦୃଶ ଦୁର୍ଗ ରହିଥିଲା ତେଣୁ ଏହାର ନାମକରଣ ଏଇଭଳି ହୋଇଛି । ସେହି ଆଠଟି ଦୁର୍ଗ ମଧ୍ୟରେ ଖିଲାଡ଼ି, ପାଣ୍ଡିରିପଡ଼ା, ବତପଙ୍କଳବାଡ଼ି, ଶିକୁଳା, ଘାଟିପାରି, ଜକର ଯମୁନା ଦୁର୍ଗ, ରୁମାଗଡ଼, ଓପାଟିଗଡ଼ ଦୁର୍ଗ ସୁରକ୍ଷାର କବଚ ଭାବେ ରାଜ୍ୟକୁ ଶତ୍ରୁ କବଳରୁ ରକ୍ଷା କରୁଥିଲେ । <ref>{{cite web|last=ଡାକୁଆ|first=ରାମକୃଷ୍ଣ|title=ଅଷ୍ଟଦୁର୍ଗ ଐତିହର ସୁରକ୍ଷା ଚିନ୍ତା|url=http://www.ameodia.com/?p=3816|publisher=ଆମେ ଓଡ଼ିଆ - ମାସିକ ପତ୍ରିକା|accessdate=11 October 2015}}</ref>
==ସ୍ଥାନୀୟ ପ୍ରତିଭା==
କବି [[ବଳଦେବ ରଥ]]ଙ୍କ ଜନ୍ମସ୍ଥାନ ଓ [[ଯଦୁମଣି ମହାପାତ୍ର]]ଙ୍କ ଲୀଳା ଖେଳା ଭାବରେ ରହିଛି ଏହାର ଇତିହାସ । ଏହି ମାଟିରେ କବିସୂର୍ଯ୍ୟ [[ବଳଦେବ ରଥ]]ଙ୍କ ଅଜା [[ତ୍ରୀପୁରାରି ଓତା]] ଏଠାରେ ନିଜର ତନ୍ତ୍ର ସାଧନା କରି ମା [[ବନଦେବୀ]]ଙ୍କୁ ସନ୍ତୁଷ୍ଟ କରିବାରେ ସକ୍ଷମ ହୋଇଥିଲେ । ଉତ୍କଳଘଣ୍ଟ [[ଯଦୁମଣି ମହାପାତ୍ର]] ୧୭୮୧ ଖ୍ରୀଷ୍ଟାବ୍ଦରେ ଏହି ଭୂମିରେ ଜନ୍ମଗ୍ରହଣ କରିଥିଲେ । ଆଠଗଡ଼ ପାଟଣାର ଘୋଟିକା ସାହିରେ ସେ ଜନ୍ମଗ୍ରହଣ କରିଥୁଲେ । ସେଇଭଳି ବଳଦେବ ରଥ ୧୭୮୯ ଅଜା ତ୍ରୀପୁରାରି ଓ ତାଙ୍କ ଘରେ ଜନ୍ମଗ୍ରହଣ କରିଥୁଲେ । ଯେଉଁ ସମୟରେ ଅସାଧାରଣ ଜ୍ଞାନ, ପାଣ୍ଡିତ୍ୟ, କବି ପ୍ରତିଭା ବଳରେ କବି ସମ୍ରାଟ [[ଉପେନ୍ଦ୍ର ଭଞ୍ଜ]] [[ରିତୀଯୁଗ]]ରେ ପ୍ରତିଷ୍ଠିତ କବି ଭାବେ ଉଭା ହୋଇଥିଲେ । ସେତେବେଳେ ଏହି ଦୁଇ ମହାନ କବି [[ରିତୀଯୁଗ]]ର ଅନ୍ତିମ ସୂର୍ଯ୍ୟାଲୋକ ଭାବେ ଉଭା ହୋଇଥିଲେ ।
==ଅନ୍ୟାନ୍ୟ ବିଶେଷତ୍ଵ==
ଆଠଗଡ଼ ପାଟଣାର ଆଉ ଏକ ବିଶେଷତ୍ଵ ହେଉଛି ଏଠାକାର ତିନିଦିଗକୁ ସୁରକ୍ଷା ଦେଉଥିବା ନଦୀମାନଙ୍କରୁ ଅନେକ ନଦୀ ପ୍ରବାହିତ ହେଉଛି । ଯାହା ଫଳରେ ଅଞ୍ଚଳର ଜନସାଧାରଣ ନିଜ ଚାଷ ଜମି ପାଇଁ ଜଳସେଚନ କରୁଛନ୍ତି । ସେଇଭଳି ଅନେକ ପାହାଡ଼ ଗୁମ୍ଫାରେ ବହୁ ଋଷିଗଣ ତପସ୍ୟା କରିଥିବାର ଇତିହାସ ରହିଛି । ସେମାନଙ୍କ ମଧ୍ୟରେ ପଣ୍ଡୁ ନାମକ ସାଧୁ ବହୁ ବର୍ଷ ଧରି ସାଧନା କରୁଥିବା କଥା ଜଣାଯାଏ । ଆଠଗଡ଼ ପାଟଣାରେ ଥିବା ରାଜଦରବାରରୁ ଧରାକୋଟ ରାଜ ଦରବାର ପର୍ଯ୍ୟନ୍ତ ଏକ ସୁଡ଼ଙ୍ଗ ଥିବା ଚର୍ଚ୍ଚା ହୁଏ । <ref>{{cite web|last=ଡାକୁଆ|first=ରାମକୃଷ୍ଣ|title=ଅଷ୍ଟଦୁର୍ଗ ଐତିହର ସୁରକ୍ଷା ଚିନ୍ତା|url=http://www.ameodia.com/?p=3816|publisher=ଆମେ ଓଡ଼ିଆ - ମାସିକ ପତ୍ରିକା|accessdate=11 October 2015}}</ref>
==ଅଧିକ ଦେଖନ୍ତୁ==
|