"ମଇ ଦିବସ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେNo edit summary
ଟିକେNo edit summary
୧ କ ଧାଡ଼ି:
'''ଓଡିଆ ଉଇକିପିଡିଆ ଓ ରାୟଗଡା ଜିଲ୍ଲା'''
 
ଉଇକିପିଡିଆ ବିଶ୍ୱର ସର୍ବବୃହତ୍ ମୁକ୍ତ ଅନଲାଇନ ଜ୍ଞାନକୋଷ ଯାହାକୁ କୌଣସି ବି ବ୍ୟକ୍ତି ସମ୍ପାଦନା କରିପାରିବେ । ପ୍ରଥମ ଉଇକିପିଡିଆ ଇଂରାଜୀରେ ହୋଇଥଲା, ଯାହାକି ୨୦୦୧ ମସିହା ଜାନୁୟାରୀରେ ଆରମ୍ଭ ହୋଇଥଲା । ଇଂରାଜୀ ଉଇକିପିଡିଆରେ ସବୁଠୁ ବେଶି ଲେଖା ଅଛି । ୨୦୧୫ ସେପ୍ଟେମ୍ବର ବେଳକୁ ୪୯ ଲକ୍ଷରୁ ବେଶି ଲେଖା ଅଲା । "ଓଡିଆ ଉଇକିପିଡିଆ" (ଅଥବା ଅନ୍‌ଲାଇନ ଠିକଣାର http://or.wikipedia.org/) ଏକ ମାଗଣା ଜ୍ଞାନକୋଷ । ଓଡିଆ ଉଇକିପିଡିଆ ପ୍ରକଳ୍ପଟି ୩ ଜୁନ୍ ୨୦୦୨ରେ ଆରମ୍ଭ ହୋଇଥଲା ଓ ୨୦୧୧ ବେଳକୁ ଏଥିରେ ୧୦୦୦ଟି ଲେଖା ଅଲା । ଓଡିଆ ଇଉନିକୋଡରେ ଅବା ପଢିବା ଓ ଲେଖିବା ଅସୁବିଧା ଗୁଡିକୁ ସୁଧାରିବା ପରେ ଏବେ ଏହା ବ୍ୟବହାରକାରୀମାନଙ୍କ ପାଇଁ ଭାରି ସହଜ ହୋଇପାରିଛି । ଓଡିଆ ଉଇକିପିଡିଆରେ ଆଗରୁ ସେତେ ବେଶି କାମ ହୋଇନାହିଁ । ତେବେ ଯେହେତୁ ଏହାର ବିକାଶ ଏଇମାତ୍ର ଆରମ୍ଭ ହୋଇଛି, ତେଣୁ ଭଲ ମାନର ଲେଖା ଦେଇ ହିଁ କେବଳ ଏହାକୁ ଉନ୍ନତ ଉଇକିପିଡିଆଙ୍କ ଭିତରେ ଗଣାଯାଇପାରିବା ଓଡିଆ ଉଇକିପିଡିଆରେ ଲେଖାଲେଖି କରୁଥବା ବ୍ୟବହାରକାରୀଙ୍କୁ ଉଇକିଆଳି କୁହାଯାଏ । ଓଡିଆ ଉଇକିପିଡିଆକୁ ସମୃଦ୍ଧ କରିବାରେ ଓଡିଆ ଭାଷାର କେତେଜଣ ପ୍ରମୁଖ ଉଇକିଆଳି ହେଲେ, ଶୁଭାସିସ ପାଣିଗ୍ରାହୀ (ପ୍ରୋଗ୍ରାମ ଅଫିସର, ଆକ୍‌ସେସ୍‌ ଟୁ ନଲେଜ୍, ସେଣ୍ଟର ଫର ଇଣ୍ଟରନେଟ ଆଣ୍ଡ ସୋସାଇଟି), ଆଦିତ୍ୟ ମାହାର, ମୃତ୍ୟୁଞ୍ଜୟ କର, ନସିମ୍ ଅଲ୍ଲୀ, କୃପାସିନ୍ଧୁ ମୁଦୁଲି, ଶୈଳେଶ ପଟ୍ଟନାୟକ, ନିଷ୍ଠାରଞ୍ଜନ ଦାସ, ଡଃ ସୁବାସ ଚନ୍ଦ୍ର ରାଉତ, ଜ୍ଞାନରଞ୍ଜନ ସାହୁ, ଶିତିକଣ୍ଠ ଦାଶ, ଅଂଶୁମାନ ସ୍ବାଇଁ ପ୍ରମୁଖ ।
 
"https://or.wikipedia.org/wiki/ମଇ_ଦିବସ"ରୁ ଅଣାଯାଇଅଛି