"ପୋଡ଼ ପିଠା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ରୋବଟ୍‌: ପ୍ରସାଧନ ବଦଳ
No edit summary
୨୫ କ ଧାଡ଼ି:
ପାଣି ଫୁଟାଯାଇ ସେଥିରେ ଧିରେ ଧିରେ [[ଚାଉଳ]] ଚୁନା ଓ [[ଗୁଡ଼]] ଗୋଳାଯାଇ ବହଳିଆ ଜନ୍ତଣି ତିଆରି କରାଯାଏ । ସେଥିରେ [[କାଜୁ]], [[କିସମିସ]] ଓ ଘିଆ ଆଦି ଗୋଳାଯାଇ ଏକ ବଡ଼ କଡ଼ାଇରେ [[କଦଳୀ]] ପତ୍ରରେ ଅଜାଡ଼ି ଦିଆଯାଏ । ଏହା ଉପରେ ପୁଣି ପତ୍ର ଘୋଡ଼ାଇ ତାହାକୁ ଜଳନ୍ତା ଅଙ୍ଗାରରେ ଢାଙ୍କି ଦିଆଯାଏ । ଏହି କଡ଼ାଇକୁ ଅଳ୍ପ ନିଆଁ ଥିବା ଚୁଲିରେ ଅଧଘଣ୍ଟାରୁ ଘଣ୍ଟାଏ ଯାଏଁ ରଖାଯାଇଥାଏ । ଏହା ପରେ ଅଙ୍ଗାର ଓ ପତ୍ର ସବୁକୁ ବାହାର କରି ଧୋଇ, କାଟି ଏହାକୁ ଖିଆଯାଇଥାଏ ।<ref>[http://oriyanari.com/id2.html PODA PITHA]</ref>
[[ଫାଇଲ:PODAPITHA.JPG|thumb|ପୋଡ଼ ପିଠା ]]
==ବାହୁଡ଼ା ଯାତ୍ରାରେ ପୋଡ଼ ପିଠା==
 
ବାହୁଡ଼ା ଦିନ ରଥାରୁଢ଼ ହୋଇ ଠାକୁରମାନେ [[ଶ୍ରୀମନ୍ଦିର]]କୁ ବାହୁଡ଼ିବେ । ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା ଓ ଶ୍ରୀଳଗନ୍ନାଥଙ୍କ ରଥ ମାଭସୀଙ୍କ ହାତରୁ ପୋଡ଼ପିଠା ଖାଇବା ପରେ ରଥ ଗଡ଼େ । ଏହି ବିଧି ପାଇଁ ମାଉସୀ ମା’ଙ୍କ ସେବକଙ୍କ ଘରେ ପୋଡ଼ପିଠା ପ୍ରସ୍ତୁତି ହୁଏ । ପୁରୁଷାନୁକ୍ରମିକ ମାଉସୀ ମା'ଙ୍କ ସେବକ ଏହି ସେବା କରନ୍ତି । [[ଅଟା]], [[ଘିଅ]], [[ଚିନି]], [[ଛେନା]], [[ଲବଙ୍ଗ]], [[ଗୁଜୁରାତି]] ପକାଯାଇ ତିନି ଠାକୁରଙ୍କ ପାଇଁ ତିନିଟି ପୋଡ଼ପିଠା ପ୍ରସ୍ତୁତ ହୁଏ । ପ୍ରଥମେ ଏସବୁ ଦ୍ରବ୍ୟ ମିଶାଯାଇ ଖଳି ପ୍ରସ୍ତୁତ ହୁଏ । ଏହାପରେ ଏକ ବଡ଼ ପାତ୍ରରେ ପାଣି ନିଆଯାଇ ଚୁଲିରେ ବସାଯାଏ । ପାଣି ଫୁଟିବା ପରେ ଏହି ପାତ୍ର ଭପରେ ଜାଲି ଦିଆଯାଇ ତା' ଉପରେ ଖଲିପତ୍ର ରଖାଯାଏ । ଖଲିପତ୍ର ଉପରେ ତାଟି ଦିଆଯାଇ ଆଉ ଏକ ଖଲିପତ୍ର ରଖାଯାଏ । ବାମ୍ପରେ ପ୍ରସ୍ତୁତ ହୁଏ ପିଠା । ପରେ ବାହାରକୁ କାଢ଼ି ଦିଆଯାଏ । ଥଣ୍ଡା ହେବାପରେ ଏହାକୁ ଖଣ୍ଡ ଖଣ୍ଡ କରି କାଟି ଗୁଆଘିଅରେ ଛଣାଯାଏ । ପରେ ଏହାକୁ ମାଟିହାଣ୍ଡିରେ ରଖାଯାଏ । [[ହେରାପଞ୍ଚମୀ]]ରୁ ପୋଡ଼ପିଠା ପ୍ରସ୍ତୁତି ଆରମ୍ଭ ହୁଏ । ସେବକଙ୍କ ତତ୍ତ୍ବାବଧାନରେ ୩ଜଣା ବ୍ରାହ୍ମଣ ପ୍ରସ୍ତୁତ କରନ୍ତି । ମହାପ୍ରଭୁଙ୍କର ପୋଡ଼ ପିଠା ଅତ୍ୟନ୍ତ ପ୍ରିୟ ବୋଲି ବିଶ୍ଵାସ ରହିଛି ।
<ref name=ପ୍ରମେୟ>{{cite web|title=ପୋଡ଼ ପିଠା ପାଇଁ ଅଟକିବ ତିନିରଥ|url=http://epaper.prameyanews.com/epapermain.aspx?queryed=9&eddate=07/26/2015|accessdate=5 September 2015}}</ref>
== ଆଧାର ==
{{ଆଧାର}}