"କାଞ୍ଚି ଅଭିଯାନ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
୪ କ ଧାଡ଼ି:
 
==କାଞ୍ଚି ଅଭିଯାନ==
ଦିନେ ଗଙ୍ଗ ବଂଶୀୟ ରାଜା ଶ୍ରୀ ପୁରୁଷୋତ୍ତମ ଦେବ ଦକ୍ଷିଣ ଭାରତ ଭ୍ରମଣରେ ଯାଇ କାଞ୍ଚି ନାମକ ଏକ ରାହ୍ୟରେ ପହଞ୍ଚିଥିଲେ । କାଞ୍ଚି ରାଜ୍ୟ ରାଜଧାନୀର ଏକ ଉଦ୍ୟାନରେ ନିଜର ଶିବିର ଲଗାଇ ରହିଥିଲେ । ସେଠାରେ କାଞ୍ଚି ରାଜାଙ୍କ କନ୍ୟା '''ପଦ୍ମାବତୀ'''ଙ୍କ ସହ ପୁରୁଷୋତ୍ତମ ଦେବଙ୍କ ଦେଖ ସକ୍ଷାତ ହେଲା ଏବଂ ପ୍ରଥମ ଦେଖାରେ ହିଁ ଦୁହେଁ ଦୁହିଁଙ୍କୁ ପସନ୍ଦ କରିବା ଆରମ୍ଭ କଲେ । ଏମିତି କିଛିଦିନ ପରେ ଏହି ସମ୍ପର୍କ ପ୍ରେମରେ ପରିଣତ ହେଲା । ଏବଂ ରାଜା ପୁରୁଷୋତ୍ତମ କାଞ୍ଚି ରାଜାଙ୍କ କନ୍ୟା ପଦ୍ମାବତୀଙ୍କୁ ବାହାହେବା ପାଇଁ ମନସ୍ଥ କଲେ । ଏହି ସନ୍ଦେଶ କାଞ୍ଚି ରାଜାଙ୍କ ନିକଟକୁ ପହଞ୍ଚିବା ପରେ, ଦିନେ ରାଜା ପୁରୁଷୋତ୍ତମ ଦେବଙ୍କୁ ନିଜ ଦରବାରକୁ ଡକାଇଥିଲେ ଏବଂ ସାଥିରେ ଥିଲେ କନ୍ୟା ପଦ୍ମାବତୀ । ସେଠାରେ ପୁରୁଷୋତ୍ତମ ଦେବଙ୍କ ବ୍ୟବହାରରେ ପ୍ରସନ୍ନ ହୋଇ କାଞ୍ଚି ରାଜା ନିଜ କନ୍ୟାଙ୍କୁ ପୁରୁଷୋତ୍ତମ ଦେବଙ୍କ ସହ ବାହାଦେବା ପାଇଁ ପ୍ରସ୍ତାବ ଦେଲେ । ଅତି ପ୍ରସନ୍ନତାର ସହ ଗଜପତି ରାଜା ଉକ୍ତ ପ୍ରସ୍ତାବରେ ରାଜି ହୋଇଯାଇଥିଲେ ଏବଂ କିଛି ଦିନ ପରେ ନିଜ ରାଜ୍ୟକୁ ପ୍ରତ୍ୟବର୍ତନ କରିଥିଲେ। ପ୍ରତ୍ୟାବର୍ତନ ସମୟରେ ସେ କାଞ୍ଚି ରାଜାଙ୍କୁ ନିଜ ରାଜ୍ୟର ରଥଯାତ୍ରା ଦେଖିବାପାଇଁ ନିମନ୍ତ୍ରଣ ଦେଇଥିଲେ । <ref name="Purushottam Dev and Padmavathi">{{cite web|title=ପୁରୁଷୋତ୍ତମ ଦେବଙ୍କ ପ୍ରେମ କାହାଣୀ|url=https://storibuzz.wordpress.com/2015/08/07/the-story-of-purushottam-dev-and-padmavathi/|publisher=Storybuzz|accessdate=30 August 2015}}</ref>
 
ପୁରୁଷୋତ୍ତମ ଦେବଙ୍କ ନିଜ ରାଜ୍ୟକୁ ପ୍ରତ୍ୟାବର୍ତନ କରିବାର କିଛିଦିନ ପରେ,ପୁରୀରେ ରଥଯାତ୍ରା ପାଇଁ ପ୍ରସ୍ତୁତି ଚାଲିଥାଏ । ଏହି ସମୟରେ ପୁରୁଷୋତ୍ତମ ଦେବଙ୍କ ଅନୁରୋଧ ରକ୍ଷାକରି କାଞ୍ଚି ରାଜା ନିଜ ଦରବାରର ଜଣେ ମନ୍ତ୍ରୀଙ୍କୁ ରଥଯାତ୍ର ଦର୍ଶନ କରିବା ପାଇଁ ପୁରୀ ପଠାଇଥିଲେ ଏବଂ ତତସହିତ ଆନୁଷ୍ଠାନିକ ଭାବେ ନିଜ କନ୍ୟା ପଦ୍ମାବତୀଙ୍କ ବିବାହ ପ୍ରସ୍ତାବ ମଧ୍ୟ ପଠାଇଥିଲେ ।
 
==ଅଧିକ ତଥ୍ୟ==