"ରକ୍ତହୀନତା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେNo edit summary
→‎ଚିହ୍ନ ଓ ଲକ୍ଷଣ: ଲେଖାଗଲା ।
୧୮ କ ଧାଡ଼ି:
ରକ୍ତ ରୋଗମାନଙ୍କ ମଧ୍ୟରେ ରକ୍ତହୀନତା ରୋଗ ଗୋଟିଏ ଅତି ସାଧାରଣ ରୋଗ । ଏହି ରୋଗର ବିଭିନ୍ନ କାରଣ ଥାଏ ଓ ଏହି କାରଣ ଯୋଗୁ ବିଭିନ୍ନ ପ୍ରକାର ରକ୍ତହୀନତା ରୋଗ ଦେଖାଯାଏ । ଏହି ରୋଗକୁ ସୃଷ୍ଟି କରୁଥିବା ବିଭିନ୍ନ କାରଣ ଅନୁସାରେ ଏହାକୁ ବର୍ଗୀକରଣ କଲେ ମଧ୍ୟ ମୂଖ୍ୟତଃ ଏହାର ତିନୋଟି କାରଣ ଅଛି । ସେ ଗୁଡ଼ିକ ହେଲା ଏକା ଥରକେ ଅତ୍ୟଧିକ ରକ୍ତ ସ୍ରାବ ବା ଥରକେ ଅଳ୍ପ ଅଳ୍ପ ହୋଇ ଅଧିକ ଦିନ ଧରି ରକ୍ତ ସ୍ରାବ, ଅତ୍ୟଧିକ ରକ୍ତ କଣିକା ନଷ୍ଟ ଓ ତୃଟି ଯୁକ୍ତ ରକ୍ତ କଣିକା ।

== ଚିହ୍ନ ଓ ଲକ୍ଷଣ ==
[[File:Symptoms of anemia.png|thumb|240px|Main symptoms that may appear in anemia<ref>[http://www.emedicinehealth.com/anemia/page3_em.htm eMedicineHealth > anemia article] Author: Saimak T. Nabili, MD, MPH. Editor: Melissa Conrad Stöppler, MD. Last Editorial Review: 12/9/2008. Retrieved on 4 April 2009</ref>]]

ଏହି ରୋଗ ସହଜରେ ଧରା ପଡେ ନାହିଁ । ଏହାର ଲକ୍ଷଣ ଅତି କମ ଥାଏ ବା ଅନିର୍ଦ୍ଦିଷ୍ଟ ଥାଏ । ଏହାର କାରଣ ଅନୁସାରେ ଲକ୍ଷଣ ଦେଖାଯାଏ ବା ରୋଗର ନିଜ ଲକ୍ଷଣ ପ୍ରକାଶ ପାଏ ।

ଦୂର୍ବଳତା, ଥକ୍କା ଲାଗିବା, ଦେହ ଘୋଳି ହେବା, ଓ ମନ ନ ଲାଗିବା ଏହି ରୋଗର ଲକ୍ଷଣ । ଅଳ୍ପ ପରିଶ୍ରମ କଲେ [[ଅଣନିଶ୍ଵାସି]] ଲାଗେ । ଅତ୍ୟଧିକ ଆନିମିଆ ଥିଲେ ସ୍ଵଳ୍ପ [[ଅମ୍ଳଜାନ]] ବହନ ଶକ୍ତିକୁ ଭରଣା କରିବା ନିମନ୍ତେ ହୃତପିଣ୍ଡ ଅଧିକ ରକ୍ତ ସରବରାହ କରେ । ଏଥି ଯୋଗୁ ଛାତି ଧଡ ଧଡ ହୁଏ, [[ଆଞ୍ଜିନା]] ହୁଏ ଓ [[ହୃଦଘାତ]] ଲକ୍ଷଣ ପ୍ରକାଶ ପାଏ ।

[[ଚମ]], ([[Mucosa]]), ଆଖି ପତାର ଭିତର ପାଖ ([[Conjunctiva]]) ଓ [[ନଖ]] ଶେତା ଦେଖାଯାଏ । ଲୌହ ଅଭାବ ଜନିତ ଆନିମିଆ ଥିଲେ ନଖରେ କଏଲନିକିଆ ( [[koilonychia]]) ଦେଖାଯାଏ । ଅତ୍ୟଧିକ ରକ୍ତ କଣିକା ନଷ୍ଟ ହେଉଥିଲେ [[ହଳଦିଆ କାମଳ]] ବା [[ଜଣ୍ଡିସ]] ହୁଏ । [[ସିକ୍ଲ ସେଲ ଆନିମିଆ]], [[ଥାଲାସେମିଆ]] ଓ [[ହେମୋଲାଇଟିକ ଆନିମିଆ]]ରେ [[ରକ୍ତ କଣିକା]] ନଷ୍ଟ ହୋଇ ଜଣ୍ଡିସ ହୁଏ ।

ଅତ୍ୟଧିକ ଆନିମିଆ ଥିଲେ ଦୃତ ହୃତପିଣ୍ଡ ଗତି ହୁଏ, ନାଡୀ ଫୁଲି ଉଠେ, ହୃତପିଣ୍ଡରୁ ମରମର ([[Murmur]], ଏକ ପ୍ରକାର ଶବ୍ଦ) ଶୁଣାଯାଏ, ନିଳୟ ବଡ ହୋଇଯାଏ ଓ ହୃତପିଣ୍ଡ ବନ୍ଦ ହୋଇଯାଏ ।

ପିଲାମାନଙ୍କର ସ୍ଥାୟୀ ଆନିମିଆ ଥିଲେ [[ସ୍ନାୟୁ]] ସଠିକ ଭାବେ ତିଆରି ହୋଇ ପାରେ ନାହିଁ, ସ୍କୁଲରେ ଶିକ୍ଷା ଗ୍ରହଣ ଶକ୍ତି କମିଯାଏ ।

== କାରଣ ==

== ଆଧାର ==