"ସ୍ତନ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
୨୯ କ ଧାଡ଼ି:
ଲାଟିନ ଭାଷାରେ ସ୍ତନକୁ ମାମା କୁହାଯାଏ ଯେଉଁଥିରୁ ମାମାଲ (Mammal) ଶବ୍ଦ ଆସିଛି ଯାହାର ଅର୍ଥ ସ୍ତନ୍ୟପାୟୀ । ପୁରୁଣା ପ୍ରୋଟୋ-ଇଣ୍ଡୋ-ୟୁରୋପିଆନ ଶବ୍ଦ ଭ୍ରିଅସ (bhreus) ଶବ୍ଦର ଅର୍ଥ ଫୁଲା, ଏହି ଶବ୍ଦରୁ ପ୍ରୋଟୋ ଜର୍ମାନୀ ବ୍ରେଉସ୍ଟାମ ଆସିଛି ଓ ଏହି ଶବ୍ଦରୁ ପୁରୁଣା ଇଂରାଜୀ ଶବ୍ଦ ବ୍ରେଅସ୍ଟ ଆସିଛି । ଏଥିରୁ ଆଧୁନିକ ବ୍ରେସ୍ଟ (Breast) ଶବ୍ଦ ଆସିଛି, ଯାହାର ଓଡ଼ିଆ ଅର୍ଥ ସ୍ତନ ।
== ଶରୀର ଗଠନ ବିଜ୍ଞାନ (Anatomy) ==
[[File:Breast anatomy normal scheme.png|thumb|300px|The Breast: cross-sectionମଧ୍ୟ schemeଭାଗ ofଛେଦନ theହୋଇଥିବା [[mammaryସ୍ତନ glandଗ୍ରନ୍ଥି]].
1. [[Chestଛାତି wallକାନ୍ଥ]]
2. [[Pectoralisପେକ୍ଟୋରାଲିସ୍ muscleମାଂସପେଶୀ]]s
3. [[Lobulesଲୋବ୍ୟୁଲ]]
4. [[Nippleସ୍ତନାଗ୍ର ବା ନିପ୍ଲ]]
5. [[Areolaଏରିଓଲା]]
6. [[Lactiferous duct|Milkକ୍ଷୀର ductବାହୀ ନାଳୀ]]
7. [[Adipose tissue|Fattyଚର୍ବି tissueତନ୍ତୁ]]
8. [[Human skin|Skinଚର୍ମ]]]]
=== କର୍ମ ଅନୁଯାୟୀ ସ୍ତନ ଗଠନ ===
ସ୍ତନ ମଧ୍ୟ ଭାଗରେ ଗୋଟିଏ ଗୋଲାକାର ଇଟା ରଙ୍ଗର ବା ଇଷତ ଲାଲ (Pink) ରଙ୍ଗର ସ୍ଥଳ [[ଏରିଓଲା]] Areola) ଦେଖାଯାଏ ଯାହାର ଠିକ ମଝିରେ [[ସ୍ତନାଗ୍ର]] ବା ନିପ୍ଲ (Nipple) ଥାଏ । ଏହି ସ୍ତନାଗ୍ରରୁ ଶିଶୁ ପିଇବା ନିମନ୍ତେ କ୍ଷୀର ଝରିଆସେ । ସ୍ତନ ଭିତରେ ଅନେକ ଗୁଡ଼ିଏ ଲୋବ୍ୟୁଲ ଥାଏ ଯାହା କ୍ଷୁଦ୍ର ନଳୀ ସ‌ହ (Duct) ସଂଯୁକ୍ତ ଥାଏ । ସ୍ତନ‌କୁ ମାମାରି ଗ୍ତନ୍ଥି ବା ମାମାରି ଗ୍ଲାଣ୍ଡ କ‌ହନ୍ତି ଓ ଏହା ଅପୋକ୍ରାଇନ (Apocrine) ଜାତୀୟ ଗ୍ରନ୍ଥି । ଏହି କ୍ଷୀର ପ୍ରସ୍ତୁତକାରୀ ସ୍ତନର କାର୍ଯ୍ୟକାରୀ ଏକକ ଥାଏ ଯାହାକୁ ଟି.ଡି.ଏଲ.ୟୁ. କହନ୍ତି । ସ୍ତନରେ ଚର୍ବି ମିଶା କ୍ଷୀର ପ୍ରସ୍ତୁତ ହୁଏ । ଏହି ମାମାରି ଗ୍ଲାଣ୍ଡ ସ୍ତନ ଭିତରେ ଭର୍ତ୍ତି ହୋଇଥାଏ । ନିପ୍ଲର ୨୦ ମି.ମି. ବ୍ୟାସାର୍ଧରେ କ୍ଷୀରବାହି ନଳୀ ଥଏ । ଶେଷ ନଳୀଗୁଦିକ ମିଶି ୪ ରୁ ୮ଟି ଲାକ୍ଟିଫେରସ ନଳୀ ହୋଇ ନିପ୍ଲକୁ କ୍ଷୀର ଆଣେ । ନାରୀର କ୍ଷୀର ବାହାରୁଥିବା ସ୍ତନରେ ଚର୍ବି ଓ କ୍ଷୀର ଗ୍ରନ୍ଥି ଅନୁପାତ ୧:୨ ଓ କ୍ଷୀର ନ ବାହାରୁଥିବା ନାରୀର ଚର୍ବି ଓ କ୍ଷୀର ଗ୍ରନ୍ଥି ଅନୁପାତ ୧:୧ । ସଯୋଗକାରୀ ତନ୍ତୁ (Connective tissue: Collagen and elastin), ଧଳା ଚର୍ବି ଓ ଝୁଲେଇ ରଖିବା ନିମନ୍ତେ କୁପର ଲିଗାମେଣ୍ଟ ଇତ୍ୟାଦି ସ୍ତନରେ ଥାଏ । ସ୍ତନକୁ ଛାତିର ଟି ୪, ଟି ୫ ଓ ଟି୬ ସ୍ନାୟୁ ସ୍ପର୍ଶ ଶକ୍ତି ଯୋଗାଏ । ନିପ୍ଲ ଓ ଏରିଓଲା ସ୍ଥାନ ଟି ୪ ସ୍ନାୟୁ ଦ୍ଵାରା ଯୋଗାଣ ହୁଏ ।<ref name="Tortora, Gerard J.">Introduction to the Human Body, Fifth Edition. John Wiley & Sons, Inc.: New York, 2001. '''560'''.</ref><ref name="Ramsay">{{cite journal |author=Ramsay DT, Kent JC, Hartmann RA, Hartmann PE |title=Anatomy of the Lactating Human Breast Redefined with Ultrasound Imaging |journal=Journal of Anatomy |volume=206 |issue=6 |pages=525–534 |year=2005 |month=June |pmid=15960763 |pmc=1571528 |doi=10.1111/j.1469-7580.2005.00417.x |url=}}</ref>

=== ପ୍ରକୃତ ଗଠନ ===
ଛାତିରେ ଥିବା ପେକ୍ଟୋରାଲିସ୍ ମେଜର ମାଂସପେଶୀ ଉପରେ ସ୍ତନ ଥାଏ ଓ ଏହା ୨ୟ୍ ପଞ୍ଜରାଠାରୁ ୬ଷ୍ଠ ପଞ୍ଜରା ପର୍ଯ୍ୟନ୍ତ ବ୍ୟାପିଥାଏ ।

== ଆଧାର ==
"https://or.wikipedia.org/wiki/ସ୍ତନ"ରୁ ଅଣାଯାଇଅଛି