ବିଭୂତି ଭୂଷଣ ପ୍ରଧାନ

ଓଡ଼ିଆ ଔପନ୍ୟାସିକ

ବିଭୂତି ଭୂଷଣ ପ୍ରଧାନ (୩ ଅପ୍ରେଲ ୧୯୫୭ - ୨୪ ଅଗଷ୍ଟ ୨୦୧୬) ଜଣେ ଓଡ଼ିଆ ଔପନ୍ୟାସିକ ଥିଲେ । ସେ ୧୯୫୭ ଅପ୍ରେଲ ୩ତାରିଖରେ କେନ୍ଦ୍ରାପଡ଼ା ଜିଲ୍ଲାର ବଳରାମପୁରଠାରେ ଜନ୍ମଗ୍ରହଣ କରିଥିଲେ । ବୃତ୍ତିରେ ଥିଲେ ସେ ଜଣେ ଶିକ୍ଷକ । ଛତିଶଗଡ଼ର 'କୋର୍ବା'ଠାରେ ନବୋଦୟ ବିଦ୍ୟାଳୟର ଶିକ୍ଷକ ଭାବରେ କାର୍ଯ୍ୟ କରୁଥିଲେ ।[୧]

ବିଭୂତି ଭୂଷଣ ପ୍ରଧାନ
ଜନ୍ମ(1957-04-03)୩ ଅପ୍ରେଲ ୧୯୫୭
ବଳରାମପୁର, କେନ୍ଦ୍ରାପଡ଼ା
ମୃତ୍ୟୁ୨୪ ଅଗଷ୍ଟ ୨୦୧୬(2016-08-24) (ବୟସ ୫୯)
ଭୁବନେଶ୍ୱର
ମୃତ୍ୟୁର କାରଣହୃଦ୍‌ଘାତ
ଜାତୀୟତାଭାରତୀୟ
ଜାତୀୟତାଭାରତୀୟ
ବୃତ୍ତିଶିକ୍ଷକତା
ପୁରସ୍କାରଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର

୨୦୧୬ ଅଗଷ୍ଟ ୨୪ତାରିଖରେ ହୃଦ୍‌ଘାତ ଯୋଗୁ ତାଙ୍କର ମୃତ୍ୟୁ ଘଟିଥିଲା ।[୨]

ସାହିତ୍ୟ ସର୍ଜନା ସମ୍ପାଦନା

ଓଡ଼ିଶାର ପ୍ରାକୃତିକ ବିପର୍ଯ୍ୟୟ ଓ ଏହାର ସମାଜ ତାତ୍ତ୍ୱିକ ଦିଗ ବିଭୂତି ଭୂଷଣଙ୍କ ସାହିତ୍ୟରେ ସ୍ଥାନ ପାଇଥିଲା । ୨୦୦୦ କଥା ପତ୍ରିକାଦ୍ୱାରା ଆୟୋଜିତ ଉଅପନ୍ୟାସ ପ୍ରତିଯୋଗିତାରେ ପ୍ରଥମ ହେବାପରେ ଜଣେ ଔପନ୍ୟାସିକ ଭାବରେ ତାଙ୍କର ପରିଚିତି ବଢିଥିଲା । ସେ ଉପନ୍ୟାସଟି ଥିଲା "ଯାତ୍ରା" । ଏହା (୧୯୯୯ର ମହାବାତ୍ୟା ଉପରେ ପର୍ଯ୍ୟବସିତ । ଏହା ଧାରାବାହିକ ଭାବରେ କଥାରେ ପ୍ରକାଶ ପାଇଥିଲା )[୩]

ଉପନ୍ୟାସ ସମ୍ପାଦନା

  • ଯାତ୍ରା
  • ଘଟ
  • ଦାହ
  • ନଟ
  • ଢେଉ
  • ହାକିଂ

ପ୍ରବନ୍ଧ ସମ୍ପାଦନା

  • ଅର୍ଧସତ୍ୟ (ସମ୍ବାଦରେ ପ୍ରକାଶିତ ତାଙ୍କ ସ୍ତମ୍ଭଗୁଡ଼ିକର ସଂକଳନ)[୪]

ପୁରସ୍କାର ଓ ସମ୍ମାନ ସମ୍ପାଦନା

  • ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ୨୦୧୩ (ଢେଉ ନିମନ୍ତେ)

ଆଧାର ସମ୍ପାଦନା

  1. http://www.odisha.com/archives/23815
  2. "ସାହିତ୍ୟିକ ବିଭୂତି ଭୂଷଣ ପ୍ରଧାନଙ୍କ ପରଲୋକ". ଧରିତ୍ରୀ. Retrieved 26 August 2016.
  3. "କଥା ଝରକା". କଥା ପତ୍ରିକା. ମଇ ୨୦୧୮: ୨୬. Retrieved 22 May 2018.[permanent dead link]
  4. http://www.odishanews360.com/odisha/details?mallId=3&jobId=10860&type=Odisha[permanent dead link]