ବିନାୟକ ଆଚାର୍ଯ୍ୟ ମହାବିଦ୍ୟାଳୟ

ବିନାୟକ ଆଚାର୍ଯ୍ୟ ମହାବିଦ୍ୟାଳୟ ବ୍ରହ୍ମପୁର ସହରର ହରିଡାଖଣ୍ଡି ଅଞ୍ଚଳରେ ଅବସ୍ଥିତ । ଓଡ଼ିଶାର ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ସହ ଏହା ଅନୁବନ୍ଧିତ ।[୧]

ବିନାୟକ ଆଚାର୍ଯ୍ୟ ମହାବିଦ୍ୟାଳୟ
ସ୍ଥାପିତ୧୯୭୮
ପ୍ରକାରସର୍ବସାଧାରଣ
ଅଧ୍ୟକ୍ଷଡଃ ମହେନ୍ଦ୍ର ମିଶ୍ର
ଅବସ୍ଥାନବ୍ରହ୍ମପୁର, ଓଡ଼ିଶା, ଭାରତ
ୱେବସାଇଟbinayakacharyacollege.in

ଇତିହାସ ସମ୍ପାଦନା

ସ୍ୱର୍ଗତ ବିନାୟକ ଆଚାର୍ଯ୍ୟଙ୍କ ସ୍ମୃତିରେ ପ୍ରତିଷ୍ଠିତ ଏହି ଅନୁଷ୍ଠାନଟି ୧୯୭୮-୭୯ ଶିକ୍ଷାବର୍ଷରେ ଖଲ୍ଲିକୋଟ ମହାବିଦ୍ୟାଳୟର ଏକ ପରିବର୍ଦ୍ଧିତ ଶାଖା ଭାବରେ ଆସ୍କା ରୋଡ୍‌ସ୍ଥିତ ମୁନିସିପାଲ ହାଇସ୍କୁଲ ପରିସରରେ କାର୍ଯ୍ୟ କରିବା ଆରମ୍ଭ କଲା । ତେବେ ୧୯୮୧-୮୨ ଶିକ୍ଷାବର୍ଷରୁ ଏହା ମୂଳ ମହାବିଦ୍ୟାଳୟରୁ ଅଲଗା ହୋଇ ଏକ ସ୍ୱତନ୍ତ୍ର ଅନୁଷ୍ଠାନର ମର୍ଯ୍ୟାଦା ପାଇଲା । ୩୧ ଅକ୍ଟୋବର ୧୯୮୯ ପରଠାରୁ ଏହି ମହାବିଦ୍ୟାଳୟ ହରିଡାଖଣ୍ଡିସ୍ଥିତ ନିଜସ୍ୱ କୋଠାରେ ଚାଲୁଅଛି । ମହାବିଦ୍ୟାଳୟଟି NAACଦ୍ୱାରା C++ ମାନ୍ୟତା ପ୍ରାପ୍ତ ହୋଇଛି ।।[୨]

ପାଠ୍ୟକ୍ରମ ସମ୍ପାଦନା

କଳା, ବିଜ୍ଞାନ ଓ ବାଣିଜ୍ୟରେ ସ୍ନାତକ ପାଠ୍ୟକ୍ରମ ପାଇଁ ଏଠାରେ ବ୍ୟବସ୍ଥା ରହିଛି ।

ଆଧାର ସମ୍ପାଦନା

  1. "List of Colleges in Berhampur University". Retrieved 30 June 2017.
  2. "NAAC ACCREDITED INSTITUTIONS". Retrieved 30 June 2017.

ବାହାର ଲିଙ୍କ ସମ୍ପାଦନା