ବିଦ୍ୟୁତପ୍ରଭା ଦେବୀ
ବିଦ୍ୟୁତପ୍ରଭା ଦେବୀ ଜଣେ ଭାରତୀୟ ଓଡ଼ିଆ-ଭାଷୀ ଲେଖିକା ଥିଲେ । ତାଙ୍କୁ ଶ୍ରେଷ୍ଠ ମହିଳା ଓଡ଼ିଆ କବିମାନଙ୍କ ମଧ୍ୟରେ ଗଣନା କରାଯାଏ ।[୩][୪][୫] ନିଜ କାବ୍ୟ ସଙ୍କଳନ "ସଞ୍ଚୟନ" ପାଇଁ ସେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ଲାଭ କରିଥିଲେ ।[୬]
ବିଦ୍ୟୁତପ୍ରଭା ଦେବୀ | |
---|---|
ଜନ୍ମ ଓ ଜନ୍ମସ୍ଥାନ | ୧୯୨୬ ନାତ୍ରା ଗ୍ରାମ |
ମୃତ୍ୟୁ | ୧୯୭୭ |
ବୃତ୍ତି | ଓଡ଼ିଆ କବୟତ୍ରୀ |
ଭାଷା | ଓଡ଼ିଆ |
ଜାତୀୟତା | ଭାରତୀୟ |
ନାଗରିକତା | ଭାରତୀୟ |
ଶିକ୍ଷା | ନବମ ଶ୍ରେଣୀ |
ଶିକ୍ଷାନୁଷ୍ଠାନ | ରେଭେନ୍ସା ବାଳିକା ବିଦ୍ୟାଳୟ |
ସାହିତ୍ୟ କୃତି | ସବିତା, ସଞ୍ଚୟନ,ମରିଚିକା |
ପୁରସ୍କାର | ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର (ସଞ୍ଚୟନ), ୧୯୬୨ |
ଜୀବନସାଥୀ | ପଞ୍ଛାନନ ମହାନ୍ତି |
ସନ୍ତାନ | ସଚ୍ଚିଦାନନ୍ଦ ମହାନ୍ତି[୧] |
ସମ୍ପର୍କୀୟ | ବାସନ୍ତି (ଭଉଣୀ), ପୂଣ୍ୟପ୍ରଭା ଦେବୀ (ଭଉଣୀ)[୨] |
ଜୀବନୀ
ସମ୍ପାଦନାପ୍ରାରମ୍ଭିକ ଜୀବନୀ
ସମ୍ପାଦନାବିଦ୍ୟୁତପ୍ରଭା ଦେବୀ ଓଡ଼ିଶାର ନାତ୍ରା ଗ୍ରାମରେ ୧୯୨୬ ମସିହାରେ ଜନ୍ମଗ୍ରହଣ କରିଥିଲେ । ସେ ପଞ୍ଚାନନ ମହାନ୍ତିଙ୍କୁ ବିବାହ କରିଥିଲେ । ୧୯୫୨ ମସିହାରେ ଏହି ଦମ୍ପତ୍ତିଙ୍କର ପୁଅ ସଚ୍ଚିଦାନନ୍ଦ ଜନ୍ମ ହୋଇଥିଲେ ।
ଶିକ୍ଷା
ସମ୍ପାଦନାସେ ରେଭେନ୍ସା ବାଳିକା ବିଦ୍ୟାଳୟରେ ନବମ ଶ୍ରେଣୀ ଯାଏଁ ପଢ଼ିଥିଲେ । ପରେ ସେ ଇଂରାଜୀ, ବଙ୍ଗଳା ଭାଷାସହ ବ୍ୟାକରଣ ତଥା କବିତା ରଚନାର ବିଭିନ୍ନ ବିଭବ ଶିକ୍ଷାକରିଥିଲେ ।
ସାହିତ୍ୟ ରଚନା
ସମ୍ପାଦନାସେ ନିଜ ପିତାଙ୍କ ବନ୍ଧୁ କୃଷ୍ଣଚନ୍ଦ୍ର କର, ରାଧାମୋହନ ଗଡ଼ନାୟକ ଓ ମାୟାଧର ମାନସିଂହ ଆଦିଙ୍କଦ୍ୱାରା ପ୍ରଭାବିତ ହୋଇ ୧୯୪୦ ମସିହାରୁ କବିତା ଲେଖିବା ଆରମ୍ଭ କରିଥିଲେ । ନିଜ ବଡ଼ ଭଉଣୀ ବାସନ୍ତି ଦେବୀଙ୍କ ସହ ମିଶି ୧୯୪୯ ମସିହାରେ "ସବିତା" ନାମରେ ନିଜର ପ୍ରଥମ କାବ୍ୟ ସଙ୍କଳନ ପ୍ରକାଶ କରିଥିଲେ । ୧୯୫୨ରେ ତାଙ୍କ ପୁଅ ସଚ୍ଚିଦାନନ୍ଦଙ୍କ ଜନ୍ମ ପରେ ସେ ଶିଶୁମାନଙ୍କ ପାଇଁ ଲେଖିବା ଆରମ୍ଭ କରିଥିଲେ ।
ମୃତ୍ୟୁ
ସମ୍ପାଦନା୧୯୭୭ ମସିହାରେ ବିଦ୍ୟୁପ୍ରଭା ଦେବୀଙ୍କର ଦେହାନ୍ତ ହୋଇଥିଲା ।
ଓଡ଼ିଆ ସାହିତ୍ୟକୁ ଅବଦାନ
ସମ୍ପାଦନା- ସବିତା
- ମରିଚିକା
- କନକାଞ୍ଜଳି
- ସଞ୍ଚୟନ
- ଝରା ଶିଉଳି
- ବିଦ୍ୟୁତ ପ୍ରଭା ଗ୍ରନ୍ଥାବଳୀ
ପୁରସ୍କାର ଓ ସ୍ୱୀକୃତି
ସମ୍ପାଦନାଆଧାର
ସମ୍ପାଦନା- ↑ http://www.hindu.com/2004/12/13/stories/2004121310960500.htm
- ↑ http://www.telegraphindia.com/1110701/jsp/orissa/story_14181981.jsp
- ↑ Signifying the Self: Women and Literature. Macmillan India. 1 January 2004. pp. 274–. ISBN 978-1-4039-2405-6. Retrieved 20 July 2013.
- ↑ Kabi Bidyutprabhā. Bidyutprabhā Smaraṇikā Kamiṭi. 1978. Retrieved 20 July 2013.
- ↑ Sachidananda Mohanty (2005). Early Women's Writings in Orissa, 1898-1950: A Lost Tradition. SAGE Publications. pp. 239–. ISBN 978-0-7619-3308-3. Retrieved 20 July 2013.
- ↑ http://orissa.gov.in/e-magazine/orissaannualreference/ORA-2004/pdf/orissa_sahitya_akademi_awarded-books-and_writers.pdf
- ↑ http://catdir.loc.gov/catdir/toc/ecip051/2004022810.html
- ↑ http://www.museindia.com/authprofile.asp?id=472[permanent dead link]
- ↑ http://www.odiasahitya.com/members/memberprofile/?member=Bidyutprava+Devi