ବିଜୟ ମହାପାତ୍ର

ଓଡ଼ିଆ ରାଜନୀତିଜ୍ଞ

ବିଜୟ ମହାପାତ୍ର (ଜନ୍ମ: ୭ ନଭେମ୍ବର ୧୯୫୦) ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଚାରିଥର କାର୍ଯ୍ୟ କରିଥିଲେ ଓ ୧୯୯୦ରୁ ୧୯୯୫ ଯାଏ ବିଜୁ ପଟ୍ଟନାୟକଙ୍କ ବିଭିନ୍ନ ମନ୍ତ୍ରୀମଣ୍ଡଳରେ ମନ୍ତ୍ରୀ ଥିଲେ । ୧୯୮୦, ୧୯୮୫, ୧୯୯୦ ଓ ୧୯୯୫ ମସିହାରେ ବିଧାନ ସଭା ନିର୍ବାଚନରେ ସେ ଜନତା ଦଳ ପକ୍ଷରୁ ପାଟକୁରାରୁ ଯଥାକ୍ରମେ ୮ମ, ୯ମ, ୧୦ମ ଓ ୧୧ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[] ୨୦୦୦ରେ ବିଜୁ ଜନତା ଦଳ (ବିଜେଡି)ରୁ ଟିକେଟ ପାଇ ପରେ ପ୍ରତ୍ୟାହାର କଲା ପରେ ସେ ବିଜେଡି ଛାଡ଼ିଦେଇଥିଲେ । ପରେ ୨୦୦୯ରେ ଭାରତୀୟ ଜନତା ପାର୍ଟି (ଭାଜପା) ତରଫରୁ ୨୦୧୯ରେ ନିର୍ବାଚନ ଲଢ଼ି ପରାସ୍ତ ହୋଇଥିଲେ ଏବଂ ତା' ପରେ ରାଜନୀତିରେ ନୀରବ ଥିଲେ ।[]

ବିଜୟ ମହାପାତ୍ର
ବିଧାୟକ: ୮ମ, ୯ମ, ୧୦ମ, ୧୧ଶ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୨୪ ନଭେମ୍ବର ୧୯୮୦ – ୨୦୦୦
ପୂର୍ବ ଅଧିକାରୀବିଜୁ ପଟ୍ଟନାୟକ
ପର ଅଧିକାରୀତ୍ରିଲୋଚନ ବେହେରା
ନିର୍ବାଚନ ମଣ୍ଡଳୀପାଟକୁରା
ବ୍ୟକ୍ତିଗତ ସବିଶେଷ
ଜନ୍ମ(1950-11-07)ନଭେମ୍ବର ୭, ୧୯୫୦
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଭାରତୀୟ ଜନତା ପାର୍ଟି
ଅନ୍ୟାନ୍ୟ ରାଜନୀତିକ
ସମ୍ବନ୍ଧ
ଜନତା ପାର୍ଟି, ଜନତା ଦଳ
ଜୀବନ ସାଥୀକଳ୍ପନା ମହାପାତ୍ର
ସନ୍ତାନଅରବିନ୍ଦ ମହାପାତ୍ର
ବାପା/ବୋଉକାହ୍ନୁ ଚରଣ ମହାପାତ୍ର (ବାପା)
ବୃତ୍ତିରାଜନୀତିଜ୍ଞ

ଜନ୍ମ, ପରିବାର ଓ ଶିକ୍ଷା

ସମ୍ପାଦନା

ବିଜୟ ମହାପାତ୍ର ୧୯୫୦ ମସିହାର ନଭେମ୍ବର ମାସ ୭ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ କାହ୍ନୁ ଚରଣ ମହାପାତ୍ର ଏବଂ ପତ୍ନୀଙ୍କ ନାମ କଳ୍ପନା ମହାପାତ୍ର ।[] ବିଜୟଙ୍କର ଶିକ୍ଷାଗତ ଯୋଗ୍ୟତା କଳାରେ ସ୍ନାତକ ।[] ତାଙ୍କ ପୁଅ ଅରବିନ୍ଦ ମହାପାତ୍ର ଜଣେ ରାଜନେତା ଭାବରେ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଛନ୍ତି ।[]

ରାଜନୈତିକ ଜୀବନ

ସମ୍ପାଦନା

ବିଜୟ ମହାପାତ୍ର ଓଡ଼ିଶା ରାଜନୀତିରେ ପ୍ରଥମେ ଜନତା ଦଳରେ ସକ୍ରିୟ ଥିଲେ । ୧୯୯୦ ମସିହାରେ ଜନତା ଦଳ ବିଜୟ ଲାଭ କଲା ପରେ ବିଜୁ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ହେଇଥିଲେ । ୧୯୯୦ ରୁ ୧୯୯୫ ପର୍ଯ୍ୟନ୍ତ ବିଜୟ ଶକ୍ତି ମନ୍ତ୍ରୀ, ଜଳସେଚନ ମନ୍ତ୍ରୀ ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଚାରିଥର କାର୍ଯ୍ୟ କରିଛନ୍ତି ।[][] ପରବର୍ତ୍ତୀ ସମୟରେ ବିଜୁ ଜନତା ଦଳର ଗଠନ ସମୟରେ ସେ ସକ୍ରିୟ ଥିଲେ । ୨୦୦୦ରେ ବିଧାୟକ ପ୍ରାର୍ଥୀ ଭାବେ ସେ ପ୍ରାର୍ଥିପତ୍ର ଦାଖଲ କରିଥିଲେ ଓ ଟିକେଟ ପାଇଥିଲେ ମଧ୍ୟ ଶେଷ ମୁହୂର୍ତ୍ତରେ ତାଙ୍କ ଟିକେଟ ପ୍ରତ୍ୟାହାର କରି ନିଆଯାଇଥିଲା । ଏହି କାରଣରୁ ସେ ଦଳ ଛାଡ଼ି ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଥିଲେ । ୨୦୨୪ ମସିହାରେ, ତାଙ୍କ ପୁଅ ଅରବିନ୍ଦ ମହାପାତ୍ର ବିଜୁ ଜନତା ଦଳର ପ୍ରାର୍ଥୀ ଭାବେରେ ପାଟକୁରା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିବା ପରେ ତାଙ୍କୁ ବିଜେପିରୁ ବହିଷ୍କାର କରାଯାଇଥିଲା ।[]

ବିଧାନ ସଭା ସଭ୍ୟ ବିବରଣୀ

ସମ୍ପାଦନା
ଆରମ୍ଭ ଶେଷ ପଦବୀ ନିର୍ବାଚନ ମଣ୍ଡଳୀ ଦଳ
୧୯୮୦ ୧୯୮୫ ସଭ୍ୟ, ୮ମ ଓଡ଼ିଶା ବିଧାନ ସଭା ପାଟକୁରା (ଉପ) ଜନତା (ଏସ୍) ଚ. ସିଂହ
୧୯୮୫ ୧୯୯୦ ସଭ୍ୟ, ୯ମ ଓଡ଼ିଶା ବିଧାନ ସଭା ପାଟକୁରା ଜନତା ପାର୍ଟି
୧୯୯୦ ୧୯୯୫ ସଭ୍ୟ, ୧୦ମ ଓଡ଼ିଶା ବିଧାନ ସଭା ଜନତା ଦଳ
୧୯୯୫ ୨୦୦୦ ସଭ୍ୟ, ୧୧ଶ ଓଡ଼ିଶା ବିଧାନ ସଭା ଜନତା ଦଳ
  1. ୧.୦ ୧.୧ ୧.୨ ୧.୩ ୧.୪ "Shri Bijay Mohapatra". odishaassembly.nic.in. Odisha Assembly. Retrieved 28 March 2020.
  2. Bhadra, Tejashree (8 March 2024). "ପୁଅ ବିଜେଡିରେ ଯୋଗଦେବା ପରେ ବିଜୟ ମହାପାତ୍ର କହିଲେ... - Dharitri". Dharitri Odia News. Retrieved 8 January 2025.
  3. Bureau, ABP News (2024-03-07). "Arabinda Mohapatra, Son Of Former Minister Bijoy Mohapatra, Joins BJD". news.abplive.com (in ଇଂରାଜୀ). Retrieved 2024-07-03.
  4. Mansingh, Sangita (2024-05-17). "ବିଜେପିରୁ ବହିଷ୍କୃତ ହେଲେ ବିଜୟ ମହାପାତ୍ର". OdishaLIVE (in ଆମେରିକୀୟ ଇଂରାଜୀ). Retrieved 2024-07-03.