ତ୍ରିଲୋଚନ ବେହେରା
ଓଡ଼ିଆ ରାଜନୀତିଜ୍ଞ
ତ୍ରିଲୋଚନ ବେହେରା (ଜନ୍ମ: ୨୭ ମାର୍ଚ୍ଚ ୧୯୪୪) ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ରାଜନୀତିରେ ସର୍ବଭାରତୀୟ ତୃଣମୂଳ କଂଗ୍ରେସର କର୍ମକର୍ତ୍ତା ଭାବରେ ସକ୍ରିୟ ଅଛନ୍ତି । ତ୍ରିଲୋଚନ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଛନ୍ତି । ୨୦୦୦ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ସେ ପାଟକୁରା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୧୨ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧]
ତ୍ରିଲୋଚନ ବେହେରା | |
---|---|
ବିଧାୟକ: ୧୨ଶ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୨୦୦୦ – ୨୦୦୪ | |
ପୂର୍ବ ଅଧିକାରୀ | ବିଜୟ ମହାପାତ୍ର |
ପର ଅଧିକାରୀ | ଅତନୁ ସବ୍ୟସାଚୀ ନାୟକ |
ନିର୍ବାଚନ ମଣ୍ଡଳୀ | ପାଟକୁରା |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ମାର୍ଚ୍ଚ ୨୭, ୧୯୪୪ |
ନାଗରିକତା | ଭାରତୀୟ |
ଜାତୀୟତା | ଭାରତୀୟ |
ରାଜନୀତିକ ଦଳ | ସର୍ବଭାରତୀୟ ତୃଣମୂଳ କଂଗ୍ରେସ |
ଜୀବନ ସାଥୀ | ଅମ୍ବିକା ବେହେରା |
ବାପା/ବୋଉ | ଭିକାରୀ ଚରଣ ବେହେରା (ବାପା) |
ବୃତ୍ତି | ରାଜନୀତିଜ୍ଞ |
ଜନ୍ମ, ପରିବାର ଓ ଶିକ୍ଷା
ସମ୍ପାଦନାତ୍ରିଲୋଚନ ବେହେରା ୧୯୪୪ ମସିହାର ମାର୍ଚ୍ଚ ମାସ ୨୭ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଭିକାରୀ ଚରଣ ବେହେରା ଏବଂ ପତ୍ନୀଙ୍କ ନାମ ଅମ୍ବିକା ବେହେରା ।[୧] ତ୍ରିଲୋଚନଙ୍କର ଶିକ୍ଷାଗତ ଯୋଗ୍ୟତା ମାଟ୍ରିକ୍ ।[୧]
ରାଜନୈତିକ ଜୀବନ
ସମ୍ପାଦନାତ୍ରିଲୋଚନ ବେହେରା ଓଡ଼ିଶା ରାଜନୀତିରେ ସର୍ବଭାରତୀୟ ତୃଣମୂଳ କଂଗ୍ରେସର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଛନ୍ତି । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଛନ୍ତି ।[୧]
ଆଧାର
ସମ୍ପାଦନା- ↑ ୧.୦ ୧.୧ ୧.୨ ୧.୩ "Shri Trilochan Behera". odishaassembly.nic.in. Odisha Assembly. Retrieved 29 March 2020.