ବିଜୟ କେତନ ପଟ୍ଟନାୟକ
ଭାରତୀୟ ଓଡ଼ିଆ ସାହିତ୍ୟିକ
ବିଜୟ କେତନ ପଟ୍ଟନାୟକ ଜଣେ ଭାରତୀୟ ଓଡ଼ିଆ-ଭାଷୀ ବିଜ୍ଞାନ ଓ ପରିବେଶ ଲେଖକ ଏବଂ ପରିବେଶବିତ୍।[୧]
ବିଜୟ କେତନ ପଟ୍ଟନାୟକ | |
---|---|
ଜନ୍ମ ଓ ଜନ୍ମସ୍ଥାନ | ୧୯୪୯ ମୁକୁନ୍ଦପ୍ରସାଦ, ଖୋର୍ଦ୍ଧା |
ବୃତ୍ତି | ପରିବେଶବିତ୍, ଲେଖକ |
ଭାଷା | ଓଡ଼ିଆ |
ଜାତୀୟତା | ଭାରତୀୟ |
ସାହିତ୍ୟ କୃତି | ଅରଣ୍ୟ ଯାତ୍ରୀ |
ପୁରସ୍କାର | ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ୨୦୦୯ |
ଜନ୍ମ, ପରିବାର ଓ ଶିକ୍ଷା
ସମ୍ପାଦନାବିଜୟ କେତନ ଖୋର୍ଦ୍ଧା ଜିଲ୍ଲାର ମୁକୁନ୍ଦପ୍ରସାଦଠାରେ ଜନ୍ମଗ୍ରହଣ କରିଥିଲେ । ପ୍ରଥମେ ବକ୍ସି ଜଗବନ୍ଧୁ ବିଦ୍ୟାଧର ଉଚ୍ଚ ବିଦ୍ୟାଳୟ, ପରେ ପ୍ରାଣନାଥ କଲେଜ, ଖୋର୍ଦ୍ଧାରୁ ଶିକ୍ଷା ସମାପ୍ତ କରି ବିଜେବି କଲେଜ, ଭୁବନେଶ୍ୱରରୁ ସ୍ନାତକ ଲାଭ କଲେ । ୧୯୭୧ରେ ସେ ଉତ୍କଳ ବିଶ୍ୱବିଦ୍ୟାଳୟରୁ ପଦାର୍ଥ ବିଜ୍ଞାନରେ ସ୍ନାତକୋତ୍ତର ଅଧ୍ୟୟନ କରିଥିଲେ। ପ୍ରଥମେ କିଛିଦିନ ଉତ୍କଳ ବିଶ୍ୱବିଦ୍ୟାଳୟରେ କମ୍ପ୍ୟୁଟର ବିଭାଗରେ କାର୍ଯ୍ୟ କରିବା ପରେ ସେ ଅଧ୍ୟାପକ ଭାବେ ଖୋର୍ଦ୍ଧାସ୍ଥିତ ପ୍ରାଣନାଥ କଲେଜ ଯୋଗଦେଇଥିଲେ । ପରେ ୧୯୭୫ରେ ସେ ଭାରତୀୟ ବନ ବିଭାଗରେ ଯୋଗ ଦେଇଥିଲେ ଓ ସେହି ଅଭିଜ୍ଞତାକୁ ୨୦୦୯ ମସିହାରେ ଓଡ଼ିଶା ସାହିତ୍ୟ ଏକାଡ଼େମୀ ପୁରସ୍କାରପାଇଥିବା ତାଙ୍କ ଆତ୍ମଜୀବନୀ ଅରଣ୍ୟ ଯାତ୍ରୀରେ ଲେଖିଥିଲେ।[୨][୩] ସେ ବିଜ୍ଞାନ ଦିଗନ୍ତ ପତ୍ରିକାର ସମ୍ପାଦନା ଦାୟିତ୍ୱ ତୁଲାଇ ଆସୁଛନ୍ତି ।[୪]
ରଚନାବଳୀ
ସମ୍ପାଦନା- ଅରଣ୍ୟ ଯାତ୍ରୀ (ଆତ୍ମଜୀବନୀ)
- ଛାମୁଙ୍କ ଆଖି ଲୁହ (କବିତା)
- ନଈ ପରି ଝିଅ (କବିତା)
- ଉଦବାସ୍ତୁ (କବିତା)
- ଚାଳ ଅଛି ଜାଳ ନାହିଁ
- ଚାଲ ବଣକୁ ଯିବା
- ଆସ ଗଛ ଲଗାଇବା
- ବୃକ୍ଷ ହିଁ ଜୀବନ
ବିଜ୍ଞାନ
ସମ୍ପାଦନା- ପରିବେଶ ପରିକ୍ରମା (୧୯୯୭)
- ଜଙ୍ଗଲ, ପରିବେଶ ଓ ମାନବ ଜୀବନ (୨୦୦୦)
- ପ୍ରକୃତି ଓ ପରିବେଶ (୨୦୦୬)
- ଓଡ଼ିଶାରେ ପ୍ରକୃତି ପର୍ଯ୍ୟଟନ (୨୦୧୧)
- ପରିବେଶ ପରିସଂସ୍ଥା ଓ ପରିଚିତି (୨୦୧୪)
- ପରିବେଶ ପଞ୍ଚାମୃତ (୨୦୧୮)
- ନୀଳମଣି ସେନାପତି, In the Wilds of Orissa (ନୀଳମଣି ସେନାପତିଙ୍କ ଓଡ଼ିଶାର ଅରଣ୍ୟରେ, ଅନୁବାଦ)
ଶିଶୁ ସାହିତ୍ୟ
ସମ୍ପାଦନା- ପଶୁପକ୍ଷୀଙ୍କ ଦୁନିଆ (୨୦୦୧)
- ଯନ୍ତ୍ରପାତି
- ଉଡ଼ିଉଡ଼ି ଯାଏ 'କ
- ଆମ ପକ୍ଷୀ ରାଇଜ
- ଜୀବ ଜଗତର ଅଜବ କଥା
- ହାତୀ ପାଇଁ ହାତଟିଏ
- ଆମ ବାଡ଼ି ବଗିଚାର ଔଷଧୀୟ ବୃକ୍ଷ, ଲତା, ଗୁଳ୍ମ
- ଆମ ଚାରିପଟର ସାପ
- ତୋଡ଼ା ଓ ଥର (ଅନୁବାଦ)
- ଭିତରକନିକା
ଇଂରାଜୀ
ସମ୍ପାଦନା- Forest Voices-An Insider's insight on Forest, Wildlife & Ecology of Orissa
- Chilika- The Heritage of Odisa