ବିଜୟାନନ୍ଦ ସିଂହ

ଭାରତୀୟ ଓଡ଼ିଆ-ଭାଷୀ ଲେଖକ

ବିଜୟାନନ୍ଦ ସିଂହ (ଜନ୍ମ: ୧୯୫୯) ଜଣେ ଓଡ଼ିଆ ଗାଳ୍ପିକ, ପ୍ରାବନ୍ଧିକ, ଗବେଷକ, ସଂକଳକ ଓ ଅଧ୍ୟାପକ । ତାଙ୍କର ଏଯାବତ ୫୦ରୁ ଅଧିକ ପୁସ୍ତକ ପ୍ରକାଶିତ ହୋଇସାରିଛି । ସେ ଓଡ଼ିଶାର ବିଭିନ୍ନ ସାହିତ୍ୟିକ ଓ ସାଂସ୍କୃତିକ ଅନୁଷ୍ଠାନ ସହିତ ମଧ୍ୟ ଜଡ଼ିତ । ବର୍ତ୍ତମାନ ସେ ଓଡ଼ିଆ ସାହିତ୍ୟ ଏକାଡେମୀର କାର୍ଯ୍ୟକାରିଣୀ କମିଟି ସଦସ୍ୟ[୨], କେନ୍ଦ୍ର ସାହିତ୍ୟ ଏକାଡେମୀର ଉପଦେଷ୍ଟା ଏବଂ ଉତ୍କଳ ସାହିତ୍ୟ ସମାଜର ସଭାପତି ଭାବରେ କାର୍ଯ୍ୟରତ ।[୩][୪] ଉତ୍କଳ ସାହିତ୍ୟ ସମାଜର ଏଯାବତ ସମସ୍ତ ସଭାପତିମାନଙ୍କୁ ମଧ୍ୟରୁ ସେ ସର୍ବକନିଷ୍ଠ ।

ବିଜୟାନନ୍ଦ ସିଂହ
ଜନ୍ମ୧୯୫୯
ଜାତୀୟତାଭାରତୀୟ
ଶିକ୍ଷାସ୍ନାତକୋତ୍ତର(ଓଡ଼ିଆ), ପିଏଚଡ଼ି, ଡିଲିଟ୍[୧]
ଶିକ୍ଷାନୁଷ୍ଠାନସାଲେପୁର ମହାବିଦ୍ୟାଳୟ
ଦସ୍ତଖତ

ଜୀବନୀ ସମ୍ପାଦନା

ପ୍ରାରମ୍ଭିକ ଜୀବନ ଓ ଶିକ୍ଷା ସମ୍ପାଦନା

ବିଜୟାନନ୍ଦ ସିଂହ ଓଡ଼ିଶାର କଟକ ଜିଲ୍ଲାସ୍ଥିତ ମାହାଙ୍ଗାରେ ୧୯୫୯ ମସିହାରେ ଜନ୍ମ ନେଇଥିଲେ । ସେ ସ୍କୁଲରେ ଛାତ୍ରାବସ୍ଥାରେ ସାହିତ୍ୟ ରଚନା ଓ ବିଭିନ୍ନ ସଙ୍ଗଠନାତ୍ମକ କାମରେ ଜଡ଼ିତ ଥିଲେ । ନବମ ଶ୍ରେଣୀରେ ପଢୁଥିବାବେଳେ ତାଙ୍କ କବିତା ଶିଶୁ ପତ୍ରିକା "ପବନ ସୂତ"ରେ ପ୍ରକାଶ ପାଇଥିଲା । ସେ ସ୍କୁଲରେ "ଲଳିତ ସାହିତ୍ୟ ସଂସଦ" ପ୍ରତିଷ୍ଠା କରିଥିଲେ ।

କଲେଜ ସମ୍ପାଦନା

ସେ ଆ.ଏ. ପଢ଼ିବା ବେଳେ "ସ୍ରୋତସ୍ୱତୀ" ନାମରେ ଏକ କଲେଜ ପତ୍ରିକା ସମ୍ପାଦନା କରୁଥିଲେ । ଆ.ଏ. ପରେ ସେ ସାଲେପୁର ମହାବିଦ୍ୟାଳୟରେ ସ୍ନାତକ ପାଇଁ ନାମ ଲେଖାଇଥିଲେ । ସେଠାରେ ସେ ଛାତ୍ର ୟୁନିୟନର ସଭାପତି ଥିଲେ । ପରେ ସେ ସ୍ନାତକତ୍ତୋର ପଢ଼ିବା ପାଇଁ କଟକ ଯାଇଥିଲେ । ସେଠାରେ ସେ ଫତୁରାନନ୍ଦଙ୍କ ଡଗର ପତ୍ରିକାରେ ସହ-ସମ୍ପାଦକ ଭାବରେ କାର୍ଯ୍ୟ ଆରମ୍ଭକରିଥିଲେ । "ଫତୁରାନନ୍ଦଙ୍କ ସାହିତ୍ୟରେ ହାସ୍ୟ ଓ ବ୍ୟଙ୍ଗ" ଥିଲା ତାଙ୍କର ପିଏଚଡ଼ି ଗବେଷଣା ପ୍ରସଙ୍ଗ ।

ଅଧ୍ୟାପନା ସମ୍ପାଦନା

ସେ ସାଲେପୁର ମହାବିଦ୍ୟାଳୟରେ ଅଧ୍ୟାପକ ଭାବରେ ଯୋଗଦାନ କରିଥିଲେ । ସେଠାରେ ସେ ସାମୟିକ ବିରତି ନେଇ ବିଭିନ୍ନ ସାହିତ୍ୟିକ ଓ ସାଂସ୍କୃତିକ ଅନୁଷ୍ଠାନରେ ପଦବୀ ଗ୍ରହଣକରିଥିଲେ । ସେ ମଧ୍ୟରୁ ସଂସ୍କୃତି ବିଭାଗର ଉପନିର୍ଦ୍ଦେଶକ (୨୦୦୫-୨୦୦୮), ଓଡ଼ିଶା ସାହିତ୍ୟ ଏକାଡେମୀର ସଚିବ (୨୦୧୦-୧୧), ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର ପରୀକ୍ଷା ନିୟନ୍ତ୍ରକ (୨୦୦୯-୨୦୧୧) ଆଦି ଅନ୍ୟତମ ।

ରଚନାବଳୀ ସମ୍ପାଦନା

  • ମନସ୍ୱୀ ଗଦ୍ୟସ୍ରଷ୍ଟା ପ୍ୟାରୀମୋହନ
  • ଫତୁରାନନ୍ଦଙ୍କ ସୃଷ୍ଟିରେ ହାସ୍ୟ
  • ସାରସ୍ୱତ ସାକ୍ଷାତକାର
  • ଭିନ୍ନ ଭୂମି
  • ସମୟ ଓ ସମାଲୋଚନା
  • ସମ୍ପର୍କ ଓ ସମୀକ୍ଷା
  • ଅନେକ ଜୀବନ(ଗଳ୍ପ)
  • ନିରବ ଆଳାପ(ଗଳ୍ପ)
  • ତଥାପି ଅପେକ୍ଷା କରାଯାଉ(ଗଳ୍ପ)
  • କିଶୋରୀ ଚରଣ ଅନନ୍ତ ପ୍ରସାଦ ଜୀବନୀ
  • ମୁଁ କାହିଁକି ଲେଖେ
  • ଓଡ଼ିଆ କ୍ଲାସିକ ଉପନ୍ୟାସ[୫]
  • ତମସାର ହୃଦୟ(ଅନୁବାଦ)

ସମ୍ପାଦନା ସମ୍ପାଦନା

ପତ୍ରିକା ସମ୍ପାଦନା ସମ୍ପାଦନା

  • କୋଣାର୍କ ପତ୍ରିକା
  • ଡଗର
  • ଏଷଣା
  • ଗ୍ରନ୍ଥ ତରଙ୍ଗ
  • ସାହିତ୍ୟ ଯାତ୍ରା
  • ବାଲିଯାତ୍ରା ସ୍ମରଣିକା

ସାହିତ୍ୟ ସଂକଳନ ସମ୍ପାଦନା ସମ୍ପାଦନା

  • ମୁଁ କାହିଁକି ଲେଖେ
  • ଫତୁରାନନ୍ଦଙ୍କ ଦୁଷ୍ପ୍ରାପ୍ୟ ରଚନା
  • ଶତାବ୍ଦୀର ସପ୍ତ ସାରଥୀ
  • କାଳିଚରଣ ଗ୍ରନ୍ଥାବଳୀ
  • ବିଣାପାଣୀ ମହାନ୍ତିଙ୍କ ଶ୍ରେଷ୍ଠ ଗଳ୍ପ ସଂକଳନ
  • ବୈଷ୍ଣବ ପାଣୀଙ୍କ ଗ୍ରନ୍ଥାବଳୀ
  • କୃଷ୍ଣଚରଣଙ୍କ କୃତି ଓ କୃତିତ୍ୱ

ସମ୍ମାନ ଓ ପୁରସ୍କାର ସମ୍ପାଦନା

  • ଜ୍ଞାନମଣ୍ଡଳ ଫାଉଣ୍ଡେସନ ପୁରସ୍କାର
  • ସୁବ୍ରତ ସ୍ମୃତି ପୁରସ୍କାର
  • ଭଞ୍ଜଭୂମି ସମ୍ମାନ
  • ସଦଭାବନା ପୁରସ୍କାର
  • ପୁନର୍ନବା ସାହିତ୍ୟ ସମ୍ମାନ
  • କଳିଙ୍ଗ ସାହିତ୍ୟ ଏକାଡେମୀ ସମ୍ମାନ[୬]

ଆଧାର ସମ୍ପାଦନା

  1. "ଆର୍କାଇଭ୍ କପି". Archived from the original on 2016-12-30. Retrieved 2018-08-20. {{cite web}}: Cite has empty unknown parameter: |1= (help)
  2. Correspondent (2010-08-28). "Appointed Sahitya Akademi secretary". The Hindu (in Indian English). ISSN 0971-751X. Retrieved 2019-02-21.
  3. http://sahitya-akademi.gov.in/sahitya-akademi/aboutus/executive_board_member.jsp
  4. "Utkal Sahitya Samaja". utkalsahityasamaj.com. Retrieved 2019-02-21.
  5. "କଥା ଝରକା". କଥା ପତ୍ରିକା (in Odia). No. ଅଗଷ୍ଟ ୨୦୧୮. Odisha: ସମ୍ବାଦ. 1 August 2018. p. 40. Archived from the original on 21 February 2019. Retrieved 21 February 2019.{{cite news}}: CS1 maint: unrecognized language (link)
  6. "ମାହାଙ୍ଗାର ମହକ" (PDF). No. ନିତିଦିନ ୦୪/୦୯/୨୦୧୬ ପୃଷ୍ଠା ୮. Retrieved 22 February 2019.[permanent dead link]