ବିକାନିର ଭୁଜିଆ ପ୍ରାୟତଃ ଭୁଜିଆଭାବେ ଜଣା । ଏକ ଲୋକପ୍ରିୟ ଶୁଖିଲା ଜଳଖିଆ ଖାଦ୍ୟ ଅଟେ । ଫିକା ହଳଦିଆ ରଙ୍ଗର ଏହି ଖାଦ୍ୟଦ୍ରବ୍ୟର ମୁଖ୍ୟ ଉପାଦାନ ବେସନ ଏବଂ ମସଲା ଅଟେ । ଏହି ଦ୍ରବ୍ୟ ରାଜସ୍ଥାନର ବିକାନିର ସହରରୁ ପ୍ରଥମେ ତିଆରି ହୋଇଥିଲା । ଏଥିଲାଗି ବିକାନିର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟିକରେ । ଏକ ଜେନେରିକ ନାମ ଭାବେ ଏବଂ ୨୦୧୦ରେ ବିକାନିର ଭୁଜିଆ ଭାରତୀୟ ଭୌଗଳିକ ସଂକେତ ଭାବେ ଅନୁମୋଦିତ ତଥା ପଂଜିକୃତ ହୋଇଥିଲା ।[୧] ବର୍ତ୍ତମାନ ଭିନ୍ନ ଭିନ୍ନ ସ୍ୱାଦରେ ବିଭିନ୍ନ ଉପାଦାନ ପକାଇ ଭୁଜିଆ ତିଆରି ହେଉଛି ।

ବିକାନିର ଭୁଜିଆ
ବିକାନିର ଭୁଜିଆ ବିକାହେଉଥିବା ଏକ ଦୋକାନ
ଅନ୍ୟ ନାମBhujia
ପରଷାଶୁଖିଲା ଜଳଖିଆ,
ମୂଳ ସ୍ଥାନଭାରତ
ଅଞ୍ଚଳ ବା ରାଜ୍ୟରାଜସ୍ଥାନ, ଗୁଜରାଟ
ମୁଖ୍ୟ ଉପାଦାନMoth bean, ବେସନ, ବାଦାମ ତେଲ
ପ୍ରକାର ଭେଦସେଓ

ରାଜସ୍ଥାନର ଗ୍ରାମାଞ୍ଚଳରେ 'ବିକାନିର ଭୁଜିଆ' ପ୍ରସ୍ତୁତି ବ୍ୟବସାୟ ୨.୫ ଅୟୁତ ବିଶେଷ କରି ମହିଳାମାନଙ୍କୁ ଜୀବିକା ଯୋଗାଉଛି । ଏହା ଏକ ବହୁରାଷ୍ଟ୍ରୀୟ କମ୍ପାନୀ ପେପ୍ସିକୋ ଏବଂ ଭାରତୀୟ ସ୍ନାକ କମ୍ପାନୀମାନଙ୍କ ସହ ପ୍ରତିଦ୍ୱନ୍ଦିତା କରୁଛି ଯେଉଁମାନେ ଭୁଜିଆ ନାମକୁ ମଧ୍ୟ ବ୍ୟବହାର କରୁଛନ୍ତି । [୨][୩] ବର୍ଷ ବର୍ଷ ଧରି ବହୁ ପ୍ରତିଯୋଗିତା ପରେ ସେପ୍ଟେମ୍ବର ୨୦୧୦ରେ ଏକ ପ୍ୟାଟେଣ୍ଟ ହୋଇଥିଲା ।[୪][୫][୬]

ଇତିହାସ ସମ୍ପାଦନା

୧୮୭୭ ମସିହାରେ ମହାରାଜା ଶ୍ରୀ ଡୁଙ୍ଗର ସିଂଙ୍କ ସମୟରେ ବିକାନିରରେ ଭୁଜିଆ ତିଆରି ଆରମ୍ଭ ହୋଇଥିଲା ।[୭]

ପ୍ରସ୍ତୁତି ପ୍ରଣାଳୀ ସମ୍ପାଦନା

ବିନ ବେସନ, ମସଲା, ଚଣା ଡାଲି ବେସନ, ସେଲ୍ୟୁଲୋଜ ଗୁଣ୍ଡ, ଡାଲି, ଲୁଣ, ନାଲି ଲଙ୍କା, ଗୋଲମରିଚ, ଲବଙ୍ଗ, ଅଳେଇଚ, ବାଦାମ ତେଲ, ଇତ୍ୟାଦିରୁ ଏକ ତରଳମିଶ୍ରଣ ପ୍ରସ୍ତୁତା କରାଯାଇ ଏକ ଛାଂଚରୁ ତେଲ କଢାଇକୁ ପକାଯାଇ ଛଣାଯାଏ ।

ଆଧାର ସମ୍ପାଦନା

  1. "Camel country: Known for its sand dunes and bhujia, Bikaner." The Tribune. January 18, 2009.
  2. "The whole world's bhujia". indiatogether.org. 26 July 2005.
  3. "India: TNCs muscling into cottage industry sectors". TWN (Third World Network). Jan 11, 1996. Archived from the original on September 27, 2011. Retrieved February 9, 2016.
  4. "A copyright for Bikaneri bhujia, Hyderbadi haleem". Indian Express. Sep 14, 2010.
  5. "Registered Geographical Indications (GI)" (PDF). Geographical Indication Registry (India).
  6. "Patent shield soon from copycat GI Joes". Economic Times. 24 Feb 2007.
  7. http://www.thehindu.com/features/metroplus/Food/in-search-of-bikaneri-bhujia/article3945487.ece

ବାହାର ଲିଙ୍କ ସମ୍ପାଦନା