ବାଳକୃଷ୍ଣ ବେହେରା

ବାଳକୃଷ୍ଣ ବେହେରା (ଜନ୍ମ: ୫-୯-୧୯୨୫) ଜଣେ ଭାରତୀୟ ଆଇନଜୀବୀ ତଥା ଓଡ଼ିଶା ଉଚ୍ଚ ନ୍ୟାୟାଳୟର ପୂର୍ବତନ ବିଚାରପତି ।[]

ଶିକ୍ଷା ଓ ବୃତ୍ତି

ସମ୍ପାଦନା

ବାଳକୃଷ୍ଣ ବେହେରାଙ୍କ ଜନ୍ମ ୫ ସେପ୍ଟେମ୍ବର ୧୯୨୫ରେ ବଲାଙ୍ଗୀରରେ ହୋଇଥିଲା ।[] ସେ ୧୯୫୦ ମସିହାରେ ଆଡଭୋକେଟ୍ ଭାବେ ନାମ ଲେଖାଇ ଆଇନ ପେଶା ଆରମ୍ଭ କରିଥିଲେ । ୧୪-୨-୧୯୬୬ରେ ଓଡ଼ିଶା ସୁପିରିୟର ନ୍ୟାୟିକ ସେବାରେ ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ ଭାବେ ନିୟୁକ୍ତ ହୋଇଥିଲେ ଏବଂ ୨୫-୭-୧୯୬୬ରେ ଜିଲ୍ଲା ଓ ଦୌରା ବିଚାରପତି ଭାବେ ନିଯୁକ୍ତ ହୋଇଥିଲେ । ୨୯-୧୧-୧୯୬୮ରୁ ୧-୨-୧୯୭୧ ପର୍ଯ୍ୟନ୍ତ ଭୁବନେଶ୍ୱରରେ ସ୍ଵତନ୍ତ୍ର ବିଚାରପତି ଭାବେ କାର୍ଯ୍ୟରତ ଥିଲେ ଏବଂ ୧-୨-୧୯୭୧ରୁ ୧୫-୧-୧୯୭୪ ପର୍ଯ୍ୟନ୍ତ ଓଡିଶା ସରକାରଙ୍କ ଆଇନ ବିଭାଗର ସଚିବ ଭାବେ କାର୍ଯ୍ୟରତ ଥିଲେ । ପୁଣି ୧୭-୪-୧୯୭୪ରୁ ୨୯-୬-୧୯୭୭ ପର୍ଯ୍ୟନ୍ତ ଜିଲ୍ଲା ଓ ଦୌରା ବିଚାରପତି ଭାବେ କାମ କଲେ । ତତ୍ପରେ ୬-୭-୧୯୭୭ରୁ ୩-୪-୧୯୭୮ ପର୍ଯ୍ୟନ୍ତ ଶ୍ରମ ନ୍ୟାୟାଧୀକରଣର ଅଧ୍ୟକ୍ଷ ଭାବେ କାର୍ଯ୍ୟ ନିର୍ବାହ କରିଥିଲେ । ୫-୪-୧୯୭୮ରୁ ଆରମ୍ଭ କରି ଓଡିଶା ଉଚ୍ଚ ନ୍ୟାୟାଳୟର ରେଜିଷ୍ଟ୍ରାର୍ ଭାବେ କାର୍ଯ୍ୟରତ ଥିଲେ ।

ସେ ୧୮-୯-୧୯୮୧ରେ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ସ୍ଥାୟୀ ନ୍ୟାୟାଧୀଶ ଭାବେ ନିଯୁକ୍ତ ହୋଇଥିଲେ । ୧୮-୯-୧୯୮୧ରୁ ୫-୯-୧୯୮୭ ପର୍ଯ୍ୟନ୍ତ ଓଡିଶା ଉଚ୍ଚ ନ୍ୟାୟାଳୟର ବିଚାରପତି ଭାବେ କାର୍ଯ୍ୟ ନିର୍ବାହ କରିଥିଲେ।[] ଓଡ଼ିଶା ଉଚ୍ଚ ନ୍ୟାୟାଳୟରେ ବିଚାରପତି ହେବାରେ ପଶ୍ଚିମ ଓଡ଼ିଶାର ସେ ଥିଲେ ପ୍ରଥମ ବ୍ୟକ୍ତି ।[] ୧୯୯୨ ମସିହାରେ ଘଟିତ କଟକ ମଦମୃତ୍ୟୁ ଘଟଣାରେ ତଦନ୍ତ ନିମନ୍ତେ ଜଣିକିଆ କମିଶନ ଭାବେ ୧୯୯୩ ମସିହାରେ ସେ ନିଯୁକ୍ତ ହୋଇଥିଲେ ।

୧୦ ଫେବୃଆରୀ ୨୦୧୭ରେ ୯୧ ବର୍ଷ ବୟସରେ ସେ ମୃତ୍ୟୁବରଣ କରିଥିଲେ ।[]

  1. ୧.୦ ୧.୧ "Former Judge | Orissa High Court, Cuttack". www.orissahighcourt.nic.in. Retrieved 2025-01-08.
  2. ୨.୦ ୨.୧ ୨.୨ archive, From our online (2017-02-11). "Justice Behera passes away". The New Indian Express (in ଇଂରାଜୀ). Retrieved 2025-01-08.