କଟକ ମଦମୃତ୍ୟୁ ଘଟଣା (୧୯୯୨)

୧୯୯୨ ମସିହା ମେ ମାସରେ କଟକରେ ବିଷାକ୍ତ ମଦ ପିଇ ପ୍ରାୟ ୨୦୦ରୁ ଅଧିକ ଲୋକ ମୃତ୍ୟୁ ମୁଖରେ ପଡିବା ସହ ଏହାର ଶିକାର ହୋଇଥିବା ୬୦୦ରୁ ଅଧିକ ଲୋକ ଭୀଷଣ ଅସୁସ୍ଥ ହୋଇ ଚିକିତ୍ସିତ ହୋଇଥିଲେ । ତତ୍କାଳୀନ ଓଡ଼ିଶାରେ ଏହି ମଦମୃତ୍ୟୁ ଏକ ବିରଳ ଏବଂ ଅତ୍ୟନ୍ତ ଦୁଃଖ ଦାୟକ ଘଟଣା ଥିଲା ।[୧][୨]

ପୃଷ୍ଠଭୂମି ସମ୍ପାଦନା

ଘଟଣାଟି ମନୁଷ୍ୟକୃତ ଥିଲା । କିଛି ଖଳ ପ୍ରକୃତିର ଅବୈଧ ମୁନାଫାଖୋର ମଦ୍ୟ ବେପାରୀ ବିଷାକ୍ତ ମଦ୍ୟ ବିକ୍ରୟ କରିଥିଲେ । ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ସୁରେନ୍ଦ୍ରନାଥ ଦାସ ଓରଫ୍ ବେଲୁ ୨୦୦୦ ମସିହାରେ ଗିରଫ ହେଲା । ଅଦାଲତରେ ବେଲୁ ଦୋଷୀ ସାବ୍ୟସ୍ତ ହୋଇ ଆଜୀବନ୍ କାରାବାସ ଦ୍ଦଣ୍ଡରେ ଦଣ୍ଡିତ ହେଲା । ମାନ୍ୟବର ଉଚ୍ଚ ନ୍ୟାୟାଳୟ ବେଲୁର ଅପିଲ ଖାରଜ କରି ଉକ୍ତ ଦଣ୍ଡାଦେଶକୁ କାଏକ ରଖିଲେ ।[୩][୪]

ପ୍ରଭାବ ସମ୍ପାଦନା

ଏହି ଦୁଃଖଦାୟକ ଘଟଣା ପରେ ରାଜ୍ୟର ଅନେକ ମହିଳା ସ୍ୱେତ୍ସାସେବୀ ସଂଗଠନ ମଦ ତିଆରି ତଥା ବିକ୍ରୟ ଉପରେ ସଂପୂର୍ଣ୍ଣ ନିଷେଧାଦେଶ ନିମନ୍ତେ ଦାବୀ ଉପସ୍ଥାପନ କରିଥିଲେ ।ତତ୍କାଳୀନ ରାଜ୍ୟ ସରକାର ୧୯୯୪ ମସିହାରେ ମଦ୍ୟ ବିକ୍ରି ତଥା ତିଆରି ଉପରେ ସଂପୂର୍ଣ୍ଣ ନିଷେଧାଦେଶ ଜାରୀ କରିବାକୁ ବାଧ୍ୟ ହେଲେ । ତେବେ ପରବର୍ତ୍ତୀ ସମୟରେ ଅର୍ଥାତ୍‌ ୧୯୯୫ ମସିହାରେ କଂଗ୍ରେସ ସରକାର ରାଜସ୍ୱ ହାନି କାରଣ ଦର୍ଶାଇ ଏହି ନିଷେଧାଦେଶକୁ ଉଠାଇ ଦେଇଥିଲେ ।

ଅଧିକ ତଥ୍ୟ ସମ୍ପାଦନା

ଆଧାର ସମ୍ପାଦନା

  1. "200 Die From Contaminated Liquor in India". Retrieved 18 June 2017.
  2. "Death in the Bottle". Retrieved 18 June 2017.
  3. "State Of Orissa vs Surendra Kumar Das Alias Surendra ... on 30 August, 1993". Retrieved 19 July 2017.
  4. "HC confirms lifer for hooch case kingpin". Retrieved 19 July 2017.