ବାଚୁ ମୁଖାର୍ଜୀ

ଭାରତୀୟ ସଙ୍ଗୀତ ନିର୍ଦ୍ଦେଶକ

ବାଚୁ ମୁଖାର୍ଜୀ ଜଣେ ଭାରତୀୟ ସଙ୍ଗୀତ ନିର୍ଦ୍ଦେଶକ ଥିଲେ । ସେ ଅନେକ ଓଡ଼ିଆ ଚଳଚ୍ଚିତ୍ରରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ।[୧] ଚଳଚ୍ଚିତ୍ର ବ୍ୟତୀତ ସେ ଆକାଶବାଣୀ ଓ ଦୂରଦର୍ଶନର ବିଭିନ୍ନ କାର୍ଯ୍ୟକ୍ରମରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ । ପାଞ୍ଚ ଦଶନ୍ଧିରୁ ଅଧିକ ସମୟ ପର୍ଯ୍ୟନ୍ତ ସେ ସଙ୍ଗୀତ ସାଧନାରେ ନିମଗ୍ନ ଥିଲେ । ବାରିପଦାରେ ସୁରସଙ୍ଗମ ନାମକ ଏକ ସଙ୍ଗୀତ ଶିକ୍ଷାନୁଷ୍ଠାନ ସ୍ଥାପନା କରି ସେ ସଙ୍ଗୀତ ଶିକ୍ଷାପ୍ରଦାନ କରୁଥିଲ ।

ବାଚୁ ମୁଖାର୍ଜୀ
ଜନ୍ମ
ବାଚୁ ମୁଖାର୍ଜୀ
ମୃତ୍ୟୁ୧୫ ମାର୍ଚ୍ଚ ୨୦୨୦
ଜାତୀୟତାଭାରତୀୟ
ପ୍ରସିଦ୍ଧିଓଡ଼ିଆ ସଂଗୀତକାର

ଚଳଚ୍ଚିତ୍ରରେ ଅବଦାନ ସମ୍ପାଦନା

ସରୋଜ ପଟ୍ଟନାୟକଙ୍କ ସହଯୋଗୀ ଭାବରେ କାମ ଆରମ୍ଭ କରି ବାଚୁ ମୁଖାର୍ଜୀ ନିଜେ ସ୍ୱତନ୍ତ୍ର ଭାବରେ କେତୋଟି ଚଳଚ୍ଚିତ୍ରରେ ସଙ୍ଗୀତ ନିର୍ଦ୍ଦେଶନା କରିଥିଲେ । ସେଥିମଧ୍ୟରୁ କିଛି ଚଳଚ୍ଚିତ୍ର :

ମୃତ୍ୟୁ ସମ୍ପାଦନା

୨୦୨୦ ମସିହା ମାର୍ଚ୍ଚ ମାସ ୧୫ ତାରିଖ ଦିନ ହୃଦ୍‌ଘାତ ଯୋଗୁ ତାଙ୍କର କଟକଠାରେ ପରଲୋକ ଘଟିଥିଲା । ମୃତ୍ୟୁ ବେଳକୁ ତାଙ୍କୁ ୬୪ ବର୍ଷ ବୟସ ହୋଇଥିଲା ।[୩][୪]

ଆଧାର ସମ୍ପାଦନା

  1. "ପରଲୋକରେ ସଙ୍ଗୀତ ନିର୍ଦ୍ଦେଶକ ବାଚୁ ମୁଖାର୍ଜୀ". www.dharitri.com. ଧରିତ୍ରୀ. Archived from the original on 4 June 2022. Retrieved 4 June 2022.
  2. "ଆରପାରିରେ ପ୍ରଖ୍ୟାତ ସଙ୍ଗୀତ ନିର୍ଦ୍ଦେଶକ ବାଚୁ ମୁଖାର୍ଜୀ". www.otvkhabar.in. ଓଡ଼ିଶା ଟିଭି. Archived from the original on 4 June 2022. Retrieved 4 June 2022.
  3. "ସଂଗୀତ ନିର୍ଦ୍ଦେଶକ ବାଚୁ ମୁଖାର୍ଜୀଙ୍କ ପରଲୋକ". prameya.com/. prameya.com. Archived from the original on 4 June 2022. Retrieved 4 June 2022.
  4. "ପରଲୋକରେ ସଙ୍ଗୀତ ନିର୍ଦ୍ଦେଶକ ବାଚୁ ମୁଖାର୍ଜୀ". www.samayalive.in. ସମୟ. Archived from the original on 4 June 2022. Retrieved 4 June 2022.

ବାହାର ଆଧାର ସମ୍ପାଦନା