ବର୍ଷଣ

ଯେଉଁ ପ୍ରକ୍ରିୟାରେ ଜଳ କଠିନ କିମ୍ବା ତରଳ ଅବସ୍ଥାରେ ଭୂପୃଷ୍ଠରେ ପଡ଼ିଥାଏ

ବର୍ଷଣ (Precipitation) ଏକ ପ୍ରାକୃତିକ ପ୍ରକ୍ରିୟା । ଏହି ପ୍ରକ୍ରିୟାରେ ଜଳ କଠିନ କିମ୍ବା ତରଳ ଅବସ୍ଥାରେ ଭୂପୃଷ୍ଠରେ ପଡ଼ିଥାଏ । ମେଘରେ ଥିବା ଜଳକଣା ବା ତୁଷାରକଣାଗୁଡ଼ିକ ଏତେ କ୍ଷୁଦ୍ର ଯେ ବ‌ହୁଦିନ ଧରି ଆକାଶରେ ଭାସି ବୁଲିଲେ ମଧ୍ୟ ତଳକୁ ଶୀଘ୍ର ଖସିପଡ଼ିବାର ସମ୍ଭାବନା ନ ଥାଏ । ଏହି ଜଳକଣା କିମ୍ବା ତୁଷାରକଣାଗୁଡ଼ିକ ଅଧିକ ଘନୀଭୂତ ହେଲେ ସେମାନଙ୍କର ଆକାର ବୃଦ୍ଧି ପାଇ ଓଜନିଆ ହେବା ଯୋଗୁଁ ସେଗୁଡ଼ିକ ତଳେ ଖସିପଡ଼ିଥାଏ ।[]

ପ୍ରକାର

ସମ୍ପାଦନା

ବର୍ଷଣ ମୁଖ୍ୟତଃ ୩ ପ୍ରକାରର:[]

  1. ବୃଷ୍ଟିପାତ
  2. କୁଆପଥର ବୃଷ୍ଟି
  3. ତୁଷାରପାତ
  1. ୧.୦ ୧.୧ ପ୍ରଥମ ଭାଗ, ଭୂଗୋଳ ଓ ଅର୍ଥନୀତି. ବାୟୁମଣ୍ଡଳ. ମାଧ୍ୟମିକ ଶିକ୍ଷା ପରିଷଦ, ଓଡ଼ିଶା. pp. 40–43.