ବର୍ଷା ବା ବୃଷ୍ଟିପାତ ଏକ ପ୍ରାକୃତିକ ପ୍ରକ୍ରିୟା । ଏହି ପ୍ରକ୍ରିୟାରେ ମେଘରେ ଥିବା ଜଳକଣା ଘନୀଭୂତ ହୋଇ ତରଳ ହେଲେ ଜଳ ଆକାରରେ ଭୂପୃଷ୍ଠରେ ପଡ଼ିଥାଏ । ବର୍ଷା ଜଳଚକ୍ରର ଏକ ଅଂଶବିଶେଷ । ଏହା ଜୀବଜଗତର ବିକାଶ ଏବଂ ଚାଷ ଇତ୍ୟାଦିରେ ସାହାଯ୍ୟ କରିଥାଏ । ବୃଷ୍ଟିପାତର ପରିମାଣ ମାପିବା ପାଇଁ ବୃଷ୍ଟିମାପକ ଯନ୍ତ୍ର (Rain Gauge) ବ୍ୟବ‌ହାର କରାଯାଏ ।[୧]

ବିଜୁଳି,ଘଡଘଡି ସହ ବର୍ଷାର ଦୃଶ୍ୟ

ପ୍ରକାରସମ୍ପାଦନ କରନ୍ତୁ

ଭୂପୃଷ୍ଠର ବିଭିନ୍ନ ସ୍ଥାନରେ ଓ ବିଭିନ୍ନ ସମୟରେ ମୁଖ୍ୟତଃ ନିମ୍ନଲିଖିତ ୩ ପ୍ରକାରର ବୃଷ୍ଟିପାତ ଦୃଷ୍ଟିଗୋଚର ହୁଏ:

ପରିଚଳନ ବୃଷ୍ଟିପାତ (Convectional Rainfall)ସମ୍ପାଦନ କରନ୍ତୁ

  ଉଦ୍ଧଗାମୀ ଜଳୀୟବାଷ୍ପ ଅତ୍ୟଧିକ ଉଚ୍ଚରେ ହେବାଦ୍ଵାରା ଯେଉଁ ବୃଷ୍ଟିପାତ ହୁଏ ତାହାକୁ ପରିଚଳନ ବୃଷ୍ଟିପାତ କୁହାଯାଏ।

ଗ୍ରୀଷ୍ମ କାଳରେ ଭୂପୃଷ୍ଠ ଅତ୍ୟଧିକ ଗରମ ହେବା ଦ୍ବାରା ଜଳୀୟବାଷ୍ପ ପୂର୍ଣ୍ଣ ଵାୟୁ ହାଲୁକା ହୋଇ ଉପରକୁ ଉଠିଯାଏ । ଉପରେ ବାୟୁ ଚାପ କମ ଥିବାରୁ ଏହା ସମ୍ପ୍ରସାରିତ ହୁଏ ଫଳରେ ଏହାର ତାପମାତ୍ରା ହ୍ରାସ ପାଏ ।ଏହା ଦ୍ବାରା ଘନିଭବନ ହୁଏ କାରଣ ବାୟୁ ପରିପୃକ୍ତ ହୋଇଯାଏ। ଏଭଳି ବର୍ଷାକୁ ପରିଚଳନ ବୃଷ୍ଟିପାତ କୁହାଯାଏ।ଘନିଭବନଦ୍ୱାରା ଜଳୀୟବାଷ୍ପ ଗୁପ୍ତ ତାପ ଛାଡ଼ିଥାଏ।ତେଣୁ ଜଳୀୟବାଷ୍ପ ଆହୁରି ଉପରକୁ ଯାଇ ଘନିଭବନ ହୁଏ।ଫଳରେ ବର୍ଷା ଅଧିକ ହୁଏ। ବିଷୁବମଣ୍ଡଲୀୟ ଅଞ୍ଚଳରେ ଏ ପ୍ରକାର ବୃଷ୍ଟିପାତ ଅପରାହ୍ନରେ ହୋଇଥାଏ।

ଶୈଳୋତ୍‌କ୍ଷେପ ବୃଷ୍ଟିପାତ (Orographic Rainfall)ସମ୍ପାଦନ କରନ୍ତୁ

ଜଳୀୟବାଷ୍ପ ପୂର୍ଣ୍ଣ ବାୟୁକୁ ଗତିପଥରେ ଉଚ୍ଚ ପର୍ବତଶ୍ରେଣୀ ଥିଲେ ବାୟୁ ବାଧାପ୍ରାପ୍ତ ହୋଇ ଉପରକୁ ଉଠିବାକୁ ଲାଗେ।ଉଦ୍ଧଗାମୀ ବାୟୁ କ୍ରମଶଃ ଶୀତଳ ହୁଏ।ତେଣୁ ଏହାର ଅପେକ୍ଷିକ ଆଦ୍ରତା ବୃଦ୍ଧି ପାଏ ଓ କ୍ରମେ ପରିପୃକ୍ତ ହୋଇଯାଏ।ଫଳରେ ମେଘ ସୃଷ୍ଟି ହୁଏଏବଂ ଘନିଭବନ ହେବାଦ୍ୱାର ସେଠାରେ ପ୍ରଚୁର ବର୍ଷା ହୁଏ।ଶୈଳୋତକ୍ଷେପ ବୃଷ୍ଟିପାତ ପ୍ରବାହିତ ବାୟୁକୁ ବାଧା ଦେଉଥିବା ପାଶ୍ୱ ବା ପ୍ରତିବାତ ପାଶ୍ୱରେ ଅଧିକ ହୁଏ।ନିମ୍ନଗାମୀଵାୟୁ ସଙ୍କୁଚିତ ହୁଏ ଏବଂ ତାପମାତ୍ରା ବୃଦ୍ଧି ପାଏ।ଫଳରେ ଆପକ୍ଷିକ ଆଦ୍ରତା ହ୍ରାସ ପାଏ ଓ ଘନିଭବନ ହେବାର ସମ୍ଭାବନା ନ ଥାଏ।ତେଣୁ ଅନୁବାତ ପାଶ୍ୱର୍ରେ କମ୍ ବର୍ଷା ହୁଏ।ସେଥିପାଇଁ ଅନୁବାତ ପାଶ୍ୱ ଅଞ୍ଚଳକୁ ବୃଷ୍ଟିଛାୟା ଅଞ୍ଚଳ କୁହାଯାଏ।ପଶ୍ଚିମଘାଟ ପର୍ବତମାଳାର ପୂର୍ବ ପାଶ୍ୱ ଏକ ବୃଷ୍ଟିଛାୟା ଅଞ୍ଚଳ ।ପଶ୍ଚିମଘାଟ ପର୍ବତମାଳା ପୂର୍ବ ପାଶ୍ୱ ଏକ ବୃଷ୍ଟିଛାୟା ଅଞ୍ଚଳ କାରଣ ସେଠାରେ ଏହି କାରଣରୁ କମ୍ ବର୍ଷା ହୁଏ।

ବାତାବର୍ତ୍ତ ବୃଷ୍ଟିପାତ (Cyclonic Rainfall)ସମ୍ପାଦନ କରନ୍ତୁ

ଯେତେବେଳେ ବୃଷ୍ଟିପାତ ବାତାବର୍ତ୍ତଦ୍ଵାରା ସଂଘଟିତ ହୋଇଥାଏ ତାହାକୁ ବାତାବର୍ତ୍ତଜନିତ ବୃଷ୍ଟିପାତ କୁହାଯାଏ।ଉଭୟ କ୍ରାନ୍ତିୟ ଓ ନାତିଶୀତୋଷ୍ଣ ମଣ୍ଡଳୀୟ ସହ ସମ୍ବନ୍ଧୀତ।ବତାବର୍ତରେ ଜଳୀୟବାଷ୍ପ ପୂର୍ଣ୍ଣ ଵାୟୁ ଗୁର୍ଣ୍ଣାୟମାନ ଅବସ୍ଥାରେ ଘନିଭବନ ହୁଏ ଓ ପ୍ରଚୁର ବର୍ଷା କରାଏ।ଉଷ୍ଣ ଆଦ୍ର ଓ ଶୀତଳ ଶୁଷ୍କ ଵାୟୁ ଉଭୟ ମିଳିତ ହୋଇ ଉଷ୍ଣ ଵାୟୁ ଉପରକୁ ଉଠେ ଓ ବର୍ଷା ହୁଏ।ବୃଷ୍ଟିମାପକ ଯନ୍ତ୍ର (Rain gauge) ସାହାଯ୍ୟରେ ବୃଷ୍ଟିପାତ ମପାଯାଏ ।

ଆଧାରସମ୍ପାଦନ କରନ୍ତୁ

  1. ପ୍ରଥମ ଭାଗ, ଭୂଗୋଳ ଓ ଅର୍ଥନୀତି. ବାୟୁମଣ୍ଡଳ. ମାଧ୍ୟମିକ ଶିକ୍ଷା ପରିଷଦ, ଓଡ଼ିଶା. pp. 40–43.

ବାହାର ଲିଙ୍କସମ୍ପାଦନ କରନ୍ତୁ