ବଙ୍ଗାଳୀ ନନ୍ଦ

ଓଡ଼ିଆ କବି ଓ ଅନୁବାଦକ

ବଙ୍ଗାଳୀ ନନ୍ଦ ଜଣେ ଭାରତୀୟ ଓଡ଼ିଆ-ଭାଷୀ ଅନୁବାଦକ ।[୧] ସେ ୨୦୨୩ ମସିହା ନିମନ୍ତେ ତେଲୁଗୁ ଲେଖକ ନେଲ୍ଲୁରୀ କେଶବସ୍ୱାମୀଙ୍କ ପୁସ୍ତକ ନେଲ୍ଲୁରୀ କେଶବସ୍ୱାମୀ ଉତ୍ତମା କଥୁଲୁ (ଅନୁ.ନେଲୁରୀ କେଶବ ସ୍ବାମୀଙ୍କ ଶ୍ରେଷ୍ଠ ଗଳ୍ପ) ପୁସ୍ତକର ଓଡ଼ିଆ ଅନୁବାଦ ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ଅନୁବାଦ ପୁରସ୍କାର ଲାଭକରିଥିଲେ ।[୨][୩]

ବଙ୍ଗାଳୀ ନନ୍ଦ
ବୃତ୍ତିଅନୁବାଦକ
ଭାଷାଓଡ଼ିଆ
ନାଗରିକତାଭାରତୀୟ
ପୁରସ୍କାରକେନ୍ଦ୍ର ସାହିତ୍ୟ ଏକାଦେମୀ ପୁରସ୍କାର

ଜୀବନୀ ସମ୍ପାଦନା

ଶ୍ରୀ ନନ୍ଦଙ୍କର ପୈତୃକ ଘର ରାୟଗଡ଼ା ଜିଲ୍ଲାର ଗୁଣୁପୁର ଅନ୍ତର୍ଗତ ଚାଲକମ୍ବା ଗାଁରେ । ସେ ଜଣେ ଶିକ୍ଷକ ଭାବେ ବୃତ୍ତିଗତ ଜୀବନ ଆରମ୍ଭ କରି ୨୦୧୫ ମସିହାରେ ପ୍ରଧାନ ଶିକ୍ଷକ ଭାବରେ ଅବସର ଗ୍ରହଣ କରିଥିଲେ ।

ରଚନାବଳୀ ସମ୍ପାଦନା

ବଙ୍ଗାଳୀ ନନ୍ଦଙ୍କର ଏବେ ପର୍ଯ୍ୟନ୍ତ ୧୧ ଅନୁବାଦ, ୨ଟି ମୌଳିକ କବିତା ଓ ଗୋଟିଏ ତେଲୁଗୁ ଗୀତି କବିତା ସଙ୍କଳନ ପ୍ରକାଶ ପାଇସାରିଛି ।

ଅନୁବାଦ ସମ୍ପାଦନା

  • ନେଲ୍ଲୁରି କେଶବସ୍ବାମୀଙ୍କ ଶ୍ରେଷ୍ଠ ଗଳ୍ପ - ୨୦୧୯ (ନ୍ୟାସନାଲ ବୁକ୍‌ ଟ୍ରଷ୍ଟ)
  • ଏକୋଇଶଟି ଅନୁବାଦ ଗଳ୍ପ
  • କଥା କୋଡ଼ିଏ
  • ସମୟକୁ ଶୋଇବାକୁ ଦେବିନି (ଏନ. ଗୋପୀଙ୍କ ମୁଳ ତେଲୁଗୁ ପୁସ୍ତକର ଅନୁବାଦ)
  • ମୋହନ ! ହେ ମୋହନ! ଓ ଅନ୍ୟାନ୍ୟ କବିତା (କେ. ଶିବାରେଡ୍ଡୀଙ୍କ ମୂଳ ତେଲୁଗୁ ପୁସ୍ତକର ଅନୁବାଦ)
  • ନିଶୀଥର ସୂର୍ଯ୍ୟ
  • ଅନ୍ୟ ବଗିଚାର ଫୁଲ
  • କୁଆ ଓ ଅନ୍ୟାନ୍ୟ ଗଳ୍ପ
  • ସଲିମଙ୍କ ନିର୍ବାଚିତ ଗଳ୍ପ[୪]

କବିତାବଳୀ ସମ୍ପାଦନା

  • ସ୍ମୃତିଶତକ
  • କବିତାର ବୟସ ନଥାଏ

ସମ୍ମାନ ଓ ପୁରସ୍କାର ସମ୍ପାଦନା

  • କେନ୍ଦ୍ର ସାହିତ୍ୟ ଏକାଡେମୀ ଅନୁବାଦ ପୁରସ୍କାର - ୨୦୨୩ (ନେଲୁରୀ କେଶବ ସ୍ବାମୀଙ୍କ ଶ୍ରେଷ୍ଠ ଗଳ୍ପକୁ ତେଲୁଗୁରୁ ଓଡ଼ିଆକୁ ଅନୁବାଦ)

ଆଧାର ସମ୍ପାଦନା

  1. "Kavi-Anuvadak with N. Gopi, Eminent Telugu Poet and Bangali Nanda, Noted Odia Translator on 9/2/2021". Ministry of Culture, Government of India. 12 February 2021. Retrieved 12 March 2024.
  2. Mallick, Rakesh (11 March 2024). "ବିଶିଷ୍ଟ ସାହିତ୍ଯିକ ବଙ୍ଗାଳୀ ନନ୍ଦଙ୍କୁ କେନ୍ଦ୍ର ସାହିତ୍ଯ ଏକାଡେମୀ ପୁରସ୍କାର -". Nandighosha TV (ନନ୍ଦିଘୋଷ ଟିଭି). Retrieved 12 March 2024.
  3. ଶତପଥୀ, ସୁଭାଷ (17 March 2024). "ଅନୁବାଦ ମୋତେ ଅଶେଷ ତୃପ୍ତି ଦେଇଛି". www.prameyaepaper.com. Retrieved 2024-03-18.
  4. Bureau, Sambad (12 March 2024). "ବଙ୍ଗାଳୀ ନନ୍ଦଙ୍କୁ କେନ୍ଦ୍ର ସାହିତ୍ୟ ଅକାଦେମି ଅନୁବାଦ ପୁରସ୍କାର". Sambad. Retrieved 12 March 2024.

ବାହାର ଲିଙ୍କ୍ ସମ୍ପାଦନା