ଫେନୋକ୍ସିବେଞ୍ଜାମିନ
ଫେନୋକ୍ସିବେଞ୍ଜାମିନ, ଅନ୍ୟମାନଙ୍କ ମଧ୍ୟରେ ଏକ ବିକ୍ରୟ ନାମ ଡିବେନଜାଇନ, ହେଉଛି ଏକ ଔଷଧ ଯାହା ଫିଓକ୍ରୋମୋସାଇଟୋମା, ପେରିଫେରାଲ୍ ଭାସ୍କୁଲାର୍ ରୋଗ ଏବଂ ମୂତ୍ର ଧାରଣ ପାଇଁ ବ୍ୟବହୃତ ହୁଏ ।[୧] ଏହା ପାଟିରେ ଦିଆଯାଏ ।[୧] ଔଷଧର ପ୍ରଭାବ କିଛି ଘଣ୍ଟା ମଧ୍ୟରେ ଆରମ୍ଭ ହୁଏ ଏବଂ ଏକ ସପ୍ତାହ ପର୍ଯ୍ୟନ୍ତ ରହିପାରେ ।[୧]
Clinical data | |
---|---|
Trade names | Dibenzyline |
AHFS/Drugs.com | monograph |
MedlinePlus | a682059 |
Pregnancy category | |
Routes of administration | By mouth |
Pharmacokinetic data | |
Elimination half-life | 24 hours |
Identifiers | |
| |
ECHA InfoCard | 100.000.406 |
Chemical and physical data | |
Formula | C18H22ClNO |
Molar mass | ୩୦୩.୮୩ g·mol−1 |
3D model (JSmol) | |
| |
| |
(verify) |
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ନାକ ଚୁଣ୍ଟି ହେବା, ଛୋଟ ଆଖି ପୁଅଡୋଳା, ଏବଂ ଠିଆ ହେବା ସହିତ ନିମ୍ନ ରକ୍ତଚାପ ହୋଇପାରେ ।[୧] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ହୃତପିଣ୍ଡର ଦ୍ରୁତ ଗତି ହେତୁ ହୃଦଘାତ ସମସ୍ୟା ସୃଷ୍ଟି ହୋଇପାରେ ।[୧] ପରଫିରିଆ ରୋଗୀଙ୍କଠାରେ ଏହା ବ୍ୟବହାର କରାଯିବା ଉଚିତ୍ ନୁହେଁ ।[୨] ଏହା ଏକ ଆଲଫା ବ୍ଲକର୍ ଔଷଧ ।[୧]
୧୯୫୩ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଫେନୋକ୍ସିବେଞ୍ଜାମିନ ଅନୁମୋଦିତ ହୋଇଥିଲା ।[୧] ଏହା ଏକ ସାଧାରଣ ଔଷଧ ଭାବରେ ଉପଲବ୍ଧ ।[୩] ଯୁକ୍ତରାଷ୍ଟ୍ରରେ ଏହାର ୬୦ଟି ୧୦ ମିଗ୍ରା ବଟିକାର ମୂଲ୍ୟ ୨୦୨୧ ସୁଦ୍ଧା ପ୍ରାୟ ୧୮୦୦ ଡଲାର୍ ଥିଲା ।[୩] ଯୁକ୍ତରାଜ୍ୟରେ ଏହି ରାଶିର ମୂଲ୍ୟ ପ୍ରାୟ୪୦ ପାଉଣ୍ଡ ଥିଲା ।[୨]
ଆଧାର
ସମ୍ପାଦନା- ↑ ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ "Phenoxybenzamine Monograph for Professionals". Drugs.com (in ଇଂରାଜୀ). Archived from the original on 13 August 2021. Retrieved 28 October 2021.
- ↑ ୨.୦ ୨.୧ BNF 81: March-September 2021. BMJ Group and the Pharmaceutical Press. 2021. p. 195. ISBN 978-0857114105.
- ↑ ୩.୦ ୩.୧ "Phenoxybenzamine Prices, Coupons & Savings Tips - GoodRx". GoodRx. Archived from the original on 31 October 2016. Retrieved 28 October 2021.