ପ୍ରାନ୍ତୀୟ ଧମନୀ ରୋଗ

ପ୍ରାନ୍ତୀୟ ଧମନୀ ରୋଗ ବା 'ପିଏଡି' (ଇଂରାଜୀରେ peripheral artery disease (PAD), ଏବଂ peripheral vascular disease (PVD) peripheral artery occlusive disease, and peripheral obliterative arteriopathy), ରୋଗ ହେଲେ ମସ୍ତିଷ୍କହୃତ୍‌ପିଣ୍ଡର ଧମନୀ ବ୍ୟତୀତ ଅନ୍ୟ ଯେ କୌଣସି ଧମନୀ ସଂକୀର୍ଣ୍ଣ ହୋଇଯାଇପାରେ । [୧] ସାଧାରଣତଃ ମଣିଷ ଗୋଡ଼ରେ ଏହି ରୋଗ ହୁଏ ।[୨] ଏହି ରୋଗ ଥିଲେ ଚାଲିଲେ ଗୋଡ଼ରେ ଯନ୍ତ୍ରଣା ହୁଏ, ନ ଚାଲି ବିଶ୍ରାମ ନେଲେ ଭଲ ହୋଇଯାଏ; ଏହାକୁ କ୍ଲଡିକେସନ କୁହାଯାଏ ।[୩] ଅନ୍ୟାନ୍ୟ ଲକ୍ଷଣ: ଚର୍ମ ଘାଆ, ନୀଳ ଚର୍ମ, ଥଣ୍ଡା ଚର୍ମ ଓ ଗୋଡ଼ର ନ‌ଖ ତ‌ଥା ବାଳର ବୃଦ୍ଧି କମିଯାଏ ।[୪] ରୋଗ ଜଟିଳ ହେଲେ ସଂପୃକ୍ତ ତନ୍ତୁ ବା ଅଙ୍ଗର ମୃତ୍ୟୁ ହୁଏ ଓ ଏପରି ହେଲେ ତାହା କାଟି ବାହାର କରିଦେବାକୁ ହୁଏ, କରୋନାରି ଧମନୀ ରୋଗ ବା ସ୍ଟ୍ରୋକ ହୁଏ ।[୨] ପ୍ରାୟ ଅର୍ଦ୍ଧେକ ସଂଖ୍ୟକ ଲୋକଙ୍କର ରୋଗ ଥାଇ ମଧ୍ୟ ଲକ୍ଷଣ ନ ଥାଏ ।[୩]

ପ୍ରାନ୍ତୀୟ ଧମନୀ ରୋଗ
ସାଂଘାତିକ ପ୍ରାନ୍ତୀୟ ଧମନୀ ରୋଗରେ ଘାଆ ହୋଇଛି ।
ଶ୍ରେଣୀବିଭାଗ ଓ ବାହାର ସ୍ରୋତ
ସ୍ପେଶାଲିଟିvascular surgery[*]
ଆଇସିଡ଼ି-୧୦I73.9
ଆଇସିଡ଼ି-୯-ସିଏମ୍443.9
ରୋଗ ଡାଟାବେସ31142
ମେଡ଼ିସିନ-ପ୍ଲସ000170
ଇ-ମେଡ଼ିସିନmed/391 emerg/862
MeSHD016491
ଭିଡିଓ ବ୍ୟାଖ୍ୟା

ଧୂମ୍ରପାନ ଏହି ରୋଗର ମୂଖ୍ୟ କାରଣ । [୨] ଅନ୍ୟ ସଙ୍କଟଦାୟକ ରୋଗ ମଧ୍ୟରେ ଡାଏବେଟିସ, ଉଚ୍ଚ ରକ୍ତଚାପ ଓ ଅଧିକ ରକ୍ତ କୋଲେସ୍ଟେରଲ ।[୫] ଆଥେରୋସ୍କ୍ଲେରୋସିସ ଥିଲେ ମଧ୍ୟ ଏହି ରୋଗ ହୁଏ ।[୬] ଧମନୀ ସ୍ପାଜ୍‌ମ ହେଲେ ମଧ୍ୟ ଏହା ହୁଏ । [୧] ଆଙ୍କଲ ବ୍ରାକିଆଲ ଇଣ୍ଡେକ୍ସ (ବଳାଗଣ୍ଠି ବା ଆଙ୍କ୍‌ଲ ସ୍ଥାନରେ ସିସ୍ଟୋଲିକ ରକ୍ତଚାପ ବିଭକ୍ତ ବାହୁରେ ସିସ୍ଟୋଲିକ ରକ୍ତଚାପ) ୦.୯୦ରୁ କମ ଥିଲେ ପିଏଡି ରୋଗ ନିର୍ଣ୍ଣୟ କରାଯାଏ ।[୭] ଡୁପ୍ଲେକ୍ସ ଅଲଟ୍ରାସୋନୋଗ୍ରାଫିଆଞ୍ଜିଓଗ୍ରାଫି ମଧ୍ୟ ବ୍ୟବ‌ହାର କରି ରୋଗ ନିର୍ଣ୍ଣୟ କରାଯାଏ ।[୮] ଅଞ୍ଜିଓଗ୍ରାଫି ଅଧିକ ସଠିକ ଓ ଏହାଦ୍ୱାରା ଚିକିତ୍ସା ମଧ୍ୟ କରାଯାଏ କିନ୍ତୁ ଏହା ବିପଦଜନ‌କ ଅଟେ । [୭]

ଏହି ରୋଗ ନିମନ୍ତେ ସ୍କ୍ରିନିଙ୍ଗର ଉପକାରୀତା ସିଦ୍ଧ ହୋଇନାହିଁ । [୯][୧୦] ପିଏଡି ରୋଗରେ ଧୂମ୍ରପାନ ବନ୍ଦ କଲେ ଓ ବିଶେଷଜ୍ଞ ଦାୟିତ୍ୱରେ ବ୍ୟାୟାମ କଲେ ଫଳାଫଳ ଭଲ ହୁଏ । [୧୧][୧୨] ଔଷଧ (ସ୍ଟାଟିନ), ଏସିଇ ଇନହିବିଟରସଲୋସ୍ଟାଜୋଲ ମଧ୍ୟ ଉପକାରୀ ହୁଏ । [୧୨][୧୩] ଆସ୍ପିରିନ ସାମାନ୍ୟ ଧରଣର ପିଏଡି ରୋଗରେ କିଛି ଉପକାର କଲା ଭଳି ଲାଗେନାହିଁ କିନ୍ତୁ ଆଗେଇଥିବା ରୋଗରେ ଦେବାକୁ ସୁପାରିସ କରାଯାଏ ।[୧୪][୧୫] ୱାରଫାରିନ ଭଳି ଆଣ୍ଟିକୋଅଗୁଲାଣ୍ଟ ଏତେ ଉପକାରୀ ନୁହେଁ । [୧୬] ଚିକିତ୍ସା ନିମନ୍ତେ ବାଇପାସ ଗ୍ରାଫଟିଙ୍ଗ, ଆଞ୍ଜିଓପ୍ଲାସ୍ଟିଆଥେରେକ୍ଟୋମି ଅପରେଶନ କରିବାକୁ ଉପଦେଶ ଦିଆଯାଏ । [୧୭]

ସନ ୨୦୧୦ରେ ସାରା ପୃଥିବୀର ପ୍ରାୟ ୨୦୨ନିୟୁତ ଲୋକ ପିଏଡି ରୋଗର ଶିକାର ହୋଇଥିଲେ । [୫] ବିକଶିତ ଦେଶମାନଙ୍କରେ ୪୫ରୁ ୫୦ ବର୍ଷ ବୟସ୍କ ଲୋକଙ୍କମଧ୍ୟରୁ ୫.୩% ଓ ୮୫ରୁ ୯୦ ଭିତରେ ୧୮.୬ % ଲୋକଙ୍କୁ ଏହି ରୋଗ ହୁଏ । [୫] ବିକାଶଶୀଳ ଦେଶରେ ସେହି ବୟସରେ ଯଥାକ୍ରମେ ୪.୬% ଓ ୧୫ % ହୁଏ । [୫] ବିକଶିତ ଦେଶରେ ପୁରୁଷ ଓ ମହିଳାଙ୍କୁ ସମ ପରିମାଣରେ ରୋଗ ହୁଏ କିନ୍ତୁ ବିକାଶଶୀଳ ଦେଶରେ ମହିଳାମାନଙ୍କୁ ଅଧିକ ରୋଗ ହୁଏ । [୫] ସନ ୧୯୯୦ରେ ଏହି ରୋଗ ଯୋଗୁ ୧୬,୦୦୦ମୃତ୍ୟୁ ହୋଇଥିବା ବେଳେ ସନ ୨୦୧୩ରେ ଏହା ବଢ଼ିଯାଇ ୪୧,୦୦୦ ହୋଇଥିଲେ । [୧୮]

ଆଧାର ସମ୍ପାଦନା

  1. ୧.୦ ୧.୧ "What Is Peripheral Vascular Disease?" (PDF). www.heart.org. 2012. Archived from the original (PDF) on 12 April 2015. Retrieved 26 February 2015.
  2. ୨.୦ ୨.୧ ୨.୨ "What Is Peripheral Arterial Disease?". www.nhlbi.nih.gov/. August 2, 2011. Retrieved 25 February 2015.
  3. ୩.୦ ୩.୧ Violi, F; Basili, S; Berger, JS; Hiatt, WR (2012). "Antiplatelet therapy in peripheral artery disease". Handbook of experimental pharmacology (210): 547–63. doi:10.1007/978-3-642-29423-5_22. PMID 22918746.
  4. "What Are the Signs and Symptoms of Peripheral Arterial Disease?". www.nhlbi.nih.gov/. August 2, 2011. Retrieved 26 February 2015.
  5. ୫.୦ ୫.୧ ୫.୨ ୫.୩ ୫.୪ Fowkes, FG; Rudan, D; Rudan, I; Aboyans, V; Denenberg, JO; McDermott, MM; Norman, PE; Sampson, UK; Williams, LJ; Mensah, GA; Criqui, MH (19 October 2013). "Comparison of global estimates of prevalence and risk factors for peripheral artery disease in 2000 and 2010: a systematic review and analysis". Lancet. 382 (9901): 1329–40. doi:10.1016/s0140-6736(13)61249-0. PMID 23915883.
  6. "What Causes Peripheral Arterial Disease?". www.nhlbi.nih.gov/. August 2, 2011. Retrieved 26 February 2015.
  7. ୭.୦ ୭.୧ Ruiz-Canela, M; Martínez-González, MA (2014). "Lifestyle and dietary risk factors for peripheral artery disease". Circulation journal : official journal of the Japanese Circulation Society. 78 (3): 553–9. doi:10.1253/circj.cj-14-0062. PMID 24492064.
  8. "How Is Peripheral Arterial Disease Diagnosed?". August 2, 2011. Retrieved 27 March 2015.
  9. Andras, A; Ferket, B (Apr 7, 2014). "Screening for peripheral arterial disease". The Cochrane database of systematic reviews. 4: CD010835. doi:10.1002/14651858.CD010835.pub2. PMID 24711093.
  10. U.S. Preventive Services Task Force (Dec 15, 2014). "Peripheral artery disease screening and cardiovascular disease risk assessment with the ankle-brachial index in adults: recommendation statement". Am Fam Physician. 90 (12): 858A–858D. PMID 25591190.
  11. Fokkenrood, HJ; Bendermacher, BL; Lauret, GJ; Willigendael, EM; Prins, MH; Teijink, JA (23 August 2013). "Supervised exercise therapy versus non-supervised exercise therapy for intermittent claudication". The Cochrane database of systematic reviews. 8: CD005263. doi:10.1002/14651858.CD005263.pub3. PMID 23970372.
  12. ୧୨.୦ ୧୨.୧ Hankey, GJ; Norman, PE; Eikelboom, JW (1 February 2006). "Medical treatment of peripheral arterial disease". JAMA. 295 (5): 547–53. doi:10.1001/jama.295.5.547. PMID 16449620.
  13. Bedenis, R; Stewart, M; Cleanthis, M; Robless, P; Mikhailidis, DP; Stansby, G (31 October 2014). "Cilostazol for intermittent claudication". The Cochrane database of systematic reviews. 10: CD003748. doi:10.1002/14651858.CD003748.pub4. PMID 25358850.
  14. Lin, JS; Olson, CM; Johnson, ES; Whitlock, EP (3 September 2013). "The ankle-brachial index for peripheral artery disease screening and cardiovascular disease prediction among asymptomatic adults: a systematic evidence review for the U.S. Preventive Services Task Force". Annals of internal medicine. 159 (5): 333–41. doi:10.7326/0003-4819-159-5-201309030-00007. PMID 24026319.
  15. Poredos, P; Jezovnik, MK (March 2013). "Is aspirin still the drug of choice for management of patients with peripheral arterial disease?". VASA. Zeitschrift fur Gefasskrankheiten. 42 (2): 88–95. doi:10.1024/0301-1526/a000251. PMID 23485835.
  16. Hauk, L (15 May 2012). "ACCF/AHA update peripheral artery disease management guideline". American family physician. 85 (10): 1000–1. PMID 22612053.
  17. "How Is Peripheral Arterial Disease Treated?". www.nhlbi.nih.gov. August 2, 2011. Retrieved 26 February 2015.
  18. GBD 2013 Mortality and Causes of Death, Collaborators (17 December 2014). "Global, regional, and national age-sex specific all-cause and cause-specific mortality for 240 causes of death, 1990-2013: a systematic analysis for the Global Burden of Disease Study 2013". Lancet. 385 (9963): 117–71. doi:10.1016/S0140-6736(14)61682-2. PMID 25530442. {{cite journal}}: |first1= has generic name (help)CS1 maint: numeric names: authors list (link)